ଫ୍ୟାକ୍ଟ ଚେକ୍: ଏହି ଡେଣା ଲଗା ପିଲାଟି ଭଗବାନଙ୍କ ଚମତ୍କାର ନୁହେଁ, ଏହା ଏକ ଫରାସୀ ଚଳଚ୍ଚିତ୍ରର ଅଂଶ । 

59

ସୌଜନ୍ଯ : ଆଜ୍ ତକ୍
ଫ୍ୟାକ୍ଟ ଚେକ୍: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି । ଏହାକୁ ସେୟାର କରିବା ଲୋକମାନେ କହୁଛନ୍ତି ଯେ ଏମିତି ଏକ ଶିଶୁ ଜନ୍ମ ହୋଇଛି ଯାହାର ପିଠିରେ ଡେଣା ଅଛି ।

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି । ଏହାକୁ ସେୟାର କରିବା ଲୋକମାନେ କହୁଛନ୍ତି ଯେ ଏମିତି ଏକ ଶିଶୁ ଜନ୍ମ ହୋଇଛି ଯାହାର ପିଠିରେ ଡେଣା ଅଛି । ରିକି ନାମକ ଏହି ଶିଶୁର କାହାଣୀ ବର୍ଣ୍ଣନା କରି ଭିଡିଓରେ ଦର୍ଶାଯାଇଛି ଯେ ଜଣେ ଡାକ୍ତର କିପରି ତାଙ୍କ ମା’ଙ୍କୁ କହୁଛନ୍ତି ଯେ ରିକିଙ୍କ ଡେଣା ତାଙ୍କ ହାଡ ସହ ସଂଯୁକ୍ତ ହେଇ ରହିଛି । ଯାହାକୁ ଅସ୍ତ୍ରୋପଚାର କରି ଅଲଗା କରିବା ଅତ୍ୟନ୍ତ ବିପଦପୂର୍ଣ  ପ୍ରକ୍ରିୟା ଏବଂ ବ୍ୟୟବହୁଳ ଅଟେ । ଭିଡିଓରେ ଏହା ଆହୁରି ମଧ୍ୟ ଦେଖିବାକୁ ମିଳୁଛି ଯେ ରିକି ନାମକ ସେହି ଶିଶୁଟି  ଡେଣା ସାହାଜ୍ୟରେ ଚଢେଇ ପରି ଅଳ୍ପ କିଛି ଉଚ୍ଚତାକୁ  ଉଡ଼ି ପାରୁଛି  ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

 

ଏହି ଭିଡିଓ ସେୟାର କରି ଜଣେ ବ୍ୟକ୍ତି ଲେଖିଛନ୍ତି, “ଏହା ଭଗବାନଙ୍କର ଆଉ ଏକ ଚମତ୍କାର | ଶେଷ ପର୍ଯ୍ୟନ୍ତ ଏହି ଭିଡିଓ ଦେଖନ୍ତୁ । ଏହା ଭଗବାନଙ୍କର ଏକ ଅନନ୍ୟ କାର୍ଯ୍ୟ, ଆଶ୍ଚର୍ଯ୍ୟଜନକ ଏବଂ ଅକଳ୍ପନୀୟ  କିନ୍ତୁ ଏହା ସଂପୂର୍ଣ୍ଣ ସତ୍ୟ । ପ୍ରଭୁ, ଏହି ପିଲାକୁ ଦୀର୍ଘ ଜୀବନ ଦିଅନ୍ତୁ । ”

ଆଜ୍ ତକ୍ ଫ୍ୟାକ୍ଟ ଚେକ୍ ଜାଣିବାକୁ ପାଇଲା ଯେ ଏହି ଭିଡିଓରେ କୌଣସି  ସତ୍ୟ ଘଟଣା ଦେଖାଯାଉ ନାହିଁ ଏହା ୨୦୦୯  ମସିହାରେ ମୁକ୍ତିଲାଭ କରିଥିବା ‘ରିକି’ ନାମକ ଏକ ଫରାସୀ ଚଳଚ୍ଚିତ୍ରରୁ ନିଆଯାଇଛି ।

ସତ୍ୟତା କିପରି ଜଣାପଡ଼ିଲା ?

