ଫ୍ୟାକ୍ଟ ଚେକ୍: ଏହି ମହିଳା ଜଣକ ଲଡୁ ଗୋପାଳଙ୍କୁ ଆଳୁ-ପନିର ବିରିୟାନୀ  ଖାଇବାକୁ ଦେଇଥିଲେ, ନନ୍ ଭେଜ୍ ନୁହେଁ ।  

36

ସୌଜନ୍ଯ  : ଆଜ୍ ତକ୍ 
ଲଡୁ ଗୋପାଳ(ଶ୍ରୀକୃଷ୍ଣ)ଙ୍କୁ ବିରିୟାନି ପ୍ରଦାନ କରୁଥିବା ଜଣେ ମହିଳାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଛି । କିଛି ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି ଯେ ମହିଳା ଜଣକ ଭଗବାନଙ୍କୁ ନନ୍ ଭେଜ୍ ବିରିୟାନି ଅର୍ପଣ କରିଥିଲେ ।  ଯେଉଁ କାରଣରୁ ଅନେକ ଲୋକଙ୍କର ଧାର୍ମିକ ଭାବନା ଆଘାତ ହୋଇଥିଲା ।

ଆଜ୍ ତକ୍ ଫ୍ୟାକ୍ଟ ଚେକରୁ ଜଣାପଡିଛି ଯେ ଭାଇରାଲ ଭିଡିଓରେ ଦେଖାଯାଇଥିବା ମହିଳା ହେଉଛନ୍ତି ମୌଲି ଚକ୍ରବର୍ତ୍ତୀ । ଯିଏ ଲଡୁ ଗୋପାଳଙ୍କୁ ଆଳୁ-ପନିର ସହିତ ଶାକାହାରୀ ବିରିୟାନି ଭୋଗ ଦେଇଥିଲେ ।

ଲଡୁ ଗୋପାଳ(କୃଷ୍ଣ)ଙ୍କୁ ବିରିୟାନି ପ୍ରଦାନ କରୁଥିବା ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଉଛି ।  କିଛି ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି ଯେ ମହିଳା ଜଣକ ଭଗବାନଙ୍କୁ ନନ୍ ଭେଜ ବିରିୟାନି ଭୋଗ  ଅର୍ପଣ କରିଥିଲେ, ଯେଉଁ କାରଣରୁ ଅନେକ ଲୋକଙ୍କର ଧାର୍ମିକ ଭାବନା ଆଘାତ ହୋଇଥିଲା । କିଛି ଲୋକ ଏହାକୁ ଚିକେନ୍ ଏବଂ କେହି କେହି ଏହାକୁ ମଟନ୍ ବିରିୟାନି ବୋଲି ମଧ୍ୟ କହୁଛନ୍ତି ।

ଏହାକୁ ସେୟାର କରିବା ସମୟରେ ଜଣେ ଫେସବୁକ ବ୍ୟବହାରକାରୀ ଲେଖିଛନ୍ତି, “ଲଡୁ ଗୋପାଳ ଅର୍ଥାତ୍ ଭଗବାନ କୃଷ୍ଣ ଚିକେନ୍ ବିରିୟାନି ଖାଇବା ଆରମ୍ଭ କଲେ, ଭିଡିଓଟି ବହୁତ ଜଲ୍ଦି ଭାଇରାଲ ହୋଇଛି । ”ଭିଡିଓରେ ଯାହା କୁହାଯାଉଛି ତାହା ସତ୍ୟ ବୋଲି ବିଚାର କରି ଅନେକ ଲୋକ ଏଥିରେ ଦେଖାଯାଇଥିବା ମହିଳାଙ୍କୁ ଗାଳି କରୁଛନ୍ତି । ଆଜ୍ ତକ୍ ଫ୍ୟାକ୍ଟ ଚେକରୁ ଜାଣିବାକୁ ପାଇଛି ଯେ ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ମହିଳା ହେଉଛନ୍ତି ମୌଲି ଚକ୍ରବର୍ତ୍ତୀ ଯିଏ ଶାକାହାରୀ ଆଳୁ-ପନୀର୍ ବିରିୟାନୀ ଲଡୁ ଗୋପାଳଙ୍କୁ ଭୋଗ ଖାଇବାକୁ ଦେଇଥିଲେ।

ମୌଲୀ ନିଜେ ଏହାକୁ ଆଜ୍ ତକ୍ କୁ ସ୍ପଷ୍ଟ   କରିଛନ୍ତି ।

ସତ୍ୟ କିପରି ଜଣାପଡ଼ିଲା ?

