ପୋଲିସ କମିଶନରଙ୍କ ନାଁରେ ଫେକ ଫେସବୁକ୍ ଆକାଉଂଟ : ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଚାଟ୍ କରି ଟଙ୍କା ମାଗୁଛନ୍ତି ଦୁର୍ବୃତ୍ତ ; ପୂର୍ବରୁ ଅନୁପ ସାହୁଙ୍କ ନାଁରେ ହୋଇଥିଲା ଫେକ୍ ଆକାଉଂଟ କରି ଟଙ୍କା ମାଗିଥିଲେ ଦୁର୍ବୃତ୍ତ

143
କନକ ବ୍ୟୁରୋ : ସକ୍ରିୟ ଅନଲାଇନ୍ ଠକ । ଠକେଇ ପାଇଁ ଏବେ ବଡବଡ ଅଫିସରଙ୍କ ଫେସବୁକ ଆକାଉଂଟକୁ ଟାର୍ଗେଟ କରିଛନ୍ତି ଡିଜିଟାଲ ଠକ । ବିଶେଷ କରି ଆଇଏଏସ ଅଧିକାରୀଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଁଟ ଖୋଲି ଅନଲାଇନ୍ ଠକେଇ କରିବା ପାଇଁ ଉଦ୍ୟମ କରୁଛନ୍ତି । ଗତକାଲି ଅନୁପ ସାହୁଙ୍କ ଫେକ୍ ଫେସବୁକ ଆକାଉଂଟ ସାମ୍ନାକୁ ଆସିଥିଲା । ଆଉ ଆଜି ପୁଲିସ କମିଶନରଙ୍କ ନାଁରେ ଫେକ୍ ଫେସବୁକ ଆକାଉଂଟ କରି ଦୁର୍ବୃତ୍ତ ଲୋକଙ୍କୁ ଟଙ୍କା ମାଗୁଥିବା ଜଣାପଡିଛି ।
ସୁଧାଂଶୁ ଷଡଙ୍ଗୀଙ୍କ ନାଁରେ ନକଲି ଫେସବୁକ୍ ଆକାଉଂଟ ଖୋଲାଯାଇଛି । ଫେକ ଆକାଉଁଟର ପ୍ରୋଫାଇଲରେ ସିପିଙ୍କ ଫଟୋକୁ ରଖି ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଉଛନ୍ତି ଦୁର୍ବୃତ୍ତ । ଆଉ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆକ୍ସେପ୍ଟ କରିବା ପରେ ଟାକ୍ କରି ଟଙ୍କା ମାଗୁଛନ୍ତି ଦୁର୍ବୃତ୍ତ । ହିନ୍ଦି ଭାଷାରେ ଚାଟ୍ କରୁଥିବା ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କା ମାଗିଥିଲେ । ଏବଂ ଗୁଗୁଲ ପେ’ରେ ଟଙ୍କା ଦେବା ପରେ ସ୍କ୍ରିନସଟ୍ ଦେବା ପାଇଁ କହିଥିଲା । ଏବଂ ସକାଳ ୧୦ଟା ବେଳକୁ ଫୋନ କରିବାକୁ କହିଥିଲା ଦୁର୍ବୃତ୍ତ ।
ଏହାପରେ ବ୍ୟକ୍ତ ଜଣଙ୍କର ସୁଧାଂଶୁ ଷଡଙ୍ଗୀଙ୍କ ନାଁରେ ହୋଇଥିବା ଫେସବୁକ ଆକାଉଂଟକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ଏନେଇ ସିପି ଜାଣିବା ପରେ ସେ ମଧ୍ୟ ଜଣାଇଛନ୍ତି ଯେ, ତାଙ୍କ ନାଁରେ କେହି ଦୁର୍ବୃତ୍ତ ଫେକ୍ ଫେସବୁକ୍ ଆକାଉଂଟ ଖୋଲି ଠକେଇ କରିବା ପାଇଁ ଉଦ୍ୟମ କରୁଛି ।