ଠକାମୀର ବଡ଼ ନେଟୱର୍କ କରିଥିଲା ନକଲି ଜ୍ୟୋତିଷ। ନିଯୁକ୍ତି ଦେବା ନାଁରେ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା।

ଠକାମୀର ବଡ଼ ନେଟୱର୍କ କରିଥିଲା ନକଲି ଜ୍ୟୋତିଷ। ନିଯୁକ୍ତି ଦେବା ନାଁରେ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା।

କନକ ବ୍ୟୁରୋ: ବିନୟ କୁମାର ଦାସ । ପରିଚୟ ଜଣେ ନକଲି ଜ୍ୟୋତିଷ । ଏହେଉଛନ୍ତି ଜଣେ ମସ୍ତବଡ଼ ଠକ । ଏହି ଠକ ଜଣକ ନିଯୁକ୍ତି ଦେବା ଆଳରେ ରାଜ୍ୟର ହଜାର ହଜାର ବେକାର ଯୁବକ ଯୁବତୀଙ୍କୁ ଠକି ଦେଇଛି । ନିଜକୁ ଜ୍ୟୋତିଷ କହି ବିନୟ ନିଜର ପରିଚୟ ଦେଉଥିଲେ, ଆଉ ନିଯୁକ୍ତି ଦେବା କଥା କହି ବେକାର ଯୁବକ ଯୁବତୀଙ୍କୁ ଠକିଚାଲିଥିଲେ । ନିଜକୁ ଜ୍ୟୋତିଷ ଶାସ୍ତ୍ରରେ ବିଶାରଦ କହି ଲୋକଙ୍କ ମିଛ ଭବିଷ୍ୟବାଣୀ ବି କରୁଥିଲା । ମିଛ ଭବିଷ୍ୟବାଣୀ କରି ବହୁ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୁନା ବି ଲଗାଇଛି ଠକ ବିନୟ । ବିଏ ପାସ କରିଥିବା ଜଗତସିଂହପୁର ବିରିଡି ଅଂଚଳର ବିନୟ କୁମାର ଦାସର ଗିରଫଦାରୀ ପରେ ଏଭଳି ସାଂଘାତିକ ତଥ୍ୟ ସବୁ ସାମନାକୁ ଆସିଛି । ଆଡଭାନସଡ ଏ ଟି ଜେଡ ସଲ୍ୟୁସନ ନାମରେ ଏକ କମ୍ପାନୀ ଖୋଲି ଲୋକଙ୍କୁ ମିଛ ନିଯୁକ୍ତିର ପ୍ରତିଶ୍ରୁତି ଦେଖାଉଥିଲା । ଏପରିକି ଶିକ୍ଷକତା, ବ୍ୟାଙ୍କିଙ୍ଗ,ଆଇଟି ଇଂଜିନିୟର,ସ୍ୱାସ୍ଥ୍ୟସେବା, ମାର୍କେଟିଙ୍ଗ କ୍ଷେତ୍ରରେ କର୍ମନିଯୁକ୍ତିର ଲୋଭ ଦେଖାଉଥିଲା । ଅନଲାଇନରେ ବରକନ୍ୟା ଯୋଗାଡ ପାଇଁ ଫେକ ମାଟ୍ରିମୋନି ସାଇଟ ବି ଖୋଲିଥିଲା । ଜ୍ୟୋତିଷ ଶାସ୍ତ୍ରରେ ପାରଙ୍ଗମ ଥିବା କହି ଏ ଟୁ ଜେଡ ଆଷ୍ଟ୍ରୋଡଟ କମ ନାମକ ଏକ ୱେବସାଇଟ ବି ଖୋଲିଥିଲା ।

ହୋମ ସର୍ଭିସ ଦେବା ନାଁରେ ବି ଏ ଟୁ ଜେଡ୍ କ୍ୱିକ ସର୍ଭିସ ନାଁରେ ଏକ ୱେବସାଇଟ ବି ଖୋଲିଥିଲେ ଏହି ଠକ ଜଣକ । ଯିଏ ଯୋଗାଯୋଗ କରୁଥିଲେ ସେମାନଙ୍କ ନମ୍ବରକୁ ଟ୍ରାପ କରିବା ଆରମ୍ଭ କରିଦେଉଥିଲା ଠକ ବିନୟ । ନିଜ ଅଫିସକୁ ଡାକି ପଞ୍ଜୀକରଣ ଆଳରେ ପର୍ଯ୍ୟାୟକ୍ରମେ ଟଙ୍କା ଲୁଟୁଥିଲା । ଏପରିକି ସନ୍ଦେହ ନହେବାପାଇଁ ଦେୟମୁକ୍ତ ଗ୍ରାହକ ସେବା ନମ୍ବର ବି ଜାରି କରିଥିଲା । ପାରାଦୀପ, ବଲାଙ୍ଗୀର ଓ କୋରାପୁଟରେ ବି ନିଜ ଅଫିସକୁ ଖୋଲିଥିଲା । କିନ୍ତୁ ଧରାପଡିବା ପରେ ନିଜ ଅଫିସ ପଞ୍ଜୀକରଣ ବାବଦ କୌଣସି କାଗଜପତ୍ର ଦେଖାଇ ପାରିନଥିଲା ।

ଠକ ବିନୟ ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ସାଂଘ।।ତିକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତଦନ୍ତରେ ଅଧିକ ତଥ୍ୟପାଇଁ ବାଦାମବାଡି ଥାନା ପୁଲିସ କର୍ପୋରେଟ ବ୍ୟାପାର ମନ୍ତ୍ରାଳୟକୁ ଅଧିକ ତଥ୍ୟ ମାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe