ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଫଗୁ ଦଶମୀ । ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ଯିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା, ସପ୍ତାହେ ଧରି ଚାଲିବ ଦୋଳ ଉତ୍ସବ ।

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଫଗୁ ଦଶମୀ । ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ଯିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା, ସପ୍ତାହେ ଧରି ଚାଲିବ ଦୋଳ ଉତ୍ସବ ।

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ପାଇଁ ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ହୋଇଛି ନୀତିକାନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ୨୪ରେ ମେଣ୍ଡାପୋଡ଼ି ଏବଂ ୨୫ରେ ଦୋଳ ପୂର୍ଣ୍ଣିମା ଥିବାରୁ ସ୍ୱତନ୍ତ୍ର ନୀତିକାନ୍ତି ନେଇ ବୈଠକରେ ଆଲୋଚନା ହୋଇଛି । ଏହି ଦୁଇ ଦିନ ଭୋର ୩ଟାରୁ ହେବ ଦ୍ୱାରଫିଟା ନୀତି । ଦୋଳ ପୂର୍ଣ୍ଣିମା ଦିନ ସକାଳେ ସୁନା ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।

ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ନେଇ ସମସ୍ତ ବ୍ୟବସ୍ଥା କରାଯିବ । ଗ୍ରୀଷ୍ମ ପ୍ରବାହକୁ ଦେଖି ପାନୀୟ ଜଳର ବ୍ୟବସ୍ଥା କରାଯିବ । ଏହାଛଡ଼ା ୩୯ କୋଟିରୁ ଅଧିକ ମୂଲ୍ୟ ଦାନ ଅର୍ଥକୁ ଦୁଇଟି ବ୍ୟାଙ୍କରେ ଡିପୋଜିଟ କରାଯାଇଥିବା ବେଳେ ଏଥିପାଇଁ ବିଡିଂ କରାଯାଇଛି । କାନାଡ଼ା ବ୍ୟାଙ୍କ ୩୬ କୋଟି ୩ ଲକ୍ଷ ଟଙ୍କା ୭.୮୦ ପ୍ରତିଶତରେ ବିଡିଂ ନେଇଥିବା ବେଳେ ବ୍ୟାଙ୍କ ଅଫ ବରୋଦା ୩ କୋଟି ୧୮ ଲକ୍ଷ ଟଙ୍କା ୭.୫୫ ପ୍ରତିଶତରେ ବିଡିଂ ନେଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe