ବକ୍ସ ଅଫିସରେ ବଳ ଦେଖାଇବ ବାହୁବଲୀ – ୨! ଟ୍ରେଲରରେ ଦେଖନ୍ତୁ କିଛି ଅକୁହା ଦିଗ

122

୨୦୧୭ରେ ଲୋକ ଯଦି କାହାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ତାହା ହେଉଛି ସିନେମା ବାହୁବଲୀ – ୨ । କିଛି ଦିନ ତଳେ ଏହାର ଟିଜର ରିଲିଜ ହୋଇଥିଲା । ଆଉ ଆସନ୍ତାକାଲି ରିଲିଜ୍ ହେବ ଟ୍ରେଲର୍ । ବାହୁବଳୀ ପରେ ସମସ୍ତଙ୍କ ମୁଣ୍ଡରେ ଗୋଟିଏ ପ୍ରଶ୍ନ ଥିଲା , କଣ ପାଇଁ କଟ୍ଟପ୍ପା ବାହୁବଳୀଙ୍କୁ ମାରିଥିଲେ । ତେବେ କାଲିର ଟ୍ରେଲର୍ କଣ ଏହାର ଉତ୍ତର ଦେଇପାରିବ । ଏବେ ଜାଣନ୍ତୁ ଆପଣ ଏହି ଟ୍ରେଲରରୁ କଣ ଆଶା ରଖିପାରିବେ ।

ଦେବସେନା ଏବଂ ଅମରେନ୍ଦ୍ର ବାହୁବଳୀର ପ୍ରେମ କାହାଣୀ : ବାହୁବଳୀ ଗୋଟିଏ ପ୍ରେମ କାହାଣୀ ଥିଲା, ଯାହାକୁ ଆମେ ବାହୁବଳୀ – ୨ ଆହୁରୀ ବିସ୍ତାର ଭାବରେ ଦେଖିବାକୁ ଚାହିଁବା । ଏପର୍ଯ୍ୟନ୍ତ ଦର୍ଶକ ଦେବସେନା ଏବଂ ବାହୁବଳୀକୁ କେବଳ ପୋଷ୍ଟରରେ ଦେଖିଥିଲେ । ତେବେ ବାହୁବଳୀ – ୨ ବିନମ୍ର ବାହୁବଳୀ ଏବଂ ବାହାଦୁର ଦେବସେନାଙ୍କ ଝଲକ୍ ମଧ୍ୟ ଦେଖିବାକୁ ଦର୍ଶକ ଆଶା ରଖିପାରନ୍ତି ।

ଭଲୋଦେବ ବୃଦ୍ଧ ବ୍ୟକ୍ତିଙ୍କ ରୂପରେ : ବାହୁବଳୀର ପୁଅ ଶିବୁଦ୍ଦୁ ହାତରେ ଭଲୋଦେବର ପୁଅ ମୃତ୍ୟୁବରଣ କରିଛି । ତେବେ ବାହୁବଳୀ – ୨ରେ ଭଲୋଦେବ ଏକ ବୃଦ୍ଧ ବ୍ୟକ୍ତି ଭାବରେ ନଜର ଆସିବେ । ତେବେ ବୃଦ୍ଧ ହୋଇ ମଧ୍ୟ ପୂର୍ବପରି ଶକ୍ତିଶାଳୀ ଅଛି ଭଲୋଦେବ । ନିଜ ପୁଅ ମୃତ୍ୟୁର ପ୍ରତିଶୋଧ ନେବାକୁ ଚାହୁଁଥିବା ଭଲୋଦେବର କୃରତା ଏବଂ ନିଷ୍ଠୁରତା ବାହୁବଳୀ – ୨ ରେ ଦେଖିବାକୁ ମିଳିବ । ତେଣୁ ବହୁବଳୀ – ୨ ଗୋଟିଏ ପାଗଳ ଏବଂ ରାଗି ରାଜାର ଝଲକ ଦେଖିବାକୁ ଦର୍ଶକ ଅପେକ୍ଷା କରିଥିବେ ।

ମାହିଷ୍ମତିର ରାଣୀ ରୂପରେ ଦେବସେନା : ଦେବସେନା ଭୂମିକାରେ ନଜର ଆସିଛନ୍ତି ଅନୁଷ୍କା ସେଟ୍ଟୀ । ତେବେ ବାହୁବଳୀ ରେ ତାଙ୍କୁ ଜଞ୍ଜୀରରେ ବନ୍ଧାହୋଇଥିବା ଦେଖିବାକୁ ମିଳିଥିଲା । କିନ୍ତୁ ବାହୁବଳୀ – ୨ ଆମକୁ ପୁରୁଣା ଦିନକୁ ନେଇଯିବ, ଯେଉଁଥିରେ ଦେବସେନା ବାହୁବଳୀଙ୍କ ସ୍ତ୍ରୀ ଏବଂ ମାହିଷ୍ମତିର ମହାରାଣୀ ଥିଲେ । ତେଣୁ ସବୁ ଦର୍ଶକ ଏହି ପାଟରାଣୀଙ୍କ ଏକ ଭବ୍ୟ ଝଲକ ଦେଖିବା ପାଇଁ ଅପେକ୍ଷା କରିପାରିବେ ଯିଏ ଗୋଟିଏ ରାଜ୍ୟକୁ ନିୟନ୍ତ୍ରିତ କରିବା ଜାଣିଥିଲେ ।

କଟ୍ଟପ୍ପା ଏବଂ ଶିବୁଦ୍ଦୁ ମଧ୍ୟରେ ତାଳମେଳ : ବାହୁବଳୀରେ ଶିବୁଦ୍ଦୁ ସାମ୍ନାକୁ ଆସିଥିଲା କି କଟ୍ଟପ୍ପା ହିଁ ବାହୁବଳୀକୁ ହତ୍ୟା କରିଥିଲେ । ତେବେ ବାହୁବଳୀଙ୍କ ପୁଅ ଶିବୁଦ୍ଦୁ ଏବଂ ବାହୁବଳୀଙ୍କ ଖାସ୍ ଲୋକ କଟ୍ଟପ୍ପା ମଧ୍ୟରେ ଯେଉଁ ସଂପର୍କ ଥିଲା ତାହା କଣ ବାହୁବଳୀ-୨ ରେ ଦେଖିବାକୁ ମିଳିବ । କଣ ପୁଅ ନିଜ ବାପାଙ୍କ ହତ୍ୟା ପାଇଁ କଟ୍ଟପ୍ପାକୁ କ୍ଷମା କରିପାରିବ । ଏବେ ଏସବୁ ପଶ୍ନର ଉତ୍ତର ବାହୁବଳୀ- ୨ ଟ୍ରେଲର ହିଁ ଦେବ ।