ନକଲି ନୋଟ ରାକେର୍ଟର ପର୍ଦ୍ଦାଫାଶ । ଗାୟକଙ୍କୁୁ ପୁରସ୍କାରରେ ନକଲି ନୋଟ୍ ଦେଇ ଫସିଗଲେ ଅଭିଯୁକ୍ତ ।

Advertisment
ନକଲି ନୋଟ ରାକେର୍ଟର ପର୍ଦ୍ଦାଫାଶ । ଗାୟକଙ୍କୁୁ ପୁରସ୍କାରରେ ନକଲି ନୋଟ୍ ଦେଇ ଫସିଗଲେ ଅଭିଯୁକ୍ତ ।

କନକ ବ୍ୟୁରୋ: ବଲାଙ୍ଗିର ପାଟଣାଗଡ଼ରେ ନକଲି ନୋଟ ରାକେଟରେ ପର୍ଦ୍ଦାଫାଶ । ଭଇଁସା ଗାଁରୁ ବିପୁଳ ପରିମାଣର ନକଲି ନୋଟ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଦୁଇ ଅଭିଯୁକ୍ତ ହେଲେ ବରୁନ ପର୍ରୁଆ ଓ ରୋହିତ ବସ୍ତିଆ । ସେମାନଙ୍କଠାରୁ ୧ ଲକ୍ଷ ୩୭ ହଜାର ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ, କମ୍ପ୍ୟୁଟର ଓ ପ୍ରିଂଟର ଜବତ କରାଯାଇଛି ।

ଗାଁରେ ୨୪ ପ୍ରହର ନାମ ଚାଲୁଥିବା ବେଳେ ଜଣେ ଗାୟକଙ୍କୁ ଦୁଇଟି ନକଲି ୫୦୦ ଟଙ୍କିଆ ନୋଟ ଦେଇଥିଲା ଅଭିଯୁକ୍ତ ବରୁନ । ଘଟଣା ଜଣାପଡ଼ିବା ପରେ ଗାୟକ ଜଣକ ଆୟୋଜକ ଓ ପୋଲିସକୁ ଜଣାଇଥିଲେ । ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଧିକ ପଚରାଉଚରା କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe