ବାଲେଶ୍ୱର ଗୋପାଳପୁରରେ ନକଲି ଡାକ୍ତରଙ୍କ ରାଜ । ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ୍ କିନ୍ତୁ ରୋଗୀ ଦେଖି ଦେଉଛନ୍ତି ଔଷଧ । ଲୋକଙ୍କ ଜୀବନକୁ ବିପଦରେ ପକାଇ ଚିକିତ୍ସା କରୁଛନ୍ତି ଏହି ନକଲି ଡାକ୍ତର

243

କନକ ବ୍ୟୁରୋ: ବାଲେଶ୍ୱରରେ ଜିଲ୍ଲା ଗୋପାଳପୁରରେ ନକଲି ଡାକ୍ତରଙ୍କ ରାଜ । ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ୍ । ଡାକ୍ତରୀ ପାଠ ପଢି ନାହାନ୍ତି କିନ୍ତୁ ହେଲେ ରୋଗୀ ଦେଖି ଔଷଧ ଦେଉଛନ୍ତି । ବାହାନଗା ବ୍ଲକ ଗୋପାଳପୁର ବଜାରରେ ଦୀର୍ଘ ୧୨ ବର୍ଷ ହେଲା ‘ଦନ୍ତ ଚିକିତ୍ସାଳୟ’ ନାମରେ ଏପରି ଚିକିତ୍ସା ଚାଲିଛି । କରୋନା କାଳରେ ଦନ୍ତ ରୋଗୀଙ୍କ ଜୀବନକୁ ବିପଦରେ ପକାଇ ଚିକିତ୍ସା କରୁଛନ୍ତି ଏହି ନକଲି ଡାକ୍ତର ।

ଗୋପାଳପୁର ବଜାରରେ ‘ଦନ୍ତ ଚିକିତ୍ସାଳୟ’ ନାମରେ କ୍ଲିନିକ ଖୋଲି ନିଜ ବେପାର ଚଲାଇଛନ୍ତି ରେମୁଣା ବ୍ଲକ ତାଳପଦା ପାହି ଅଂଚଳର ଶ୍ରୀପତି ମଣ୍ଡଳ । କ୍ଲିନିକ ଖୋଲିବା ପାଇଁ ନା ରେଜିଷ୍ଟ୍ରେସନ କରିଛନ୍ତି ନା ତାଙ୍କ ପାଖରେ ଡାକ୍ତରୀ ପାଠ ପଢିଥିବା ପ୍ରମାଣ ପତ୍ର ରହିଛି । ହେଲେ ଶ୍ରୀପତି ମଣ୍ଡଳ ରୋଗୀଙ୍କୁ ଦେଖୁଛନ୍ତି, ପ୍ରେସକ୍ରିପସନ ଲେଖୁଛନ୍ତି, ଦରକାର ହେଲେ ଅସ୍ତ୍ରୋପଚାର ବି କରୁଛନ୍ତି । ତାଙ୍କୁ ପଚାରିବାରୁ କହିଛନ୍ତି, ସେ ପଶ୍ଚିମବଙ୍ଗର ଏକ ମେଡିକାଲରେ ଡାକ୍ତରଙ୍କ ପାଖରେ ରହି କାମ ଶିଖିଥିଲେ, ଆଉ ଏବେ ଲୋକଙ୍କ ସେବା କରୁଛି ବୋଲି ନକଲି ଡାକ୍ତର କହିଛନ୍ତିି ।