ଚାରି ଚାରି ଥର ୟୁପିଏସସିରେ ବିଫଳ ହେଲା ପରେ ବି ନିରାଶ ହୋଇନଥିଲେ ଏହି ଶିକ୍ଷକ । ୫ମ ଥରରେ ଏହି ଉପାୟରେ ପରୀକ୍ଷାରେ ହେଲେ ସଫଳ,ବନିଗଲେ ଆଇଏଏସ ଅଫିସର

627

କଥାରେ ଅଛି ଇଚ୍ଛା ଥିଲେ ସଫଳତା ନିଶ୍ଚୟ ମିଳିବ । ଯଦି ଆପଣ ଜୀବନରେ କିଛି କରିବାକୁ କିମ୍ବା ହେବାକୁ ସ୍ଥିର କରିଥିବେ ଏବଂ ଏହାକୁ ଆପଣ କୌଣସି ବି ପରିସ୍ଥିତିରେ କାମରେ କରିଦେଖାଇବାକୁ ଚାହୁଁଥିବେ ତେବେ ସଫଳତା ନିଶ୍ଚୟ ଆପଣଙ୍କ ପାଦ ଚୁମିବ । ଏଭଳି କିଛି ଘଟଣା ଘଟିଥିଲା ଜଣେ ଆଇଏଏସ ଅଧିକାରୀଙ୍କ ସହିତ । ଯିଏକି ଥରେ କି ଦୁଇ ଥର ନୁହେଁ ବରଂ ଚାରି ଚାରି ଥର ସିଭିଲ ପରୀକ୍ଷାରେ ଫେଲ ହେବା ପରେ ପଂଚମ ଥରରେ ସଫଳତା ହାସଲ କରିଥିଲେ । କିନ୍ତୁ ଏଥିରେ ସେ କେବେ ନିରାଶ ହୋଇନଥିଲେ କି, ବାରମ୍ବାର ଅସଫଳତାର ମୁହଁ ଦେଖିଲା ପରେ ବି ତାଙ୍କ ମନୋବଳ ସାମାନ୍ୟତମ ମଳିନ ପଡିନଥିଲା ।

ବିବେକ ଚୌହାନ, ଗାଜିଆବାଦରେ ରହୁଥିଲେ, ଯେଉଁଠି ତାଙ୍କର ସ୍କୁଲ ବହୁତ ଦୂର ଥିଲା । ସ୍କୁଲ ପହଂଚିବା ପାଇଁ ବିବେକଙ୍କୁ ପ୍ରତିଦିନ ସକାଳ ୫ଟାରୁ ଉଠିବାକୁ ପଡୁଥିଲା । ବିବେକ ପିଲାଟି ଦିନକୁ ଡାକ୍ତର ହେବା ପାଇଁ ଇଚ୍ଛା ରଖିଥିଲେ । ତେବେ କୌଣସି କାରଣରୁ ସେ ତାଙ୍କର ଏହି ଇଚ୍ଛାକୁ ମାରିଦେଇଥିଲେ ଆଉ ଶିକ୍ଷକତା କରିବାକୁ ମନ ବଳାଇଥିଲେ । ଏଥିପାଇଁ ସେ ଦିଲ୍ଲୀ ୟୁନିଭର୍ସିଟି କର୍ପୋରେସନର ଏକ ଟିଚର୍ସ ଟ୍ରେନିଂ ପ୍ରୋଗ୍ରାମରେ ଯୋଗଦେଇଥିଲେ । ତେବେ ଏହି ସମୟରେ ବିବେକଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା । କିନ୍ତୁ ୨୫ ବର୍ଷ ବୟସରେ ବିବେକଙ୍କୁ ଲାଗିଥିଲା କି ତାଙ୍କୁ ସିଭିଲ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଉଚିତ ।

ବିବେକଙ୍କ କଥାନୁସାରେ, ଏକ ସାଧାରଣ ପରିବାରରୁ ଆସିଥିବା ଜଣେ ୨୫ ବର୍ଷୀୟ ଯୁବକ ପାଇଁ ସିଏସଇ ବିଷୟରେ ଚିନ୍ତା କରିବା ବହୁତ ବଳମ୍ବ ହୋଇଯାଇଥିଲା । କାହିକିଁ ନା ବିବେକଙ୍କ କାନ୍ଧରେ ତାଙ୍କ ସାନ ଭାଇ ଏବଂ ଭଉଣୀର ବିବାହ ଭଳି ଗୁରୁ ଦାୟିତ୍ୱ ମଧ୍ୟ ରହିଥିଲା । ତେବେ ସେ ଯାହା ହେଉନା କାହିଁକି ବିବେକ ପ୍ରଥମ ପରୀକ୍ଷା ୨୦୧୦ରେ ବିନା କୌଣସି ପ୍ରସ୍ତୁତିରେ ଦେଇଥିଲେ । କିନ୍ତୁ ପରୀକ୍ଷା ଦେବା ପରେ ସେ ଅନୁଭବ କଲେ କି ସେ ନିଜର ପ୍ରଥମ ସୁଯୋଗ ଅଜଥାରେ ହରାଇ ଦେଲେ । ବିବେକ କୁହନ୍ତି କି ‘ମୋତେ ବହୁତ ଖରାପ ଲାଗିଲା କି ମୁଁ ଗୋଟିଏ ମୂଲ୍ୟବାନ ସମୟ ହରାଇଦେଲି । କାହିଁକି ନା ସେତେବେଳେ ପରୀକ୍ଷା କ୍ଲିୟର କରିବା ପାଇଁ ମାତ୍ର ୪ଟି ସୁଯୋଗ ମିଳୁଥିଲା ।’

