ସାମ୍ନାକୁ ଆସିଲା ନକଲି ଡାକ୍ତରଙ୍କର ଆଉ ଏକ ଠକେଇ ଘଟଣା : ଏମ୍ସରେ ଚାକିରୀ ଦେବ କହି ଜଣେ ଯୁବକଙ୍କ ଠାରୁ ନେଇଥିଲେ ୧୨ ଲକ୍ଷ ଟଙ୍କା

ଠକେଇ ଟଙ୍କାରେ ବିମାନ ବୁଲି ଅୟସ କରୁଥିଲେ ରମେଶ

134

କନକ ବ୍ୟୁରୋ : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ଆସୁଛି ନୂଆ ନୂଆ ଅଭିଯୋଗ । ଏମ୍ସ ଓ ଇଫକୋରେ ଚାକିରି ଦେବାକୁ କହି ଠକି ନେଇଛନ୍ତି ୧୨ ଲକ୍ଷ ଟଙ୍କା । ତିନି ଜଣଙ୍କୁ ଚାକିରି କରାଇଦେବାକୁ କହି ୧୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଚେକ୍ ମାଧ୍ୟମରେ ଟଙ୍କାନେଇ ଆଶାୟୀଙ୍କୁ ଦେଇଥିଲେ ନକଲି ରସିଦ୍ । କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ନାଁ ନେଇ ନିଜେ ଫୋନ୍ କରି ନେଉଥିଲେ ଇଣ୍ଟରଭ୍ୟୁ । ଅନେକ ଥର ଫୋନ୍ କରି ଚାକିରି ହୋଇଯାଇଥିବା କହିଥିଲେ । ଠକାମୀର ଶିକାର ହୋଇଥିବା ଜାଣିବା ପରେ ସେ ରମେଶ ସ୍ୱାଇଁଙ୍କୁ ଟଙ୍କା ମାଗିଥିଲେ ।

ବାରମ୍ବାର ମାଗିବା ପରେ ୪ ଲକ୍ଷ ୩୨ ହଜାର ଟଙ୍କା ଫେରସ୍ତ କରିଛନ୍ତି । ନକଲି ଡାକ୍ତରଙ୍କ ଠକେଇର ସଂପୃକ୍ତ ଥିଲେ ତାଙ୍କର ଦ୍ୱିତୀୟ ପତ୍ନୀ ଝାଡଖଣ୍ଡର କମଳା ତିର୍କୀ । କମଳା ପ୍ରଥମେ ପାରାଦୀପରେ ଇଫକୋ କମ୍ପାନୀର ହସ୍ପିଟାଲ ୟୁନିଟରେ ଡାକ୍ତର ଥିଲେ । ସେଠାରୁ ଉତରପ୍ରଦେଶର ଆହ୍ଲାବାଦକୁ ବଦଳି ହୋଇଥିଲା । ଏବେ ସେ ଝାଡ଼ଖଣ୍ଡରେ ଥିବା ଇଫକୋ ୟୁନିଟରେ କାର୍ଯ୍ୟରତ ଥିବା ଜଣାପଡ଼ିଛି । ଠକେଇ ଟଙ୍କାରେ ବିମାନରେ ଯାତ୍ରା କରି ଅଏସ୍ କରିଥିଲେ ରମେଶ ସ୍ୱାଇଁ । ଟଙ୍କା ମାଗିଲେ ସମୟ ଗଡାଇ ଚାଲୁଥିଲେ । ଟଙ୍କା ନଦେବା ପାଇଁ ବିଭିନ୍ନ ବାହାନା କରିଥିଲେ ରମେଶ ସ୍ୱାଇଁ ।