କନକ ବ୍ୟୁରୋ: କିଛି ଦିନ ପୂର୍ବରୁ ଲକ୍ଷେ୍ନøରେ ଆୟୋଜିତ ହୋଇଥିଲା ଆମ୍ବଚାଷୀଙ୍କ ପ୍ରଦର୍ଶନୀ । ଏଥିରେ ଭାଗ ନେଇଥିଲେ ରାଜ୍ୟର ସବୁ ଜିଲ୍ଲାର ଆମ୍ବ ଚାଷୀ । ବିଭିନ୍ନ କିସମର ଆମ୍ବ ଆଣି ମୁଖ୍ୟ ଅଡିଟୋରିୟମରେ ସଜା ହେଲା । ସେଗୁଡିକର ନାଁ ଆଉ ଦରଦାମ ବି ଲେଖାଗଲା । ହେଲେ ଶେଷରେ କୌଣସି ଚାଷୀଙ୍କୁ ବି ପୁରସ୍କାର ମିଳିଲାନି । ହେଲେ ପୁରସ୍କାର ଗଲା କୁଆଡେ?

Advertisment

କଥା ହେଉଛି ଆମ୍ବ ଚାଷୀ ତ ଭାଗ ନେଲେ । ଉଦଘାଟନ କରିବାକୁ ଆସିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ହେଲେ ତାଙ୍କ ଆସିବା ପୂର୍ବରୁ ପୁରା ଅଦଳବଦଳ । ମୁଖ୍ୟମନ୍ତ୍ରୀ ଯୋଗୀ ଆସିବା ପୂର୍ବରୁ କୃଷି ବିଭାଗର ଅଧିକାରୀମାନେ ସବୁ ଚାଷୀଙ୍କୁ ଅଡିଟୋରୀୟମରୁ ବାହାର କରିଦେଇ ନିଜେ ନିଜେ ସବୁ ଷ୍ଟଲରେ ଛିଡା ହୋଇଗଲେ । ମୁଖ୍ୟମନ୍ତ୍ରୀ ଆସିଲେ, ଆମ୍ବ ପରଖିଲେ, ପ୍ରତିଯୋଗୀଙ୍କ ଭିତରୁ ପ୍ରଥମ ଦ୍ୱିତୀୟ ଓ ତୃତୀୟ ବିଜେତାଙ୍କ ନାଁ ଘୋଷଣା କରିଲେ । ହେଲେ ପୁରସ୍କାର ପାଇଥିବା ବିଜେତାଙ୍କ ଭିତରୁ ଜଣେ ହେଲେ ବି ଚାଷୀ ନଥିଲେ । ସମସ୍ତେ ଥିଲେ କୃଷି ଉଦ୍ୟାନ ବିଭାଗ ଅଧିକାରୀ ଓ କର୍ମଚାରୀ । ସବୁ ପୁରସ୍କାର ଟ୍ରଫି ସହ ପୁରସ୍କାର ରାଶି ସେଇମାନେ ନେଇ ଚାଲିଗଲେ ।

ଏକଥା ଲିଖିତ ଭାବେ ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ ରାଜ୍ୟର ଆମ୍ବ ଚାଷୀ । ଏହାପରେ ଜରୁୁରୀ ବୈଠକ ହୋଇ ତନାଘନା ହେବା ପରେ ସବୁ ସତ ଜଣାପଡିଲା । ଏବା କାଳବିଳମ୍ବ ନକରି ପାଇଥିବା କ୍ଷମା ମାଗିବା ସହ ପାଇଥିବା ପୁରସ୍କାରକୁ ଫରାଇଥିଲେ ।