ପରୀକ୍ଷାରେ ଫେଲ ହେଲେ, ଆତ୍ମହତ୍ୟା କଲେ: ୪୮ଘଂଟାରେ ୧୦ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

Advertisment
ପରୀକ୍ଷାରେ ଫେଲ ହେଲେ, ଆତ୍ମହତ୍ୟା କଲେ: ୪୮ଘଂଟାରେ ୧୦ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶରେ ଦୁଇଦିନ ଭିତରେ ୧୦ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଏବେ ପୂରା ରାଜ୍ୟକୁ ଦୋହଲାଇ ଦେଇଛି । ପରୀକ୍ଷାରେ ଫେଲ ହେବା ଯୋଗୁଁ ଏମାନେ ଆତ୍ମହତ୍ୟା କରିଥିବା ଜଣାପଡିଛି । ନିକଟରେ ଦ୍ୱାଦଶ ଶ୍ରେଣୀର ପରିକ୍ଷାଫଳରେ କିଏ ଫେଲ ହୋଇଥିଲେ ତ ପୁଣି କିଏ କମ ମାର୍କ ରଖିଥିଲେ । ଏଥିରେ ନିରାଶ ହୋଇ ଏମାନେ ଏଭଳି ଚରମନିଷ୍ପତି ନେଇଥିବା କୁହାଯାଉଛି । ଆନ୍ଧ୍ରପ୍ରଦେଶ ବୋର୍ଡ ପରୀକ୍ଷାରେ ଏକାଦଶରେ ୬୧ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀରେ ୭୨ ପ୍ରତିଶତ ପିଲା ମାସ ହୋଇଛନ୍ତି ।

ଆତ୍ମହତ୍ୟା କରିିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ବୟସ ୧୬ରୁ ୧୮ବର୍ଷ ବୋଲି ଜଣାପଡିଛି । ଅଧିକାଂଶ ଛାତ୍ରଛାତ୍ରୀ ଟ୍ରେନ ଆଗକୁୁ ଡେଇଁ ଓ ଘର ଭିତରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘଟଣା ବୃଦ୍ଦିକୁ ନେଇ ନିକଟରେ ଚିନ୍ତା ପ୍ରକାଶ କରିଥିଲେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଡିୟାଇ ଚନ୍ଦ୍ରଚୁଡ । ବିଚାରପତି କହିଥିଲେ ଦେଶର ଶିକ୍ଷା ସଂସ୍ଥା କି ଅଭାବ ରହୁଛି ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ଏଭଳି ଚରମ ନିଷ୍ପତି ନେଉଛନ୍ତି । ସେମ।।ନଙ୍କ ଅଭିଭାବକଙ୍କ କଥା ଭାବି ବେଶ ଦୁଖ ଅନୁଭବ ହେଉଛି ।

ସେପଟେ ନିଜ ପୁଅ ଓ ଝିଅଙ୍କୁ ହରାଇ ଦୁଖରେ ଭାଙ୍ଗିପଡିଛନ୍ତି ପ୍ରିୟ ପରିଜନ । ରାଜ୍ୟ ସରକାର ଓ ରାଜ୍ୟ ପୁଲିସ ଏଭଳି ନିଷ୍ପତି ନନେବା ପାଇଁ ବାରମ୍ବାର ଅପିଲ କରୁଛନ୍ତି ସତ କିନ୍ତୁ ମାମଲା କମିବା ବଦଳରେ ବଢୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe