ଚିନ୍ତା ବଢ଼ାଇଛି ନକଲି ସାମଗ୍ରୀ : କଟକ ଜଗତପୁରରେ ନକଲି ସିମେଣ୍ଟ କାରଖାନା ଠାବ

Advertisment
ଚିନ୍ତା ବଢ଼ାଇଛି ନକଲି ସାମଗ୍ରୀ : କଟକ ଜଗତପୁରରେ ନକଲି ସିମେଣ୍ଟ କାରଖାନା ଠାବ

କନକ ବ୍ୟୁରୋ : ଚିନ୍ତା ବଢ଼ାଇଛି ନକଲି ସାମଗ୍ରୀ । କଟକରେ ଗୋଟିଏ ପରେ ଗୋଟିଏ ନକଲି କାରଖାନା ସାମ୍ନାକୁ ଆସୁଛି । ପ୍ରଥମେ ଟମାଟୋ ସସ୍‌, ପରେ ମସଲା, ନକଲି ଘିଅ, ଗୁଟଖା ଓ ଆଜି କଟକ-ଚାନ୍ଦବାଲି ରାସ୍ତାର ଜଗତପୁରଠାରେ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଜଗତପୁର ଥାନା ପୁଲିସ ଉକ୍ତ କାରଖାନାରେ ଚଢ଼ାଉ ଜାରି ରଖିଛି ।

ସୂଚନାନୁଯାୟୀ, କଟକ ଜଗତପୁର ଏକ୍ସିସ୍‌ ବ୍ୟାଙ୍କ ସାମ୍ନାରେ ନକଲି ସିମେଣ୍ଟ କାରଖାନା ଉପରେ ଚଢ଼ାଉ କରିଛି ଜଗତପୁର ଥାନା ପୁଲିସ। ଚଢ଼ାଉ ସମୟରେ ମେସିନ୍‌ ସମେତ ବିପୁଳ ପରିମାଣର ସିମେଣ୍ଟ, ନାମଦାମୀ କମ୍ପାନୀର ପ୍ୟାକିଂଗ୍‌ ବ୍ୟାଗ ଜବତ କରାଯିବା ସହ ଜଣଙ୍କୁ ଅଟକ ରଖାଯାଇଛି। ଏହି କାରଖାନାରେ ୪ ରୁ ୫ ବର୍ଷ ଧରି ଏଠାରେ ଏଭଳି କାରବାର କରାଯାଉଥିବା ବେଳେ ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତ ରହିଛି। ଏହାସହ ଦିନ ୧୧ଟା ୩୦ ମିନିଟ୍‌ ସମୟରେ ଚଢ଼ାଉକୁ ବ୍ୟାପକ କରାଯିବାର ସୂଚନା ମିଳିଛି ।

ପୂର୍ବରୁ କଟକର ମାଲଗୋଦାମ, ଜଗତପୁର ଠାରେ ନକଲି ଘିଅ, ମସଲା, ଟମାଟୋ ସସ୍‌, ସୋୟାବଢ଼ି, ଗୁଟଖା କାରଖାନାରେ ଉପରେ କମିସନରେଟ୍‌ ପୁଲିସ ଚଢ଼ାଉ କରିଥିଲା । ଏହା ସହ ଗତକାଲି କଟକର ପିଠାପୁର ଅଞ୍ଚଳରେ ଏକ ନକଲି ଘିଅ କାରଖାନା ଉପରେ ଚଢ଼ାଉ କରିଥିଲା ବାଦାମବାଡ଼ି ଥାନା ପୁଲିସ । ଚଢ଼ାଉ ସମୟରେ ବିପୁଳ ପରିମାଣର କଞ୍ଚାମାଲ ଜବତ କରାଯାଇଥିଲା।

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe