ସାବଧାନ ! ଏହି ନକଲି ଆପ୍ କବଳରେ ଆସିସାରିଛନ୍ତି ୫୦ହଜାର ଲୋକ । ଗୁଗଲ ପ୍ଲେ-ଷ୍ଟୋରରେ ରହିଛି ଏହି ଆପ୍

299

ଗୁଗଲ ପ୍ଲେ-ଷ୍ଟୋରରେ ଆସିବା ଦିନରେ ନକଲି ଆଣ୍ଡ୍ରଏଡ ଆପ୍ ଥିବାର ଖବର ଆସୁଛି । ଲୋକଙ୍କୁ ଜଣା ବି ନଥାଏ ଓ ଲୋକମାନେ ନକଲି ଆପ୍ ନିଜ ଫୋନରେ ଡାଉନଲୋଡ କରୁଛନ୍ତି । ଏବେ ସିକ୍ୟୁରିଟି ଫର୍ମ କ୍ୱିକ୍ ହିଲ୍ ଟେକନୋଲୋଜି ନିଜର ଏକ ରିପୋର୍ଟରେ ଗୁଗଲ ପ୍ଲେ-ଷ୍ଟୋରରେ ମହଜୁଦ୍ ଥିବା ନକଲି ଆପ୍ ବିଷୟରେ ସୂଚନା ପାଇଛି । ବିଶେଷ କଥା ଏହା ଯେ, ଏହି ଆପକୁ ୫୦ହଜାରରୁ ଅଧିକ ଥର ଡାଉନଲୋଡ କରାଯାଇଛି ।

କ୍ୱିକ୍ ହିଲ ରିପୋର୍ଟ ମୁତାବକ, ଏହି ଆପ୍ PDF reader, PDF Downloader, PDF Scanner ଭଳି କେତେକ ନାମରେ ଗୁଗଲ ପ୍ଲେ-ଷ୍ଟୋରରେ ମହଜୁଦ୍ ଅଛି । ଏହି ଆପ୍ ଅନ୍ୟ କମ୍ପାନୀଙ୍କ ଠାରୁ ଟଙ୍କା ନେଇ ତାଙ୍କର ରେଟିଙ୍ଗ ବଢ଼ାଉଛନ୍ତି । ଏହି ଆପ୍ ଦେଖିବାକୁ ବିଲକୁଲ ପିଡିଏଫ୍ ରିଡର ଓ ପିଡିଏଫ୍ ଡାଉନଲୋଡର ଭଳି । ଏହି ସମସ୍ତ ଆପ୍ ଲୋକଙ୍କୁ ଷ୍ଟାର ରେଟିଙ୍ଗ ପାଇଁ ବାଧ୍ୟ କରୁଥିଲା । ରେଟିଙ୍ଗ ଦେବା ପରେ ହିଁ ଏହି ଆପକୁ ବ୍ୟବହାର କରିପାରିବେ । ଏହି ଆପର ଉଦ୍ଦେଶ୍ୟ ଏହି ଆପର ରେଟିଙ୍ଗ ଓ ଡାଉନଲୋଡ ବଢ଼ାଇବା । ଆପଣଙ୍କ ପାଖରେ ଯଦି ଏହି ଆପ୍ ଅଛି, ତେବେ ଆପଣଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡିବ । ଏହି ଆପକୁ ତୁରନ୍ତ ଡିଲିଟ୍ କରନ୍ତୁ ଓ ଏହାକୁ ଡାଉନଲୋଡ କରିବାରୁ ବଂଚନ୍ତୁ ।