କନକ ବ୍ୟୁରୋ : ନକିଲ ରୋଗୀ ଧରିଲା ନକଲି ଡାକ୍ତର । ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ବାବୁଲ କ୍ଲିନିକରୁ ନକଲି ଡାକ୍ତର ଗିରଫ । ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଛି ଦିଗପହଣ୍ଡି ପୋଲିସ । ଆଇଆଇସି ନକଲି ରୋଗୀ ବେଶରେ ଯାଇ ଏହି ନକଲି ଡାକ୍ତରଙ୍କୁ ଗିରଫ କରିଛନ୍ତି । ଗିରଫ ଯୁବକ ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ଶୁଭ୍ରଜିତ ପଣ୍ଡା ବୋଲି ଜଣାପଡିଛି । ସାନଖେମୁଣ୍ଡି ସମେତ କଟକର ଘରୋଇ କ୍ଲିନିକରେ ପୋଲିସ ଯାଞ୍ଚ କରିବା ସହ ଡାକ୍ତରଙ୍କ କଟକ ଭଡା ଘରେ ମଧ୍ୟ ତଦନ୍ତ କରିଛି ।

Advertisment

କଟକ ରାଣୀହାଟ କ୍ଲିନିକ ଓ ସାନଖେମୁଣ୍ଡିର ଘରୋଇ କ୍ଲିନିକରେ ଦୁଇ ଦିନ ଧରି ଚାଲିଥିଲା ତଦନ୍ତ । ନିଜକୁ ଦିଲ୍ଲୀ , ଭୁବନେଶ୍ୱର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଭିଜ୍ଞ ଡାକ୍ତର କହି ଚିକିତ୍ସା କରୁଥିଲେ । ଶୁଭ୍ରଜିତ ପଣ୍ଡା ପୂର୍ବରୁ ଫେବୃଆରୀ ୨୦୨୦ ମସିହାରେ ତେଲେଙ୍ଗାନା ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲା । ନିଜକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ କହିଥିବା ବେଳେ ଡାକ୍ତର ସମ୍ମିଳନୀକୁ ଯାଇ ନିଜକୁ ଡାକ୍ତର କହିଥିବା ବେଳେ ଗିରଫ ହୋଇଥିଲେ । ବଡ କଥା ହେଲା ଶୁଭ୍ରଜିତ ପଣ୍ଡା ମାତ୍ର ୨୪ ଦିନ ତଳେ ବିବାହ କରିଥଲେ ।