ବୋର୍ଡର ଅଜବ କାରନାମା ! ମେଧାବୀ ଛାତ୍ର ପରୀକ୍ଷାରେ ୨ନମ୍ବର ପାଇ ଫେଲ୍

42

ବିହାର ସ୍କୁଲ୍ ପରୀକ୍ଷା ବୋର୍ଡ( ବିଏସଇବି)ର ଆଉ ଏକ ବଡ ଅବହେଳା ସାମ୍ନାକୁ ଆସିଛି । ଲଗାତାର ବିବାଦରେ ଫସିଥିବା ବୋର୍ଡ ଆଉ ଜଣେ ମେଧାବୀ ଛାତ୍ରଙ୍କ ସୁନ୍ଦର ଭବିଷ୍ୟତ ସହ ଖେଳ ଖେଳିଛନ୍ତି । ଦଶମ ଶ୍ରେଣୀର ଜଣେ ଛାତ୍ରଙ୍କୁ ହିନ୍ଦୀ ବିଷୟରେ ୧୦୦ନମ୍ବରରୁ ୨ନମ୍ବର ଦେଇ ଫେଲ୍ କରାଯାଇଛି । ପରେ ଆରଟିଆଇ ଅନୁସାରେ ସୂଚନା ମିଳିଛି ଯେ ସେହି ଛାତ୍ରଙ୍କୁ ହିନ୍ଦୀରେ ୧୦୦ରେ ୭୯ ନମ୍ବର ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ରୋହତାସ୍ ଜିଲ୍ଲାର ଦଶମ ଶ୍ରେଣୀର ଛାତ୍ର ଧନଂଜୟଙ୍କ ସହ ବିହାର ବୋର୍ଡର ଏହି ଖାମଖିଆଲ କାର୍ଯ୍ୟ ସାମ୍ନାକୁ ଆସିଛି । ରେଜଲ୍ଟରେ ହିନ୍ଦୀରେ କେବଳ ୨ ଅଙ୍କ ଦେଖି ଧନଂଜୟଙ୍କୁ ବିଶ୍ୱାସ ହୋଇନାହିଁ । ପରିବାର ଓ ସ୍କୁଲ୍ ପ୍ରଶାସନ ମଧ୍ୟ ଚିନ୍ତିତ ଥିଲେ କି ପ୍ରତି ବିଷୟରେ ଭଲ ନମ୍ବର ରଖିଥିବା ପିଲା ଧନଂଜୟ ହିନ୍ଦୀରେ କେମିତି କେବଳ ୨ ନମ୍ବର ପାଇଲେ । ସୂଚନା ଯେ , ଧନଂଜୟ ଗଣିତରେ ୯୬ ନମ୍ବର , ବିଜ୍ଞାନରେ ୮୦ ନମ୍ବର ଓ ସଂସ୍କୁତରେ ୭୯ ନମ୍ବର ରଖିଛନ୍ତି । ହିନ୍ଦୀରେ କେବଳ ୨ ନମ୍ବର ପାଇବା ପରେ ଧନଂଜୟ ସ୍କ୍ରୁଟନୀର ଫର୍ମ ଭରିଛନ୍ତି । କିନ୍ତୁ ବୋର୍ଡ ମଧ୍ୟ ଏଥିରେ ସେୟା କଲେ । ଯାହା ମୂଳ ପରୀକ୍ଷା ନମ୍ବରରେ କରିଥିଲେ । ସ୍କ୍ରୁଟନୀରେ କୌଣସି ପରିବର୍ତ୍ତନ କରିନଥିଲେ । ଏବଂ ତାଙ୍କୁ ଫେଲ୍ ଘୋଷିିତ କରିଥିଲେ ।

ବିହାର ବୋର୍ଡ ତରଫରୁ ସହଯୋଗର କୌଣସି ଆଧ।ର ନପାଇ ଧନଂଜୟ ଆରଟିଆଇ ଜରିଆରେ ମାର୍କସିଟର ଫଟୋ କପି ପାଇବାକୁ ଦାବୀ କଲେ । ଯେତେବେଳେ ଫଳାଫଳ ସାମ୍ନାକୁ ଆସିଲା ତ ଏହା ଆଶ୍ଚର୍ଯ୍ୟକର ଥିଲା । ଯେଉଁ ଛାତ୍ରଙ୍କୁ ବାରମ୍ବାର ବୋର୍ଡ ତରଫରୁ ଫେଲ୍ ଘୋଷିତ କରାଯାଇଥିଲା । ତାଙ୍କୁ କପିରେ ୭୯ ନମ୍ବର ମିଳିଥିଲା ।

ଉଲ୍ଲେଖନୀୟ ଯେ, ରେଜଲଟ୍ ରେ ଏପରି ମାମଲାକୁ ନେଇ ବିହାର ବୋର୍ଡ ମଧ୍ୟ ପୂର୍ବରୁ ଅନେକ ଥର ନିନ୍ଦାର ପାତ୍ର ପାଲଟିଛି । ମାମଲା ହାଇକୋର୍ଟକୁ ମଧ୍ୟ ଯାଇଛି । (ସୌଜନ୍ୟ-ନବଭାରତ ଟାଇମ୍ସ)