ସୌଜନ୍ଯ : ଇଣ୍ଡିଆ ଟିଭି 
ଫ୍ୟାକ୍ଟ ଚେକ୍ପ୍ର : ବଳ ବର୍ଷା ହେତୁ ଗେଟୱେ ଅଫ ଇଣ୍ଡିଆରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଏକ ଭିଡିଓ ସେୟାର କରାଯାଉଛି । ଯେତେବେଳେ ଆମେ ଏହି ଦାବିକୁ ଯାଞ୍ଚ କଲୁ, ଭିଡିଓଟି ଅନେକ ବର୍ଷ ପୁରୁଣା ବୋଲି ଜଣାପଡ଼ିଲା । ଇଣ୍ଡିଆ ଟିଭି ଫ୍ୟାକ୍ଟ ଚେକ୍: ଆଜିକାଲି ପ୍ରତିଦିନ କିଛି ଘଟଣା ବିଷୟରେ ମିଥ୍ୟା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ।  ଏହି ନକଲି ଖବରଗୁଡିକ ଏପରି କ୍ୟାପସନ୍ ସହିତ ଭାଇରାଲ୍ ହୋଇଥାଏ ଯେ ସାଧାରଣ ଲୋକମାନେ ଅତି ସହଜରେ ଏହି ମିଥ୍ୟା ଖବରକୁ ସତ୍ୟ ବୋଲି ଭାବି ସେୟାର କରିଥାନ୍ତି ।

ଆପଣଙ୍କୁ ଏପରି ମିଥ୍ୟା ଖବରରୁ ବଞ୍ଚାଇବାକୁ, ଆମେ ଇଣ୍ଡିଆ ଟିଭି ଫ୍ୟାକ୍ଟ ଚେକ୍ ସର୍ବଦା ଚେଷ୍ଟା କରି ଆସୁଛୁ । ଏକ ମୁମ୍ବାଇରେ ହେଇଥିବା ବର୍ଷା ସହ ଜଡିତ ଏକ ମିଥ୍ୟା ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ  ହୋଇଛି । ପ୍ରବଳ ବର୍ଷା ହେତୁ ମୁମ୍ବାଇର ପ୍ରସିଦ୍ଧ ଗେଟୱେ ଅଫ ଇଣ୍ଡିଆରେ ବନ୍ୟା ପରିସ୍ଥିତି ଦେଖାଯାଇଥିବା ଏକ ଭିଡିଓ ଭାଇରାଲ ହୋଇଛି । ଯେତେବେଳେ ଆମେ ଏହି ଦାବିକୁ ସତ୍ୟତା ଯାଞ୍ଚ କଲୁ, ଏହା ଏକ ମିଥ୍ୟା ଖବର ବୋଲି ଜଣାପଡ଼ିଲା । କ’ଣ ଭାଇରାଲ୍ ହେଉଛି?ବାସ୍ତବରେ କିଛି ଦିନ ଧରି ମୁମ୍ବାଇରେ ଲଗାତାର ବର୍ଷା ହେଉଛି । ଏଭଳି ପରିସ୍ଥିତିରେ ସରକାର ମଧ୍ୟ ସତର୍କ ରହିବାକୁ ନିବେଦନ କରିଛନ୍ତି । ବର୍ଷା ସହ ଜଡିତ ଅନେକ ଚିତ୍ର ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ମୁମ୍ବାଇର ଗେଟୱେ ଅଫ ଇଣ୍ଡିଆ ଚାରିପାଖରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘x’ ରେ ଫାଣ୍ଟମ୍ ନାମକ ଜଣେ ଉପଭୋକ୍ତା ଏହି ଭିଡିଓ ସେଆର କରିଛନ୍ତି । ଇଣ୍ଡିଆ ଟିଭିର ଅନୁସନ୍ଧାନ । ଗେଟୱେ ଅଫ୍ ଇଣ୍ଡିଆରେ ବନ୍ୟା ପରିସ୍ଥିତି ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ଏଭଳି ପରିସ୍ଥିତିରେ ଆମେ ଏହି ଦାବିର ଅନୁସନ୍ଧାନ କରିବାକୁ ନିଷ୍ପତ୍ତି ନେଲୁ । ସର୍ବପ୍ରଥମେ, ଆମେ ଗୁଗୁଲ୍ ଓପନ୍ ସର୍ଚ୍ଚ ସାହାଯ୍ୟରେ ଗେଟୱେ ଅଫ୍ ଇଣ୍ଡିଆରେ ବନ୍ୟା ସମ୍ବନ୍ଧୀୟ ଖବର ଖୋଜିଲୁ ।

ତେବେ ଗେଟୱେ ଅଫ ଇଣ୍ଡିଆ  ଜଳବନ୍ଦୀ ହୋଇଥିବାର କୌଣସି ସ୍ଥାନରେ କୌଣସି ନୂତନ ଦାବି ହୋଇ ନାହିଁ । ଏହା ପରେ ଆମେ ଗୁଗୁଲ୍ ରିଭର୍ସ ଇମେଜ  ସାହାଯ୍ୟ ନେଇଥିଲୁ । ଏହା କରିବା ଦ୍ଵାରା ଆମେ ୧୮ ମଇ ୨୦୨୧ ରେ ABC ନ୍ୟୁଜ୍ ଦ୍ୱାରା ଅଂଶୀଦାର ହୋଇଥିବା ଏକ ଭିଡିଓ ପାଇଲୁ, ଯାହା ଭାଇରାଲ୍ ହେଉଥିବା ଭିଡିଓ ସହିତ ସ୍ପଷ୍ଟ ଭାବରେ ମେଳ ଖାଉଥିଲା । ଏହି ଭିଡିଓର କ୍ୟାପସନ୍ ରେ ଏହ ଲେଖା ହେଇଛି । ସାଇକ୍ଲୋଥନ୍ ଟାଉକ୍ଟେ ଭାରତର ପଶ୍ଚିମ ଉପକୂଳ ଆଡକୁ ଗଲାବେଳେ ଗେଟୱେ ଅଫ୍ ଇଣ୍ଡିଆ ଜଳମଗ୍ନ ହୋଇଗଲା ।

ଏହି ଘଟଣାରୁ ସ୍ପଷ୍ଟ ହୋଇଛି ଯେ ବର୍ତ୍ତମାନ ମୁମ୍ବାଇରେ ବର୍ଷା ନାମରେ ଏକ ପୁରୁଣା ଭିଡିଓ ସେୟାର କରାଯାଉଛି ।ଫ୍ୟାକ୍ଟ ଚେକ୍ ରୁ କ’ଣ ମିଳିଲା ?ଇଣ୍ଡିଆ ଟିଭି ଦ୍ୱାରା କରାଯାଇଥିବା ଫ୍ୟାକ୍ଟ ଯାଞ୍ଚରୁ ଜଣାପଡିଛି ଯେ ମୁମ୍ବାଇରେ ବର୍ତ୍ତମାନର ବର୍ଷା ସହିତ ଗେଟୱେ ଅଫ୍ ଇଣ୍ଡିଆରେ ବନ୍ୟା ପରିସ୍ଥିତି ସୃଷଠି ହୋଇନାହିଁ। ଭାଇରାଲ ହେଉଥିବା ଭିଡିଓ ୨୦୨୧ ମସିହାର ।  ଯେତେବେଳେ ସାଇକ୍ଲୋନନ୍ ଟାଉକଟା ଧକ୍କା ଦେଇଥିଲା। ଏହିପରି କୌଣସି ଦାବି ପ୍ରତି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।