ଆଗ ଛେପ ମାରି ଅଇଁଠା କରୁଛନ୍ତି, ପରେ ପ୍ୟାକିଂ କରି ବିକୁଛନ୍ତି । କେମିତି ଗୋଡରେ ଦଳାଯାଉଛି ଟୋଷ୍ଟ ବିସ୍କୁଟ, ଭିଡ଼ିଓ ଦେଖିଲେ ଆଉ ଇଚ୍ଛା କରିବେନି ଖାଇବାକୁ?

1,070

କନକ ବ୍ୟୁରୋ : ସକାଳୁ ଉଠିଲେ ଚା କପ୍ ସାଙ୍ଗକୁ ଟୋଷ୍ଟ ବିସ୍କୁଟ ଖାଇବାର ମଜା ଅଲଗା । ପିଲାଙ୍କ ଠାରୁ ବୁଢା ସମସ୍ତଙ୍କର ପ୍ରିୟ ଏହି ଟୋଷ୍ଟ ବିସ୍କୁଟ । କିନ୍ତୁ ଏହି ବିସ୍କୁଟ ପ୍ୟାକିଂ ହେଉଥିବାର ଏମିତି ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଟୋଷ୍ଟ ବିସ୍କୁଟ ଖାଇବାକୁ ଆଉ ମନ ବଳାଇବେ ନାହିଁ । ଏପରିକି ଏହି ବିସ୍କୁଟ ଖାଇବା ପୂର୍ବରୁ ହଜାରେ ଥର ଭାବିବେ । କାରଣ ଏହି ବିସ୍କୁଟ ପ୍ୟାକିଂ ହେବା ପୂର୍ବରୁ ଛେପ ଲାଗୁଛି, ଗୋଡରେ ଦଳା ଯାଉଛି ।

ଟୋଷ୍ଟ ବିସ୍କୁଟ ପ୍ୟାକିଂ ହେଉଥିବାର ଏହି ଭିଡ଼ିଓ ଏକ ଫ୍ୟାକ୍ଟ୍ରିରୁ ଆସିଛି । ତେବେ ଭିଡ଼ିଓ କେଉଁ ଅଞ୍ଚଳର ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଭିଡ଼ିଓରେ ଏକ ଫ୍ୟାକ୍ଟ୍ରି ଭିତରେ ଅନେକ କାରିଗର ଟୋଷ୍ଟ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଛି । ଯେଉଁଥିରେ କିଛି କାରିଗର ଟୋଷ୍ଟ ପ୍ରସ୍ତୁତ କରୁଥିବା ବେଳେ ଆଉ କିଛି କାରିଗର ଟୋଷ୍ଟ ପ୍ୟାକିଂ କରୁଛନ୍ତି । ଆଉ ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଟୋଷ୍ଟ ଉପରେ ଗୋଡ ରଖୁଥିବାର ଦେଖିବାକୁ ମିଳିଛି । ଆଉ ତାହା ବି ପୁଣି ଜାଣିଶୁଣି । କେବଳ ଏତିକି ନୁହେଁ ପ୍ୟାକିଂ ପୂର୍ବରୁ କିଛି ଟୋଷ୍ଟ ବିସ୍କୁଟରେ ଛେପ ଲଗାଇବାକୁ ମଧ୍ୟ ପଛାଉନାହାନ୍ତି ଯୁବକ ଜଣକ । ଏଭଳି ଏକ ଘୃଣ୍ୟ କାମ କରିବା ସହ ଏହାର ଭିଡ଼ିଓ ମଧ୍ୟ ସୁଟ୍ କରିଥିଲେ । କ୍ୟାମେରା ଆଗରେ ବୀର ଦର୍ପରେ ଏଭଳି କାର୍ଯ୍ୟ କରୁଥିଲେ ଯୁବକ ଜଣକ, ମନରେ ଟିକିଏ ବି ଭୟ ନଥିଲା । ଭାବୁଥିଲେ ସତେ ଯେପରି ଏକ ମହତ୍ କାମ କରୁଛନ୍ତି ।

 

View this post on Instagram

 

A post shared by GiDDa CoMpAnY -mEmE pAgE- (@giedde)

ଟୋଷ୍ଟ ବିସ୍କୁଟର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଭାଇରାଲ ହୋଇଛି । ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିଥିବା ବେଳେ ଉକ୍ତ ଯୁବକଙ୍କୁ ଗାଳି ଦେଇଛନ୍ତି । ପ୍ୟାକେଟରେ ଥିବା ସାମଗ୍ରୀକୁ ଆମେ ସାଧାରଣତଃ ସୁରକ୍ଷିତ ବୋଲି ଭାବିଥାଉ । କିନ୍ତୁ ଏଭଳି କରି ଗ୍ରାହକଙ୍କ ଜୀବନ ସହ ସାଂଘାତିକ ଖେଳ ଖେଳୁଛନ୍ତି କିଛି ଖଳ ପ୍ରକୃତିର ଲୋକ ।ଯାହାଦ୍ୱାରା କେବଳ ପ୍ୟାକେଟ ସାମଗ୍ରୀ ଉପରୁ ଭରସା ତୁଟିବନି ବରଂ ଟୋଷ୍ଟ ବିସ୍କୁଟ ଖାଇବା ପୂର୍ବରୁ ମଧ୍ୟ ହଜାରେ ଥର ଭାବିବେ ଗ୍ରାହକ । ତେଣୁ ଏଭଳି ଲୋକଙ୍କୁ ଯେତେ ଦଣ୍ଡ ଦେଲେ ବି କମ ପଡିବ । ଏଭଳି ଘୃଣ୍ୟ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସୋସିଆଲ ମିଡ଼ିଆରେ ଦାବି କରିଛନ୍ତି ଲୋକେ । ଯାହାଦ୍ୱାରା ସାଧାରଣ ଲୋକଙ୍କ ଜୀବନ ସହ ଖେଳ ଖେଳିବାକୁ କେହି ଯେପରି ସାହସ ନ କରିବେ । ପୂର୍ବରୁ ତନ୍ଦୁରୀ ରୁଟିରେ ଛେପ ମରାଯାଉଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ପରେ ଏହି ଘଟଣାରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ତେଣୁ ଏହି ଯୁବକଙ୍କୁ ପୋଲିସ କେବେ ଗିରଫ କରୁଛି ତାହା ଦେଖିବା ବାକି ରହିଲା ।