କନକ ବ୍ୟୁରୋ : ହାଇକୋର୍ଟରେ ପହଂଚିଲା ପରୀ ମୃତ୍ୟୁ ମାମଲା । ଜନସ୍ୱାର୍ଥ ମାମଲା ରୁଜୁ କରିଛି ଭାରତୀୟ ବିକାଶ ପରିଷଦ । ଆବେଦନରେ ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଅନୁରୋଧ କରାଯାଇଛି । ଏପରିକି ପୀଡ଼ିତ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆବେଦନରେ ଦର୍ଶାଯାଇଛି । ମାମଲାରେ ସିବିଆଇ, ରାଜ୍ୟ ସରକାରଙ୍କ ସହ ସ୍ଥାନୀୟ ପ୍ରଶାସନକୁ ପକ୍ଷଭୁକ୍ତ କରିବା ପାଇଁ ଆବେଦନରେ କୁହାଯାଇଛି ।

Advertisment

ନୟାଗଡ ପରୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ । ଗତକାଲି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖିଥିଲେ । ମାମଲାର କ୍ରାଇମବ୍ରାଚ ହେବ ବୋଲି କହିଥିଲେ ସୁଦ୍ଧା ଏହା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ପରୀର ବାପା, ମା ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କଲା ବେଳେ କୃଷୀ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ନେଇଥିଲେ । ଅଭିଯୁକ୍ତଙ୍କ ମନ୍ତ୍ରୀ ସୁରକ୍ଷା ଦେଉଥିବା ସାଂଘାତିକ ଅଭିଯୋଗ ଆଣିବା ପରେ ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ ।