ବୋମା ଫୁଟାଇଲେ ଫଡନାବିଶ୍। ନୱାବଙ୍କ ବିରୋଧରେ ଓଗାଳିଲେ ତଥ୍ୟ

189

କନକ ବ୍ୟୁରୋ: ଡ୍ରଗ୍ସ ମାମଲାରେ ସମୀର ୱାଙ୍ଖଡେଙ୍କ ସମେତ ବିଜେପି ନେତା, ମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିବା ନୱାବ ମଲ୍ଲିକଙ୍କ ଉପରେ ବୋମା ଫୁଟାଇଛନ୍ତି ଦେବେନ୍ଦ୍ର ଫଡନାବିଶ୍ । କହିଛନ୍ତି ନବାବଙ୍କର ଅଣ୍ଡରୱାର୍ଲ୍ଡ ସହ ରହିଛି ପ୍ରତ୍ୟକ୍ଷ ସମ୍ପର୍କ । ମୁମ୍ବାଇ ବିସ୍ଫୋରଣର ଅପରାଧୀଙ୍କ ଠାରୁ ନୱାବ କିଣିଛନ୍ତି ଜମି ।

ସାମ୍ବାଦିକ ସମ୍ମଳିନୀ କରି ନୱାବଙ୍କ ବିରୋଧରେ ଖୁଲାସା କରିଛନ୍ତି ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନବିଶ୍ । ମୁମ୍ବାଇ ଏଲବିଏସ୍ ରୋଡରେ ଥିବା କୋଟି କୋଟି ଟଙ୍କାର ଜମିକୁ ଲକ୍ଷରେ କିପରି କିଣିଲେ ନୱାବ । ଗ୍ୟାଙ୍ଗଷ୍ଟର ଦାଉଦଙ୍କ ପରିବାର ଠାରୁ ୩ ଏକର ଜମିକୁ ମାତ୍ର ୨୦ ଲକ୍ଷ ଟଙ୍କାରେ କିଣିଛନ୍ତି, ଯାହା ଅଣ୍ଡର ୱାର୍ଲ୍ଡ ସହ ତାଙ୍କର ସମ୍ପର୍କକୁ ସ୍ପଷ୍ଟ କରୁଛି ବୋଲି କହିଛନ୍ତି ଫଡନାବିଶ୍ । ଖାଲି ଏତିକି ନୁହେଁ ଫଡନାବିଶଙ୍କ ବିରୋଧରେ ଆହୁରି ଅନେକ ସଙ୍ଗୀନ ତଥ୍ୟ ତାଙ୍କ ପାଖରେ ରହିଛି, ଯାହାକୁ ସେ ଯାଞ୍ଚ କମିଟିକୁ ପଟେଇବା ସହ ଏନସିପି ମୁଖିଆ ଶରଦ ପୱାରଙ୍କ ପାଖକୁ ମଧ୍ୟ ପଠାଇବେ । ଆଉ ତାଙ୍କ ମନ୍ତ୍ରୀଙ୍କ ଅସଲ ଚେହେରା ଜଣାଇବେ ବୋଲି ଚେତାବନୀ ଦେିଛନ୍ତି ପଡନବୀଶ ।

ଡ୍ରଗ୍ସ ମାମଲାରେ ନୱାବ , ପଡନାବିଶଙ୍କ ପରିବାର ଉପରେ ଅଭିଯୋଗ ବାଢି ଡ୍ରଗ୍ସ ମାଫିଆଙ୍କ ସହ ତାଙ୍କ ପତ୍ନୀଙ୍କର ସମ୍ପର୍କ ରହିଛି ବୋଲି କହିଥିଲେ । ଏହାସହ ଜନୈକ ବ୍ୟକ୍ତିଙ୍କ ସହ ତାଙ୍କ ପତ୍ନୀ ଉଠାଇଥିବା ଏକ ଫଟୋକୁ ମଧ୍ୟ ଭାଇରାଲ କରିଥିଲେ । ଏହାକୁ ନେଇ ଫଡନବିଶ ନୱାବଙ୍କୁ ତାଗଦ କରିଥିଲେ ।ଆଉ ଦୀପାବଳି ପରେ ବୋମା ଫୁଟାଇବେ ବୋଲି କହିଥିଲେ ।