କନକ ବ୍ୟୁରୋ : ଲୋୟର ପିଏମଜିରେ ଖଣ୍ଡଯୁଦ୍ଧକୁ ନେଇ ବିଧାନସଭାରେ ତାତି । ବିଜେପି ଯୁବମୋର୍ଚ୍ଚା ଉପରେ ପିଏମଜିରେ ପୋଲିସର ଆକ୍ରମଣ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ରଖନ୍ତୁ ବୋଲି ବିଜେପି ଦାବି କରିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ବିଜେପି ଯୁବ ମୋର୍ଚ୍ଚା ଶାନ୍ତିପ୍ରିୟ ଭାବେ ଆନ୍ଦୋଳନ କରୁଥିଲା କିନ୍ତୁ ପୋଲିସ ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ବର୍ବରୋଚିତ ଆକ୍ରମଣ କରିଛି । ୩୦ ରୁ ୪୦ କର୍ମକର୍ତ୍ତା ଆହତ ହୋଇଛନ୍ତି । ଆହତ ହେବା ବାହାନାରେ କ୍ୟାପିଟାଲ ହସପିଟାଲରେ ଆଡ଼ମିଶନ ହେଲେ ।

Advertisment

ଏବେ ପୋଲିସ ଗୁଣ୍ଡରାଜ ଚଳାଇଛି । ମିଛ ଅଭିନୟ କରି ହସ୍ପିଟାଲରେ ଆଡ଼ମିଶନ ହୋଇଛନ୍ତି । ପୋଲିସ ଗୁଣ୍ଡରାଜ କରି ଓଲଟା ୩୦୭ ଦଫା ଲଗାଇବା ଦୁର୍ଭାଗ୍ୟ ଜନକ । ଏ ସଂକ୍ରାନ୍ତରେ ଗୃହ ରାଷ୍ଟ୍ରମନ୍ତ୍ରୀ ବିବୃତି ରଖନ୍ତୁ ବୋଲି ବିଜେପି ଦାବି କରିଛି । ପୋଲିସକୁ ମିଛ ଅଭିନୟ ପାଇଁ କୁହାଯାଉଛି ବୋଲି ବିଜେପି ଅଭିଯୋଗ କରିଛି ।