କଟକରେ ପୁଣି ନକଲି କାରଖାନା ଠାବ : ଜଗତପୁରରେ ଚଢାଉ କରି ବିପୁଳ ପରିମାଣର ନକଲି ଗୁଟଖା ଜବତ କଲା କମିସନରେଟ ପୁଲିସ

ନାମୀଦାମୀ ବ୍ରାଣ୍ଡ ନାଁରେ ବଜାରକୁ ଛଡାଯାଉଥିଲା ନକଲି ଗୁଟଖା

230

କନକ ବ୍ୟୁରୋ : କଟକରେ ପୁଣି ନକଲି କାରଖାନା ଠାବ । ଜଗତପୁର ସ୍ଥିତ ଉମାଶଙ୍କର ଭବନରେ ଚଢାଉ କରି ବିପୁଳ ପରିମାଣର ନକଲି ଗୁଟଖା ଜବତ କରିଛି ପୁଲିସ । ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ନାଁରେ ଗୁଟଖା ତିଆରି କରାଯାଇ ବଜାରକୁ ଛଡାଯାଉଥିଲା ।

ଏନେଇ କମିସନରେଟ ପୁଲିସ ଓ ଜୋନ ଏସିପି ଖବର ପାଇ ଚଢାଉ କରିବ ବିପୁଳ ପରିମାଣର ଗୁଟଖାକୁ ଜବତ କରିଛନ୍ତି । ଏହା ସହ ପ୍ୟାକିଂରେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର ଯନ୍ତ୍ରାଂଶକୁ ଜବତ କରିଛି କମିସନରେଟ ପୁଲିସ ।