ଆମେ ଦେଖିଲୁ ଯେ ଭାଇରାଲ୍ ଭିଡିଓ ଉପରେ ପ୍ରତିକ୍ରିୟା କରୁଥିବାବେଳେ ଅନେକ ଲୋକ ଲେଖୁଛନ୍ତି ଯେ ମହିଳାଙ୍କ ପାଖରେ ଥିବା ପ୍ଲେଟରେ ମାଂସ ନୁହେଁ  ଭାତ ସହିତ ଆଳୁ ଏବଂ ପନୀର ଅଛି । ଏହି ସୂଚନା ସାହାଯ୍ୟରେ ଆମେ କୀ ୱାର୍ଡ  ଖୋଜି, ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓଟି ନଭେମ୍ବର ୨୨, ୨୦୨୩ ରେ ‘ଶମ୍ପା ଚକ୍ରବର୍ତ୍ତୀ’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ ହୋଇଛି ।  ସେହି ଦିନ ଭାଇରାଲ ଭିଡିଓ ପରି ଅନ୍ୟ ତିନୋଟି ଭିଡିଓ ମଧ୍ୟ ଏହି ଚ୍ୟାନେଲରେ ଅପଲୋଡ୍ ହୋଇଥିଲା ।
फैक्ट चेक

ଏହି ଭିଡିଓଗୁଡିକର ଅନେକ ଗୁଡିଏ ଫ୍ରେମରେ  କ୍ୟାମେରା ମହିଳାଙ୍କ ହାତରେ ଥିବା ପ୍ଲେଟକୁ ଜୁମ୍ କରିଥିଲା । ଏଥିରୁ ଏହା ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ଥାଳିରେ ଚାଉଳ ସହିତ ପନିର ଏବଂ ଆଳୁ ଅଛି ।  ଡିସେମ୍ବର ୨୫, ୨୦୨୩ ରେ ‘ଶମ୍ପା ଚକ୍ରବର୍ତ୍ତୀ’ ନାମକ ଏହି ୟୁଟ୍ୟୁବ୍ ଚ୍ୟାନେଲ୍ ଦ୍ୱାରା ଆମେ ଏକ ସ୍ପଷ୍ଟୀକରଣ ମଧ୍ୟ ପାଇଲୁ।  ଏଥିରେ ଜଣେ ମହିଳା କହିଛନ୍ତି ଯେ ତାଙ୍କ ନାମ ମୌଲି ଚକ୍ରବର୍ତ୍ତୀ ଏବଂ ଭାଇରାଲ ହେଉଥିବା ଭିଡିଓରେ ସେ ହିଁ ଭଗବାନ କୃଷ୍ଣଙ୍କୁ ବିରିୟାନି ପ୍ରଦାନ କରିଥିଲେ।

ସେ ଏହା ମଧ୍ୟ କହିଛନ୍ତି ଯେ ତାହା ଆଳୁ ଏବଂ ପନିର ସହିତ ଶାକାହାରୀ ବିରିୟାନି ଥିଲା । ମୌଲି କହିଛନ୍ତି ଯେ ତାଙ୍କ ଘରେ ଲଡୁ ଗୋପାଳ ଏବଂ ରାଧାରାଣୀଙ୍କର ଅନେକ ପ୍ରତିମା ଅଛି ଏବଂ ସେ ତାଙ୍କର ସେବା କରିବା ପାଇଁ ସେ ଯଥାସମ୍ଭବ ଚେଷ୍ଟା କରନ୍ତି । ସେ କୁହନ୍ତି, “ମୁଁ ନିଜେ ଗତ ଦୁଇ ବର୍ଷ ଧରି ନନ୍ -ଭେଜ୍ ଖାଇ ନାହିଁ। ନନ୍ -ଭେଜ୍ ଅର୍ଥ ମାଛ, ମାଂସ, ଅଣ୍ଡା । ଏସବୁ ମୁଁ ଛାଡି ଦେଇଛି ଏପରିକି ପିଆଜ, ରସୁଣ ଏବଂ ନାଲି ମସୁର ଡାଲି ମଧ୍ୟ ଖାଉନାହିଁ । ଏପରିକି ଏସବୁକୁ ସ୍ପର୍ଶ ମଧ୍ୟ କରୁନାହିଁ ।

ଆମେ ଦେଖିଲୁ ଯେ ମୌଲୀ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଭଗବାନ କୃଷ୍ଣଙ୍କୁ ବିଭିନ୍ନ ପ୍ରକାରର ଖାଦ୍ୟ ଯୋଗାଇବା ସହିତ ଆହୁରି ଅନେକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଚ୍ୟାନେଲରେ ଭଗବାନଙ୍କୁ ନନ୍ ଭେଜ୍ ଖାଦ୍ୟ ପ୍ରଦାନ କରିବାର କୌଣସି ବି ଭିଡିଓ ଆମେ ଖୋଜି ପାଇଲୁ ନାହିଁ ।

ନିଷ୍କର୍ଷ : ଏହା ସ୍ପଷ୍ଟ ଯେ ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ମହିଳା ଭଗବାନ କୃଷ୍ଣଙ୍କୁ ଶାକାହାରୀ ବିରିୟାନି ଦେଉଛନ୍ତି ।