ଭିଡିଓର କୀ ଫ୍ରେମଗୁଡ଼ିକୁ ଇଣ୍ଟରନେଟରେ ରିଭର୍ସ ସର୍ଚ୍ଚ କରି ଆମେ ଏକ ସମାନ ଭିଡିଓ ପାଇଲୁ । ଏହା OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଉପଲବ୍ଧ ଏକ ଚଳଚ୍ଚିତ୍ରର ବୋଲି ଜଣାପଡ଼ିଲା । ଭାଇରାଲ୍ ଭିଡିଓରେ ଏକ ଇଂରାଜୀ ଭଏସ୍ ଓଭର ଥିବାବେଳେ ଏଠାରେ ଥିବା ଭିଡିଓରେ ବିଦେଶୀ ଭାଷାରେ ସଂଳାପ ଅଛି ।

ଏଥିରୁ ଏହା ଜଣାପଡ଼ିଲା ଯେ ଉକ୍ତ ଚଳଚ୍ଚିତ୍ରର ବିଭିନ୍ନ ଅଂଶକୁ ଯୋଡି ଏହି ଭିଡିଓ ତିଆରି କରାଯାଇଛି ।
https://youtu.be/OmDCeEku3rU  

ଟିକିଏ ଆଗକୁ ଖୋଜିବା ପରେ, ଆମେ ୟୁଟ୍ୟୁବ୍ ରୁ ପ୍ରାୟ ଦେଢ ଘଣ୍ଟାର ଏକ ଭିଡିଓ ପାଇଲୁ । ଯେଉଁଥିରେ ସମ୍ପୂର୍ଣ  ଫିଲ୍ମ ଅଛି ।  ଏଥିରେ ଏହା ଦେଖାଯାଉଛି ଯେ ରିକିଙ୍କ ଡେଣା କିପରି ଧୀରେ ଧୀରେ ବଢିବାରେ ଲାଗିଛି ଓ ରିକୀ ଧୀରେ ଧୀରେ ଚଢେଇଛୁଆ ପରି ଉଡିବାକୁ ଚେଷ୍ଟା କରୁଛି । ଏହା ଦେଖି ତାଙ୍କ ମା ନିଷ୍ପତ୍ତି ନେଇଛନ୍ତି ଯେ ଅସ୍ତ୍ରୋପଚାର ପାଇଁ ଟଙ୍କା ବ୍ୟବସ୍ଥା କରିବାକୁ ସେ ସାମ୍ବାଦିକମାନଙ୍କ ସାମ୍ନାରେ ରିକିଙ୍କ ଅନନ୍ୟ କଳା ପ୍ରଦର୍ଶନ କରିବେ। କିନ୍ତୁ, ଦିନେ ରିକି ଉଡୁ ଉଡୁ ବହୁତ ଉଚ୍ଚକୁ ଯାଇ ଆକାଶରେ ଅଦୃଶ୍ୟ ହୋଇଯାଏ । |  ରିକିଙ୍କ ନିଖୋଜରେ ଦୁଃଖିତ  ତାଙ୍କ ମା ପାଣି ଭିତରକୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରନ୍ତି ଠିକ ସେହି ସମୟରେ ହଠାତ୍ ରିକି ଉଡ଼ି ଆସି ତାଙ୍କ ମା’ଙ୍କୁ ଭେଟି ପୁଣି ଫେରିଯାଏ ।

IMDB ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଫିଲ୍ମ ‘ରିକି’ ୨୦୦୯  ମସିହାରେ ମୁକ୍ତିଲାଭ କରିଥିଲା ।  ଏହି ଫରାସୀ ଚଳଚ୍ଚିତ୍ରଟି ‘ଫ୍ରାଙ୍କୋଇସ୍ ଓଜନ୍’ ନିର୍ଦ୍ଦେଶନା ଦେଇଥିଲେ। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ‘ଆଲେକ୍ସଜାଣ୍ଡାର୍ ଲାମି’ ମାତା ଭୂମିକାରେ ଅଭିନୟ କରିଥିବାବେଳେ ‘ଆର୍ଥର୍ ପେରେଟ୍’ ରିକି ଭୂମିକାରେ ଅଭିନୟ କରିଥିଲେ ।

ଏଥିରୁ ଏହି ନିଷ୍କର୍ଷ ବାହାରିଲା ଯେ ଏକ ଫରାସୀ ଚଳଚ୍ଚିତ୍ରର ଦୃଶ୍ୟକୁ ମିଶାଇ ନିର୍ମିତ ଏକ ଭିଡିଓ ପ୍ରକୃତ ଘଟଣା ଭାବରେ ସେୟାର କରାଯାଉଛି ।