କନକ ବ୍ୟୁରୋ: ଶହ ଶହ ନକଲି ସିମେଂଟ ବସ୍ତା ଜବତ । ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟ ଏକ ଘରୁ ଏହି ନକଲି ସିମେଂଟ ଜବତ କରାଯାଇଛି । ଦୀର୍ଘ ଦିନ ହେବ ଏଠି ନକଲି ସିମେଂଟ ପ୍ରସ୍ତୁତ କରାଯାଇ ରାଜ୍ୟର ବିଭିନ୍ନ ଅଂଚଳକୁ ଚାଲାଣ କରାଯାଉଥିଲା । ଆଜି ଟାଙ୍ଗୀ ପୋଲିସ ସେହି ଅଂଚଳରେ ପେଟ୍ରୋଲିଂ କରୁଥିବାବେଳେ ନକଲି କାରଖାନା ଚାଲିଥିବା ନେଇ ଖବର ପାଇ ଚଢ଼ାଉ କରିଥିଲା ।
ଚଢ଼ାଉ ସମୟରେ ବିଭିନ୍ନ ନାମିଦାମୀ କମ୍ପାନୀର ବ୍ରାଣ୍ଡ ଥିବା ନକଲି ସିମେଂଟ ବସ୍ତା ସବୁ ଜବତ କରିଛି । ଅସଲି ବ୍ରାଣ୍ଡ ଥିବା ଜରିବସ୍ତାରେ ଏଠାରୁ ଶହ ଶହ ବସ୍ତା ନକଲି ସିମେଂଟ ଚାଲାଣ ହେଉଥିଲା । ସେହି ସ୍ଥାନରୁ ବହୁ ପରିମାଣର ନକଲି ଜରି ବସ୍ତା ଜବତ କରିଛି ପୋଲିସ୍ । ସେହି ଘରକୁ ସିଲ୍ କରି ଅଧିକ ତଦନ୍ତ କରୁଛି ପୋଲିସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/Comp-54.jpg)
/kanak/media/post_attachments/wp-content/uploads/2019/11/vlcsnap-2019-11-17-13h41m34s143-300x165.png)