କନକ ବ୍ୟୁରୋ : ନକଲି ଡ଼କ୍ତରଙ୍କ ଫିଟୁଛି ଗୁମର । ନକଲି ଡାକ୍ତର ରମେଶଙ୍କ ବିବାହ ତାଲିକା ବଢି ୧୭ଟି ସ୍ତ୍ରୀରେ ପହଂଚିଥିବା ବେଳେ ଆଜି ଡାକ୍ତର ଜଣଙ୍କ ମାଟ୍ରିକ ପାସ କରିନଥିବା ସୂଚନା ଦେଇଛନ୍ତି ଡ଼ିସିପି । ଅଧିକ ତଦନ୍ତ ପାଇଁ ତାଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ବିଭିନ୍ନ ଯାଗାରେ ଲାଇଫ ସ୍ପାନ୍ ନାଁରେ କ୍ଲିନକ ଖୋଲିଥିଲେ ନକଲି ଡାକ୍ତର ଜଣଙ୍କ ।

Advertisment

କଟକ ଏବଂ ବଡ଼ମ୍ବା କ୍ଲିନିକ୍ ଖୋଲି ସେଠି ମହିଳାଙ୍କୁ ନିଯୁକ୍ତି ଦେଇଥିଲେ । ତାଙ୍କୁ ଦରମା ଦେଉନଥିବା ମଧ୍ୟ ଅଭିଯୋଗ ହୋଇଛି । ଅନ୍ୟପଟେ ଡ଼କ୍ତରଙ୍କ ସମ୍ପର୍କରେ ଗଣମାଧ୍ୟମରେ ଖବର ବାଜିବା ପରେ ଅନେକ ମହିଳା ପୋଲିସକୁ ଯୋଗାଯୋଗ କରୁଛନ୍ତି । ଓଡ଼ିଶାର ଅନେକ ମହିଳା ଏବଂ ରାଜ୍ୟ ବାହାରେ ବି ମହିଳା ମାନେ ଅଭିଯୋଗ କରିଛନ୍ତି । ଏନେଇ ଦୁଇଟି କେସ ହୋଇଥିବା ବେଳେ କାଉସେଲିଂ କରି ମହିଳା ମାନଙ୍କୁ ବୁଝାଯାଉଥିବା କହିଛନ୍ତି ଡ଼ିସିପି ।

ତା’ର ଅସଲ ନାଁ ହେଉଛି ରମେଶଚନ୍ଦ୍ର ସ୍ବାଇଁ। ବାକି ସବୁ ନକଲି । ନକଲି ଡାକ୍ତର ସାଜି ସେ ନିଜକୁ କେତେବେଳେ ବିଧୁ ପ୍ରକାଶ ସ୍ବାଇଁ ତ କେତେବେଳେ ରମଣୀ ରଞ୍ଜନ ସ୍ବାଇଁ ଓ କେତେବେଳେ ବିଜୟଶ୍ରୀ ରମେଶ କୁମାର ବୋଲି କହୁଥିଲା । ସେହି ଅନୁସାରେ ସେ ନକଲି ପରିଚୟପତ୍ର ପ୍ରସ୍ତୁତ କରିଥିଲା । ସ୍ବାସ୍ଥ୍ୟ ମନ୍ତ୍ରାଳୟ ପରିଚୟପତ୍ରରେ ତା’ ନାଁ ହେଉଛି ପ୍ରଫେସର ଡାକ୍ତର ବିଜୟଶ୍ରୀ ରମେଶ କୁମାର ।

ଜନ୍ମ ତାରିଖ ୧୯୭୧ ମେ ୨। ତାହା ବି ନକଲି । ପଦବି ହେଉଛି ଉପମହାନିର୍ଦ୍ଦେଶକ । ସେହିପରି ଭୋଟର ପରିଚୟପତ୍ର ଓ ପାନ୍ କାର୍ଡରେ ମଧ୍ୟ ସେହି ଜନ୍ମ ତାରିଖ ଓ ନାଁ ରହିଛି । ଏମିତି ନକଲି କାଗଜପତ୍ର କରି ସେ ମହିଳାମାନଙ୍କୁ ଫସାଉଥିଲା । ମହିଳାମାନେ ବି ଏତେ ବଡ଼ ପଦ ପଦବି ଦେଖି ଫସୁଥିଲେ ।