ପ୍ରଥମ ଥର ଫେଲ ହେବା ପରେ ବିବେକ ୨୦୧୧ରେ ଦ୍ୱିତୀୟ ଥର ପାଇଁ ଚେଷ୍ଟା କରିଥିଲେ । ଆଉ ପ୍ରଥମ ଥର ଭଳି ବିବେକ ଦ୍ୱିତୀୟ ଥରରେ ବି ପ୍ରାରମ୍ଭିକ ପରୀକ୍ଷାରେ ମାତ୍ର ୭ ମାର୍କରେ ଫେଲ ହୋଇଯାଇଥିଲେ । କିନ୍ତୁ ସେ କେବେ ଏଥିରେ ନିରାଶ ହୋଇନଥିଲେ କି ହାର ମାନିନଥିଲେ । ବରଂ ତାଙ୍କୁ ଏଥିରେ ଆଗକୁ ବଢିବା ପାଇଁ ପ୍ରେରଣା ମଳିଥିଲା । ସେହିଭଳି ତୃତୀୟ ଥର ବିବେକ ନିଜ ପତ୍ନୀ ଏବଂ କିଛି ବନ୍ଧୁଙ୍କ ସହାୟତା ନେଇଥିଲେ । ତେବେ ଏଥର ବିବେକ ଆଶା ରଖିଥିଲେ କି ସେ ଭଲ ପ୍ରଦର୍ଶନ କରିବେ କିନ୍ତୁ ତୃତୀୟ ଥର ମଧ୍ୟ ଭାଗ୍ୟ ତାଙ୍କ ସାଥ ଦେଇନଥିଲା । ଆଉ ବିବେକ ମାତ୍ର ୩ ମାର୍କ ପାଇଁ ତୃତୀୟ ପରୀକ୍ଷାରେ ବି ପାସ୍ ହଉ ହଉ ଫେଲ ହୋଇଯାଇଥିଲେ ।

ବଡ କଥା ହେଲା କି, ତିନି ତିନି ଥର ପରୀକ୍ଷାରେ ଅସଫଳ ହେବା ପରେ ବି ବିବେକଙ୍କ ମନୋବଳ ଭାଙ୍ଗି ଯାଇନଥିଲା । ଆଉ ସେ ପୁଣି ଥରେ ପରୀକ୍ଷା ଦେବା ପାଇଁ ନିଷ୍ପତି ନେଇଥିଲେ । ଏଥିପାଇଁ ତାଙ୍କୁ ବନ୍ଧୁ ପରିଜନଙ୍କ ପାଖରୁ ମଧ୍ୟ ବେଶ୍ ସପୋର୍ଟ ମିଳିଥିଲା । ବିବେକ ୟୁପିଏସସି ପ୍ରାରମ୍ଭିକ ପରୀକ୍ଷାରେ ୨୩୨ ମାର୍କ ରଖିଥିଲେ । କିନ୍ତୁ କିଛି ମାର୍କ ପାଇଁ ତାଙ୍କୁ ପୁଣ ଥରେ ନିରାଶ ହେବାକୁ ପଡିଥିଲା । ଏହାପରେ ୩୦ ବର୍ଷୀୟ ବିବେକ ଶେଷ ନିଷ୍ପତି ନେଲେ କି ଏବେ ଆଉ କିଛି ହୋଇପାରିବ ନାହିଁ । ତେଣୁ ସେ ତାଙ୍କ ପୁରୁଣା ପେସା ତଥା ଶିକ୍ଷକତା କରିବେ । ବିବେକଙ୍କ କହିବାନୁସାରେ, ଯେତେବେଳେ ସେ ଟିଚିଂ ପ୍ରଫେସନକୁ ଫେରିବାକୁ ବାହାରିଥିଲେ ଠିକ୍ ସେହି ସମୟରେ ସେ ଜାଣିବାକୁ ପାଇଲେ କି ୟୁପିଏସସି ଘୋଷଣା କରିଛି କି ଆଶାୟୀ ପ୍ରାର୍ଥୀ ଏବେ ୩୨ ବର୍ଷ ବୟସ ପର୍ଯ୍ୟନ୍ତ ୬ ଥର ୟୁପିଏସସି ପରୀକ୍ଷା ଦେଇପାରିବେ । ଯାହା ଦ୍ୱାରା ବିବେକଙ୍କ ପାଖରେ ଆଉ ୨ଟି ସୁଯୋଗ ରହିଥିଲା । ତେବେ ପଂଚମ ଥର ତାଙ୍କ ପାଇଁ କର ଆଉ ମର ସ୍ଥିତି ଥିଲା । ଏଥିପାଇଁ ସେ ନିଜର ପୂରା ଶକ୍ତି ଏଥିରେ ଲଗାଇଦେଲେ ।

ଫଳାଫଳ ପ୍ରକାଶ ପାଇଲା ଆଉ ବିବେକ ଅଲ ଇଣ୍ଡିଆ ସ୍ତରରେ ୩୦୦ ସ୍ଥାନ ହାସଲ କରିଥିଲେ । ଏହା ପରେ ବିବେକଙ୍କର ଖୁସର କୌଣସି ସୀମା ନଥିଲା । ଜଣେ ମିଡିଲ କ୍ଲାସ ଫ୍ୟାମିଲିର ପିଲା ପାଇଁ ୟୁପିଏସସି ଭଳି ପରୀକ୍ଷାକୁ କ୍ରାକ୍ କରିବା ଏତେ ସହଜ କଥା ନୁହେଁ । ବିଶେଷ କରି ସେତେବେଳେ ଯେତେବେଳେ ପ୍ରସ୍ତତି ପାଇଁ ସବୁ ପ୍ରକାରର ସୁବିଧା ସୁଯୋଗ ପାଖରେ ନଥିବ ।