ପାଠପଢା +୨, ହେଲେ ଡାକ୍ତର ସାଜି କରୁଥିଲେ ରୋଗୀଙ୍କ ଚିକିତ୍ସା । ଲୋକଙ୍କୁ ଠକୁଥିଲେ ନକଲି ଡାକ୍ତର । କ୍ଲିନିକ୍ ଉପରେ ଚଢ଼ାଉ କରି ଉଠାଇ ନେଲା ପୁଲିସ

354

କନକ ବ୍ୟୁରୋ: ଲୋକଙ୍କୁ ଠକୁଥିଲେ ଆଉ ଶେଷରେ ବନ୍ଧାହେଲେ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକରେ ସ୍ୱାସ୍ଥ୍ୟସେବା ନାଁରେ ଲୋକଙ୍କୁ ଠକୁଥିବା ଜଣେ ନକଲି ଡାକ୍ତରଙ୍କୁ ଉଠାଇ ନେଇଛି ପୋଲିସ । ଯୁବକ ଜଣକ କଲିକତାର ବୋଲି ଜଣାପଡିଛି । ବିନା ମେଡିକାଲ ଡିଗ୍ରୀ ଓ ସାର୍ଟିଫିକେଟରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିଲେ ସଂପୃକ୍ତ ଯୁବକ । ନିଜେ ଔଷଧ ଦେବା ଠାରୁ ଆରମ୍ଭ କରି ଇଞ୍ଜେକ୍ସନ୍ ମଧ୍ୟ ଦେଉଥିଲେ ।

  • ନାଁ: ରାକେଶ ବିଶ୍ୱାସ
  • ଶିକ୍ଷାଗତ ଯୋଗ୍ୟତା: ଯୁକ୍ତ ଦୁଇ
  • ପେଶା : ଡାକ୍ତର!

ଯୁକ୍ତ ଦୁଇ ପାଠପଢ଼ି, କିଏ କେମିତି ଡାକ୍ତର ହେଲା, ସ୍ୱାଭାବିକ୍ ଭାବେ ପ୍ରଶ୍ନ ଉଠିବ । କଲିକତାର ଜଣେ ବ୍ୟକ୍ତି ନିଜକୁ ଡାକ୍ତର କହି ରୋଗୀଙ୍କ ଚିକିତ୍ସା କରୁଥିଲେ । ଆଉ ଏହି ନକଲି ଡାକ୍ତରକୁ ଗିରଫ କରିଛି ପୁଲିସ । ଢେଙ୍କାନାଳ କଙ୍କଡାହାଡ ବ୍ଲକରେ ସ୍ୱାସ୍ଥ୍ୟସେବା ନାଁରେ ଲୋକଙ୍କୁ ଠକୁଥିବା ନକଲି ଡାକ୍ତର ରାକେଶଙ୍କୁ ଉଠାଇ ନେଇଛି ପୋଲିସ । ବିନା ମେଡିକାଲ ଡିଗ୍ରୀରେ ଲୋକଙ୍କ ଚିକିତ୍ସା କରୁଥିଲେ ଏହି ବ୍ୟକ୍ତି । ନିଜେ ଔଷଧ ଦେବା ଠାରୁ ଆରମ୍ଭ କରି ଇଞ୍ଜେକ୍ସନ୍ ମଧ୍ୟ ଦେଉଥିଲା ।
କଙ୍କଡାହାଡ଼ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ନକଲି ଡାକ୍ତରଙ୍କ କ୍ଲିନିକ୍ ଉପରେ ଚଢ଼ାଉ କରିଥିଲା । ପ୍ରାଥମିକ ଖୋଳତାଡ଼ ପରେ ନକଲି ଡାକ୍ତରଙ୍କୁ ଉଠାଇ ନେଇଛି ପୁଲିସ । ସେହିପରି ରୋଡ଼ଙ୍ଗ ଗାଁରେ ଆଉ ଜଣେ ନକଲି ଡାକ୍ତର ଚିକିତ୍ସା କରୁଥିବା, ଖବର ପାଇ କ୍ଲିନିକ୍ ପାଖରେ ପହଁଚିଥିଲା ପୁଲିସ୍ । ହେଲେ ପୁଲିସ ପହଞ୍ଚିବା ପୂର୍ବରୁ ସେହି ବ୍ୟକ୍ତି ଫେରାର ହୋଇଯାଇଥିଲେ । ତେବେ କେଉଁ ଆଧାରରେ ରାକେଶ ବିଶ୍ୱାସ କ୍ଲିନିକ୍ କରି ଚିକିତ୍ସା କରୁଥିଲେ, ସେ ଦିଗରେ ତଦନ୍ତ ପରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍ ସୂଚନା ଦେଇଛି । ତେବେ ଏହି ଘଟଣାକୁ ନିନ୍ଦା କରିଛନ୍ତି ଆଇଏମଏ’ର ପୂର୍ବତନ ସଭାପତି ।
ତେବେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବାର ଅଭାବ ଯୋଗୁଁ କିଭଳି ଲୋକଙ୍କୁ ଜୀବନ ସହ ଖେଳାଯାଉଛି, ଢ଼େଙ୍କାନାଳର ଏହି ଘଟଣା ହିଁ ପ୍ରମାଣ କରୁୁଛି ।