ପାଗଳ ପ୍ରେମୀର ଉନ୍ମତ୍ତ କାଣ୍ଡ ! ପ୍ରେମରେ ଅସଫଳ ହେବାରୁ ଯୁବତୀଙ୍କୁ କାମୁଡି କଲା ଆହତ

ପାଗଳ ପ୍ରେମୀର ଉନ୍ମତ୍ତ କାଣ୍ଡ ! ପ୍ରେମରେ ଅସଫଳ ହେବାରୁ ଯୁବତୀଙ୍କୁ କାମୁଡି କଲା ଆହତ

କନକ ବ୍ୟୁରୋ : ଭଞ୍ଜନଗର ଥାନା ଇଲାକରେ ଏକତରଫା ପ୍ରେମରେ ବିଫଳ ଜଣେ ଯୁବକର ଉନ୍ମତ୍ତ କାଣ୍ଡ ଘଟାଇଛି। ଯୁବତୀଙ୍କକୁ କାମୁଡ଼ିବାରୁ ସେ ଆହତ ହୋଇଥିବା ଜଣାପଡ଼ିଛି। ଆଉ ଏଭଳି ପାଗଳାମୀ ଘଟାଇଥିବା ସିତୁନ୍ କର (୨୩) ନାମକ ଜଣେ ଯୁବକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ତଦନ୍ତ ଅଧିକାରୀ ଏସଆଇ ଲିତାରାଣୀ ପରିଡ଼ା ସୂଚନା ଦେଇଛନ୍ତି। ଅଭିଯୋଗ ଅନୁସାରେ ସିତୁନ୍ ଗଲା କିଛି ଦିନ ହେଲା ୨୨ ବର୍ଷର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ ନିବେଦନ କରି ଆସୁଥିଲା।

publive-image DNA India

ଏହାସହ ବହୁବାର ଫୋନ୍ କରି ହଇରାଣ କରୁଥିଲା। ଗତ ୧୦ ତାରିଖରେ ଯୁବତୀଜଣକ ତାଙ୍କ ସାନଭଉଣୀ ସହ ମନ୍ଦିରକୁ ଯାଉଥିବା ବେଳେ ସିତୁନ୍ ସେଠାରେ ପହଞ୍ଚି ତାଙ୍କୁ ପ୍ରେମ ନିବେଦନ କରି କାମୁଡ଼ି ଫେରାର୍ ହୋଇ ଯାଇଥିଲା। ପରିବାର ଲୋକେ ଏନେଇ ଭଞ୍ଜନଗର ଥାନାରେ ଏତଲା ଦେବା ପରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ଅଭିଯୁକ୍ତ ସିତୁନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe