କନକ ବ୍ୟୁରୋ : ଠକ ନକଲି ଶିକ୍ଷକ ରମେଶ ସ୍ୱାଇଁଙ୍କ ଭଉଣୀକୁ ବାନ୍ଧିଛି ପୁଲିସ । ଏକାଧିକ ବିବାହରେ ସଂପୃକ୍ତି ଥିବା ଅଭିଯୋଗର ପ୍ରମାଣ ମିଳିବା ପରେ ରମେଶଙ୍କ ଭଉଣୀଙ୍କୁ ଗିରଫ କରାଯାଇଛି । ଏକାଧିକ ବିବାହ ଉତ୍ସବରେ ତାଙ୍କ ଭଉଣୀ ଉପସ୍ଥିତ ରହୁଥିଲେ । ଅଭିଯୋଗ କରିଥିବା ମହିଳାମାନେ ତାଙ୍କ ଭଉଣୀଙ୍କୁ ଚିହ୍ନିଛନ୍ତି ।

Advertisment

ରମେଶଙ୍କ ଉଉଣୀଙ୍କ ସହ ତାଙ୍କ ଭିଣୋଇ ବି ଏହି କାରବାରରେ ସଂପୃକ୍ତ ଥିବାର ପ୍ରମାଣ ମିଳିଛି । ତେବେ ଭିଣୋଇ ଫେରାର ଅଛନ୍ତି । ରମେଶଙ୍କ ଖଂଟୁଣୀ ଫାର୍ମହାଉସ ତାଙ୍କ ପତ୍ନୀଙ୍କ ନାଁରେ ରହିଛି । ଚାରା ଠକେଇ ନେଇ ବି ଗୋଟିଏ ମାମଲା ରହିଛି । କେନ୍ଦ୍ରାପଡାରେ ରେଡ ପରେ ରମେଶଙ୍କ ଭଉଣୀଙ୍କୁ ଉଠାଇଆଣିଥିଲା ପୁଲିସ । ସେପଟେ ନୂଆ ନୂଆ କାରନାମା ସାମ୍ନାକୁ ଆସିବା ପରେ ରମେଶଙ୍କୁ ଆଉ ୭ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୁଲିସ ।

ଠକ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଖୁଂଟୁଣୀ ସ୍ଥିତ ଫାର୍ମ ହାଉସରେ ପୋଲିସର ରେଡ୍ । ଖମାର ନୂଆଗାଁରେ ଥିବା ଫାର୍ମ ହାଉସରେ ରେଡ୍ କରାଯାଉଛି । ମହିଳା ଥାନା ଆଇଆଇସିଙ୍କ ନେତୃତ୍ୱରେ ଗଠନ ହୋଇଥିବା ଟିମ୍ ରମେଶଙ୍କ ଫାର୍ମ ହାଉସରେ ଚଢାଉ କରୁଛି । ରମେଶ ସ୍ୱାଇଁ ଆନ୍ଧ୍ର ବ୍ୟବସାୟୀଙ୍କଠାରୁ ଚାରା ଆଣି ଏହି ଫାର୍ମ ହାଉସରେ ଲଗାଇଥିଲେ । ଖୁଂଟୁଣୀରେ ଥିବା ଏହି ଫାର୍ମ ହାଉସକୁ ରମେଶ ଅନେକ ମହିଳାଙ୍କୁ ନେଉଥିବା ଅଭିଯୋଗ ହୋଇଛି । ରମେଶଙ୍କ ଏହି ଫାର୍ମ ହାଉସକୁ ପୋଲିସ ସିଲ୍ କରିବ ବୋଲି ଜଣାପଡ଼ିଛି ।

ରମେଶ ସ୍ୱାଇଁଙ୍କ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଢେଙ୍କାନାଳ କାମାକ୍ଷାନଗରରେ ମଧ୍ୟ ରମେଶ ସ୍ୱାଇଁଙ୍କର ଏକ ଘର ରହିଛି । ଏହି ଘର ଭିତରେ ରହିଛି ଏକ ଅନ୍ଧାରୀ ଗୁପ୍ତ ଭୂତଳ ଘର । ମାଟ୍ରିକ୍ ଫେଲ୍ ଡାକ୍ତର ରମେଶ ସ୍ୱାଇଁ ଜଣେ ଅଭିଜ୍ଞ ଜଣାଶୁଣା ଡାକ୍ତର ଥିଲେ । ଏହି ଗୁପ୍ତ କୋଠୀରରେ ସେ ନିଜର କ୍ଲିନିକ୍ ଖୋଲିଥିଲେ । ଆଉ ଏହି କ୍ଲିନିକର ନାଁ ରଖିଥିଲେ ସାଇଶ୍ରୀ ଏକ୍ସ-ରେ । ଏହି ଗୁପ୍ତ କ୍ଲିନିକରେ ହିଁ ନକଲି ଡାକ୍ତର ରମେଶ ସ୍ୱାଇଁ ଚିକିତ୍ସା ଚଳାଇଥିଲେ ।

ସେହିପରି କେନ୍ଦ୍ରାପଡ଼ାରେ ରମେଶଙ୍କ ପୈତୃକ ଘରେ କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ ପହଂଚି ପଚରାଉଚରା କରିଛି । ନକଲି ଡାକ୍ତରଙ୍କ ବାପା ଦୁଇଟି ବିବାହ କରିଥିଲେ । ତାଙ୍କ ସାବତ ମାଆଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ରହିଛନ୍ତି । ଝିଅ ଜ୍ୱାଇଁଙ୍କୁ ପୋଲିସ ମଧ୍ୟ ପଚରାଉଚରା କରୁଥିବା ଜଣାପଡ଼ିଛି । ଅନ୍ୟପଟେ ପାଟକୁରାରେ ଥିବା ଏକ ଫାର୍ମ ହାଉସରେ ମଧ୍ୟ ପୋଲିସ ରେଡ୍ କରୁଛି । ଏହି ଫାର୍ମ ହାଉସରେ ସେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ରଖିଛନ୍ତି ।