ପ୍ରଚାର ପତ୍ରରେ ତ୍ରୁଟି ନେଇ ତାତିଲେ ସମ୍ବଲପୁର କୁଚିଣ୍ଡା ବ୍ଲକ ଭାଲୁବାହାଲ ଗାଁର ଲୋକେ । ବିରୋଧ କରି ଡାକିଲେ ବୈଠକ, ତ୍ରୁଟି ସମାଧାନ କରିବା ପାଇଁ କଲେ ଦାବି

131

କନକ ବ୍ୟୁରୋ : ଗାଁ ରେ ବସିଛି ବୈଠକ । କିଛି ଦିନ ଆଗରୁ ପ୍ରଚାର ପତ୍ର ବଂଟାଯାଇ ଥିବାବେଳେ ସେଥିରେ ହୋଇଥିବା ତ୍ରୁଟି ନେଇ ତାତିଛନ୍ତି ଲୋକେ । ଆଉ ତାପରେ ଡକାଯାଇଛି ଏହି ବୈଠକ । ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପରେ ଭାଲୁ ବାହାଲ ଗାଁରେ ବସୁଧା ଯୋଜନାରେ ୨୯.୧୦ ଲକ୍ଷ ବ୍ୟୟରେ ସବୁ ଘରକୁ ନଳ ମାଧ୍ୟମରେ ପାଣି ଯୋଗାଇବାକୁ ବଡ ପାଣି ଟାଙ୍କି ଚିତ୍ର କରାଯାଇଛି । ଏହାକୁ ପ୍ରଚାର ପତ୍ରରେ ଛପାଯାଇ ଲୋକଙ୍କୁ ବଂଟାଯାଇଥିଲା । ଯାହାକି ସଂପୁର୍ଣ୍ଣ ମିଛ ବୋଲି ଅଭିଯୋଗ କରିଛନ୍ତି ଗ୍ରାମାବାସୀ । ଅନ୍ୟପଟେ ଆଉ ଏକ ଫର୍ଦ୍ଦରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଚିକିତ୍ସା ପାଇଁ ଯାଇ ନଥିବା ମହିଳାଙ୍କ ଫଟୋ ମଧ୍ୟ ଛପା ଯାଇ ଅନ୍ୟ ମହିଳାଙ୍କ ନାଁ ଲେଖାଯାଇଛି । ତେଣୁ ଏ ସବୁ ତ୍ରୁଟିକୁ ନେଇ ଲୋକ ମାନେ ବିରୋଧ କରିଛନ୍ତି । ସରକାର ମିଛ ପ୍ରଚାର କରୁଛନ୍ତି ବୋଲି ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ଅଭିଯୋଗ ଓ ତ୍ରୁଟିିପୁର୍ଣ୍ଣ ପ୍ରଚାର ପତ୍ରକୁ ନେଇ ଗାଁ ସମିତି ସଭ୍ୟଙ୍କ ଅଜବ ଯୁକ୍ତି । ଏ ବିଷୟରେ ବିଡିଓ ଏବଂ ଏବିଡ଼ିଓ ଅବଗତ ଥିବା କହିଛନ୍ତି । ହେଲେ ସେପଟେ ଯଦି କିଛି ତ୍ରୁଟି ରହିଛି ତେବେ ତାକୁ ସଂଶୋଧନ କରି ନୁଆ ପ୍ରଚାର ପତ୍ର ବଂଟାଯିବ ବୋଲି କହିଛନ୍ତି ବ୍ଳକ ଉନ୍ନୟନ ଅଧିକାରୀ ।

ପ୍ରଚାର ପତ୍ରକୁ ଭଲ ଭାବରେ ନଦେଖି ବଂଟାଯାଇଥିିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।