ଗାଡ଼ିରୁ ଧରାପଡ଼ିଲା ନକଲି ନୋଟର ପାହାଡ଼ : ୭କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ ଜବତ କଲା କୋରାପୁଟ ପୁଲିସ

Advertisment
ଗାଡ଼ିରୁ ଧରାପଡ଼ିଲା ନକଲି ନୋଟର ପାହାଡ଼ : ୭କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ ଜବତ କଲା କୋରାପୁଟ ପୁଲିସ

କନକ ବ୍ୟୁରୋ : ୭କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ ଜବତ । କୋରାପୁଟ ଶୁଙ୍କି ଫାଣ୍ଡି ପୋଲିସ ଓ ପଟାଙ୍ଗି ପୋଲିସ ଦ୍ୱାରା ଜାଲ ନୋଟ ଜବତ ହୋଇଛି । ଛତିଶଗଡ଼ ରାୟପୁରରୁ ବିଶାଖପାଟଣା ଚାଲାଣ କରାଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି ନକଲି ନୋଟ ଚାଲାଣକାରୀ । ସମସ୍ତ ନକଲି ନୋଟ ୫ଶହ ଟଙ୍କିଆ ହୋଇଥିବା ସୂଚନା ଦେଇଛନ୍ତି ସୁନାବେଡ଼ା ଏସଡ଼ିପିଓ ନିରଂଜନ ବେହେରା ।

ନକଲି ନୋଟ ଚାଲାଣ ହେଉଥିବା ଗାଡ଼ିକୁ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି ପୋଲିସ । ୩ଜଣଙ୍କ ଘର ଛତିଶଗଡରେ ବୋଲିି ସୂଚନା ଦେଇଛି ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କୁ ପୋଲିସ ଗିରଫ କରି ଅଧିକା ତଦନ୍ତ ଜାରି ରଖିଛି । ତେବେ ଏହି ନକଲି ନୋଟର ଚେର କେତେ ଦୁର ଲମ୍ବିଛି ତାକୁ ନେଇ ଅଧିକ ପଚରା ଉଚରା କରିବ ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe