ଟାଙ୍ଗିରେ ଚାଲିଛି ନକଲି ସିମେଂଟ କାରଖାନା: ଚୋରା ଚାଲାଣ ବେଳେ ପୋଲିସ ମାରିଲା ରେଡ୍; କାରଖାନା ସିଜ

ଶତାଧିକ ନକଲି ସିମେଂଟ ବସ୍ତା ସହ ବହୁ ନାମୀଦାମୀ କମ୍ପାନୀର ନକଲି ଜରି ଜବତ

626

କନକ ବ୍ୟୁରୋ: ଶହ ଶହ ନକଲି ସିମେଂଟ ବସ୍ତା ଜବତ । ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟ ଏକ ଘରୁ ଏହି ନକଲି ସିମେଂଟ ଜବତ କରାଯାଇଛି । ଦୀର୍ଘ ଦିନ ହେବ ଏଠି ନକଲି ସିମେଂଟ ପ୍ରସ୍ତୁତ କରାଯାଇ ରାଜ୍ୟର ବିଭିନ୍ନ ଅଂଚଳକୁ ଚାଲାଣ କରାଯାଉଥିଲା । ଆଜି ଟାଙ୍ଗୀ  ପୋଲିସ ସେହି ଅଂଚଳରେ ପେଟ୍ରୋଲିଂ କରୁଥିବାବେଳେ ନକଲି କାରଖାନା ଚାଲିଥିବା ନେଇ ଖବର ପାଇ ଚଢ଼ାଉ କରିଥିଲା ।

ଚଢ଼ାଉ ସମୟରେ ବିଭିନ୍ନ ନାମିଦାମୀ କମ୍ପାନୀର ବ୍ରାଣ୍ଡ ଥିବା ନକଲି ସିମେଂଟ ବସ୍ତା ସବୁ ଜବତ କରିଛି । ଅସଲି ବ୍ରାଣ୍ଡ ଥିବା ଜରିବସ୍ତାରେ ଏଠାରୁ ଶହ ଶହ ବସ୍ତା ନକଲି ସିମେଂଟ ଚାଲାଣ ହେଉଥିଲା । ସେହି ସ୍ଥାନରୁ ବହୁ ପରିମାଣର ନକଲି ଜରି ବସ୍ତା ଜବତ କରିଛି ପୋଲିସ୍ । ସେହି ଘରକୁ ସିଲ୍ କରି ଅଧିକ ତଦନ୍ତ କରୁଛି ପୋଲିସ୍ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.