କ୍ରିକେଟ ପଡିଆରେ ଆହତ ହେଲେ ସାଉଥଆଫ୍ରିକା କ୍ରିକେଟର ଡୁ ପ୍ଲେସିସ୍ : ଆହତ ପରେ ହରାଇଲେ ସ୍ମରଣଶକ୍ତି,ଟ୍ୱିଟ କରି ଭାବୁକ ହେଲେ…

1,908

କନକ ବ୍ୟୁରୋ : ସାଉଥଆଫ୍ରିକା କ୍ରିକେଟ ଟିମର ପୂର୍ବତନ ଅଧିନାକୟ ଫାପ୍ ଡୁ ପ୍ଲେସିସ୍ ପାକିସ୍ତାନ ସୁପର ଲିଗ (ପିଏସଏଲ) ର ଏକ ମ୍ୟାଚରେ ଆହତ ହୋଇଛନ୍ତି । ଏକ ମ୍ୟାଚରେ ପିଲ୍ଡିଂ କରୁଥିବା ବେଳେ ସେ ଆହତ ହୋଇଥିଲେ । ଏହାପରେ ତାଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ସେ ଚକିତ୍ସିତ ହେବା ପରେ ଏବେ ମେଡିକାଲରୁ ଫେରି ହୋଟେଲରେ ରହିଛନ୍ତି ।

ଏନେଇ ଡୁ ପ୍ଲେସିସ୍ ଟ୍ୱିଟ୍ ମାଧ୍ୟମରେ ନିଜ ସ୍ୱାସ୍ଥ୍ୟର ଉନ୍ନତି ନେଇ ସୂଚନା ଦେବା ସହ ତାଙ୍କ ପାଇଁ ପ୍ରାଥନା କରିଥିବା ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ସେ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି ଯେ ଏହି ଆହତ କାରଣରୁ ତାଙ୍କୁ ସ୍ମୃତି ଶକ୍ତି ହରାଇଛନ୍ତି ।

ଡୁପ୍ଲେସିସ୍ ଟ୍ୱିଟ୍ ରେ ତାଙ୍କ ପାଇଁ ପ୍ରଥନା କରିଥିବା ପ୍ରଶଂସକଙ୍କୁ ଧନ୍ୟବାଦ ଦେବା ସହ ସେ ସୁସ୍ଥ ହୋଇ ହୋଟେଲକୁ ଫେରିଥିବା କଥା କହିଛନ୍ତି । ଏହା ଆଘାତ କାରଣରୁ ସେ ସ୍ମୃତିଶକ୍ତି ହରାଇବା କଥା କହିବା ସହ ସେ ଖୁବଶୀଘ୍ର ଠିକ୍ ହୋଇଯିବେ ବୋଲି କହିଛନ୍ତି ।

ଡୁ ପ୍ଲେସିସ ପେଶୱାରରେ ଜାଲ୍ମୀ ତରଫରୁ ଫିଲ୍ଡିଂ କରୁଥିବା ବେଳେ ୭ମ ଓଭରରେ ଆହତ ହୋଇଥିଲେ । ଡୁ ପ୍ଲେସିସ୍ ଓ ମହମ୍ମଦ ହସନେନ୍ ବାଉଣ୍ଡ୍ରି ନିକଟରେ ଏକ ବଲକୁ ଅଟଳାଇବାକୁ ଯାଇ ଉଭୟଙ୍କ ମଧ୍ୟରେ ଧକ୍କା ହୋଇଥିଲା । ହସନେନ୍ ଙ୍କ ଆଣ୍ଠୁ ଡୁ ପ୍ଲେସିସିଙ୍କ ଦେହରେ ବାଜିଥିଲା । ସେହିଠାରେ ସେ ଚେତା ହରାଇ ପଡିଯାଇଥିଲେ ।
ତାଙ୍କ ଆହତ ହେବା ପରେ ତାଙ୍କ ପତ୍ନୀ ଇମାରୀ ଡରି ଯାଇଥିଲେ । ସେ ସୋସିଆଲ ମିଡିଆରେ ଏକ ଭାବୁକ ପୋଷ୍ଟ ସେୟାର କରିବା ସହ ଇନଷ୍ଟାଗ୍ରାମ ଷ୍ଟୋରୀରେ ଡୁ ପ୍ଲେସିସଙ୍କ ଫଟୋ ସେୟାର କରି ଫ୍ୟାନ୍ସ ମାନଙ୍କୁ ସୂଚନା ଦେଇଥିଲେ  ।