ସାବଧାନ, ମାତିଛି ସାଲିଆ ସାହିର ଠକ ସର୍ଦ୍ଦାର ! ଯାଂଚ କରନ୍ତୁ ପକେଟରେ ନୂଆ ଟଙ୍କା, ଅଛି କି ନକଲି ନୋଟ୍?

Advertisment
ସାବଧାନ, ମାତିଛି ସାଲିଆ ସାହିର ଠକ ସର୍ଦ୍ଦାର ! ଯାଂଚ କରନ୍ତୁ ପକେଟରେ ନୂଆ ଟଙ୍କା, ଅଛି କି ନକଲି ନୋଟ୍?

କନକ ବ୍ୟୁରୋ : ଭୁବନେଶ୍ୱରରେ ଛପା ହେଉଥିଲା ନକଲି ୫ ଶହ ଟଙ୍କିଆ । ସାଲିଆସାହି ସାଜିଥିଲା ଟଙ୍କାଶାଳ । ରାଜ୍ୟର ବିଭିନ୍ନ ସ୍ଥାନକୁ ଏଠାରୁ ଯାଉଥିଲା ଏହି ଟଙ୍କା । ବାରିପଦା ଟାଉନ୍ ଥାନା ପୋଲିସର ଚଢାଉ ପରେ ଏହା ସ୍ପଷ୍ଟ ହୋଇଛି । ବାରିପଦାରୁ ନକଲି ନୋଟ୍ କାରବାର କରୁଥିବା ଅଭିଯୋଗରେ ଶାଗେନ ଟୁଡୁ ଗିରଫ ହେବା ପରେ ତାଙ୍କୁ ନେଇ ରାଜଧାନୀର କେତେକ ସ୍ଥାନରେ ଚଢଉ କରିଥିଲା ବାରିପଦା ପୋଲିସ ।

ଶାଗେନଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିଥିଲା ପୋଲିସ । ଶାଗେନର ବୟାନ ଅନୁସାରେ ଭୁବନେଶ୍ୱରର ସାଲିଆସାହିର ଜଣଙ୍କ ଘରେ ଚଢଉ କରି ଛପା ପାଇଁ ବ୍ୟବହାର ହେଉଥିବା ଜେରକ୍ସ ମେସିନ ଓ କାଗଜ ଜବତ କରିଛି ପୋଲିସ । ଗତ ୯ ତାରିଖ ଦିନ ବାରିପଦା ଟାଉନ୍ ଥାନା ପୋଲିସ ଶୁନଗଡିଆ ଅଂଚଳରୁ ଶାଗେନ୍ ଟୁଡୁକୁ ଗିରଫ କରିଥିବା ବେଳେ ତାଠୁ ୩୨ଟି ନୂଆ ୫୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ କରିଥିଲା । ଆଦିବାସୀଙ୍କୁ ଟାର୍ଗେଟ କରି ସେ ଏହି କାରବାର କରୁଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe