କନକ ବ୍ୟୁରୋ : ଡାକ୍ତର ପରିଚୟ ଦେଇ ୧୪ଜଣ ମହିଳାଙ୍କୁ ବାହାଘର । ଏଭଳି ଜଣେ ବ୍ୟକ୍ତି ରମେଶ ଚନ୍ଦ୍ର ସ୍ୱାଇଁଙ୍କୁ ଗିରଫ କରିଛି ମହିଳା ଥାନା ପୁଲିସ । ଦେଶର ବିଭିନ୍ନ ରାଜ୍ୟରେ ଲୋକଙ୍କୁ ଚକମା ଦେଇ ସେ ୧୪ ଜଣଙ୍କୁ ବିବାହ କରିଥିଲେ । କୋଲାକାତା , ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀ , ଭୁବନେଶ୍ୱର ଭଳି ରାଜ୍ୟରୁ ବିଭିନ୍ନ ମହିଳାଙ୍କୁ ବିବାହ କରିଥିଲେ ।

Advertisment

ନିଜକୁ ଉଚ୍ଚପଦସ୍ଥ ଅଧିକାରୀ ଦର୍ଶାଇ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସାଉଥିଲା । ରମେଶର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଟଙ୍କା ହଡପ କରିବା । ତେବେ ସବୁଠାରୁ ବଡ କଥା ହେଉଛି ଏହି ବ୍ୟକ୍ତି ଜଣଙ୍କ ବୟସ ହେଉଛି ୬୫ବର୍ଷ । ୭ଟି ରାଜ୍ୟରୁ ୧୪ ଜଣଙ୍କୁ ବିବାହ କରିଛନ୍ତି । ବିଭିନ୍ନ ଜାଗାରୁ ତାଙ୍କ ନାଁ ରେ ମାମଲା ମଧ୍ୟ ରହିଛି । ୨୦୧୮ ମସିହାରୁ କମିଶନରେଟ୍ ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିିଲା । ସେ ଦିଲ୍ଲୀରେ ଦୁଇ ଜଣଙ୍କୁ ବିବାହ କରିଥିଲେ । ସେହିପରି ମଧ୍ୟପ୍ରଦେଶ ୨, ଛତିଶଗଡ ଜଣଙ୍କୁ, ଝାଡଖଣ୍ଡ ୨ଜଣଙ୍କୁ, ଆସାମରେ ଜଣଙ୍କୁ, ଓଡିଶାରେ ୩ଜଣଙ୍କୁ ଏବଂ ପଞ୍ଜାବରେ ଜଣଙ୍କୁ ବିବାହ କରିଥିଲେ । ଏମାନଙ୍କ ମଧ୍ୟରୁ ୯ ଜଣଙ୍କ ସହ ଯୋଗାଯୋଗ କରାଯାଇଛି । ଅନ୍ୟମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନି । ଅଧିକ ପଚରାଉଚରା ପାଇଁ ତାଙ୍କୁ ରିମାଣ୍ଡରେ ନିଆଯିବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି ।

ପୋଲିସ ତଦନ୍ତରୁ ସେ ଜଣେ ଠକ ବୋଲି ଜଣାପଡିଛି । ଏହି ବ୍ୟକ୍ତି ଜଣଙ୍କ ୧୯୮୨ରେ ପ୍ରଥମ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କ ୩ଜଣ ସନ୍ତାନ ରହିଛି । ତାପରେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ । ତାଙ୍କର ମଧ୍ୟ ୨ଟି ସନ୍ତାନ ରହିଛି । ଏହିପରି ବିବାହ କରି ଚାଲିଥିଲେ , ଏବଂ ଟଙ୍କା ଲୁଟ୍ କରି ଫେରାର ହୋଇଯାଉଥିଲେ । ତେବେ ନକଲି ଡାକ୍ତର ଜଣଙ୍କ ବିଧବା ମହିଳା, ଛାଡପତ୍ରପ୍ରାପ୍ତ , ମଧ୍ୟ ବୟସ୍କ ମହିଳାଙ୍କୁ ଟାର୍ଗେଟ କରି ଲୁଟୁଥିଲା । ପ୍ରଥମ ବିବାହ କରିଥିବା ମହିଳାଙ୍କଠାରୁ ୧୦ ଲକ୍ଷ ଟଙ୍କା ଠକେଇ କରିଛି । ବିବାହ ହୋଇଥିବା ଗୁରୁଦ୍ୱାରରୁ ୧୧ ଲକ୍ଷ ଟଙ୍କା ଠକେଇ କରିଛି ।