ପାଣି ସହ ଗ୍ଲୁକୋଜ ମିଶାଇ ହେଉଥିଲା ନକଲି ଟିକା । ଜାଣନ୍ତୁ କେଉଁ ରାଜ୍ୟକୁ ହେଉଥିଲା ସପ୍ଲାଏ ।

ପାଣି ସହ ଗ୍ଲୁକୋଜ ମିଶାଇ ହେଉଥିଲା ନକଲି ଟିକା । ଜାଣନ୍ତୁ କେଉଁ ରାଜ୍ୟକୁ ହେଉଥିଲା ସପ୍ଲାଏ ।

କନକ ବ୍ୟୁରୋ: କରୋନା ଭଳି ଘାତକ ରୋଗରୁ ରକ୍ଷା କରିବାକୁ ସାରା ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଦିଆଯାଉଛି ଟିକା । କିନ୍ତୁ ଏହି ଟିକା ଯଦି ଘାତକ ହୁଏ ତାହାଲେ ତ କଥା ସରିଲା । କାରଣ ଏପରି ତଥ୍ୟ ସାମନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଛନକା ପଶିଛି । କାରଣ ଉତ୍ତରପ୍ରଦେଶର ବାରାଣସୀର ଏକ ବେଆଇନ୍ ଫ୍ୟାକ୍ଟ୍ରିରୁ ବିପୁଳ ମାତ୍ରାରେ ଜବତ ହୋଇଛି ନକଲି କରୋନା ଟିକା ସହ ଟେଷ୍ଟିଂ କିଟ୍ । ଏହାକୁ କିପରି ପ୍ରସ୍ତୁତ କରାଯାଉଥିଲା ତାହା ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ ।

ଯଦି ଆପଣ ଦିଲ୍ଲୀ କିମ୍ବା କେରଳରେ ରହୁଛନ୍ତି ତେବେ କରୋନାରୁ ସୁରକ୍ଷା ଦେବାକୁ ଥିବା ଟିକା ବାବଦରେ ବିଶେଷ ସତର୍କ ରହବାକୁ ପଡିବ । କାରଣ ୟୁପିରୁ ଜବତ ହୋଇଥିବା ନକଲି ଟିକା ଓ ଟେଷ୍ଟିଂ କିଟ୍ ବିପୁଳ ମାତ୍ରାରେ ରାଜଧାନୀ ଦିଲ୍ଲୀ ଓ କରେଳକୁ ସପ୍ଲାଏ ହେଉଥିବା ପୋଲିସ ପ୍ରକାଶ କରିଛି । କାରଣ ଏହାର ପ୍ରସ୍ତୁତି ଯେପରି ହେଉଥିଲା ତାହା ଜାଣି ଆପଣ ଚମକି ପଡିବେ । କାରଣ ଜୀବନ ରକ୍ଷାକାରୀ କରୋନା ଟିକାକୁ ତ ନକଲି କଲେ ତାହା ପୁଣି କୌଣସି ଔଷଧର ମିଶ୍ରଣରେ ନୁହେଁ । ଏହି ଟିକା ପ୍ରସ୍ତୁତି କରିବାକୁ ବ୍ୟବହାର ହେଉଥିଲା ପାଣି ଏବଂ ଗ୍ଲୁକୋଜ । ଏହାକୁ କେରଳ ଓ ଦିଲ୍ଲୀକୁ ମଧ୍ୟ ସପ୍ଲାଏ କରାଯାଇଥିଲା । ଦୀର୍ଘ ଦେଢ ବର୍ଷ ପରେ ଏହି ଫ୍ୟାକ୍ଟିର ଟେର୍ ପାଇଥିଲା ପୋଲିସ ଓ ଆଇବି । ପାଖାପାଖି ୪ କୋଟିର ନକଲି ଟିକା ଜବତ କରିବା ସହ ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe