ଫେକ୍ କଲ୍ ଉପରେ ଲାଗିବ ଲଗାମ୍ । ଖୁବଶୀଘ୍ର ଆରମ୍ଭ ହେବ କଲିଂ ନେମ୍ ପ୍ରେଜେଣ୍ଟେସନ ସେବା । ମୋବାଇଲ ସ୍କ୍ରିନରେ ଆସିବ କଲରଙ୍କ ନାଁ ।

210

କନକ ବ୍ୟୁରୋ: ଏଣିକି ଫେକ୍ କଲ୍ ଉପରେ ଲାଗିବ ଲଗାମ । ସରକାର ଆଣିବେ ‘ଟ୍ରୁ କଲର’ ପରି ସେବା । ମୋବାଇଲ ସ୍କ୍ରିନରେ ଦେଖିବାକୁ ମିଳିବ ‘କଲର’ର ସଠିକ୍ ନାଁ । ଏଥିପାଇଁ ଟ୍ରାଇ ପକ୍ଷରୁ ଏକ ପରାମର୍ଶ ପତ୍ର ଜାରି କରାଯାଇଛି । ସିମ୍ ନେବା ସମୟରେ ଉପଭୋକ୍ତା ଫର୍ମରେ ଯେଉଁ ନାଁ ଦେଇଥିବେ, ଫୋନ୍ କଲେ ସେହି ନାଁ ହିଁ ଆସିବ । ଫଳରେ ଲୋକେ ଆଉ ଫେକ୍ କଲ ରିସିଭ୍ କରି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ସଠିକ୍ କଲ୍ ହିଁ ରିସିଭ୍ କରିପାରିବେ ଉପଭୋକ୍ତା ।

ଟ୍ରାଇ ପକ୍ଷରୁ ‘କଲିଂ ନେମ୍ ପ୍ରେଜେଂଟେସନ୍’ ସେବା ଆରମ୍ଭ ହେବାକୁ ଯାଉଛି । ସରକାର ତାରିଖ ନିର୍ଦ୍ଧାରଣ କଲା ପରେ ଏହି ସେବା ଆରମ୍ଭ ହେବ ବୋଲି ଟ୍ରାଇ ପକ୍ଷରୁ କୁହାଯାଇଛି । ଗ୍ରାହକଙ୍କ ଅନୁରୋଧ ଅନୁସାରେ ସମସ୍ତ ଟେଲିକମ୍ କମ୍ପାନୀ ଏହି ସେବା ପ୍ରଦାନ କରିବେ ବୋଲି ଜଣାପଡ଼ିଛି ।