ଫ୍ୟାକ୍ଟ ଚେକ୍: ସୋନାକ୍ଷୀ ସିହ୍ନାଙ୍କ ବିକିନିରେ ରାମ୍ପ ଚାଲିବାର ଭିଡିଓ ଭାଇରାଲ ।

160

ସୌଜନ୍ଯ : ଆଜ୍ ତକ୍ 
ଫ୍ୟାକ୍ଟ ଚେକ୍: ସୋନାକ୍ଷୀ ସିହ୍ନାଙ୍କ ବିବାହ ସହ ଜଡିତ ଭିଡିଓ ଏବଂ ଫଟୋ ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି କିନ୍ତୁ ଏହି ସମୟରେ, ସୋନାକ୍ଷୀ ସିହ୍ନାଙ୍କ ରାମ୍ପରେ  ଚାଲୁଥିବାର  ଏକ ଭିଡିଓ ଭାଇରାଲ ହୋଇଛି ।  ଯେଉଁଥିରେ ସେ ହଳଦିଆ ରଙ୍ଗର ବିକିନି ପିନ୍ଧିଥିବାର ଦେଖାଯାଉଛି । ଆଜ୍ ତକ୍ ଫ୍ୟାକ୍ଟ ଚେକ୍ ଜାଣିବାକୁ ପାଇଲା ଯେ ଏହି ଭିଡିଓ ଡିପ୍ ଫେକ ଟେକ୍ନୋଲୋଜି ସାହାଯ୍ୟରେ ପ୍ରସ୍ତୁତ କରାଯାଇଛି ।

 

ସୋନାକ୍ଷୀ ସିହ୍ନା ନିଜର ଦୀର୍ଘ ଦିନର ପ୍ରେମିକ ଜାହିର ଇକବାଲଙ୍କ ସହ ଜୁନ୍ ୨୩ ରେ କୋର୍ଟ ମ୍ୟାରେଜ କରିଥିଲେ। ତାଙ୍କ ବିବାହ ସହ ଜଡିତ ଭିଡିଓ ଏବଂ ଫଟୋ ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । କିନ୍ତୁ ସେପଟେ ସୋନାକ୍ଷୀ ସିହ୍ନାଙ୍କ ରାମ୍ପରେ ଚାଲିଥିବାର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ହଳଦିଆ ରଙ୍ଗର ବିକିନି ପିନ୍ଧିଥିବାର ନଜରକୁ ଆସିଛନ୍ତି ।  ଏହି ଭିଡିଓ ଉପରେ ସୋନାକ୍ଷୀଙ୍କ ଲୁକକୁ କିଛି ଲୋକ ପ୍ରଶଂସା କରୁଥିବାବେଳେ ଅନେକ ଲୋକ ବଲିଉଡ ଉପରେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଥିବାର ଦେଖାଯାଉଛି ।

ଆଜ୍ ତକ୍  ଫ୍ୟାକ୍ଟ ଚେକ୍ କରି ଏହା ଜାଣିବାକୁ ପାଇଲା ଯେ ଏହି ଭିଡିଓ ଡିପ୍  ଫେକ ଟେକ୍ନୋଲୋଜି ସାହାଯ୍ୟରେ ପ୍ରସ୍ତୁତ କରାଯାଇଛି । ମୂଳ ଭିଡିଓଟି ହେଉଛି ‘ଆଲେଜାଣ୍ଡ୍ରା ଟଲେସ୍’ ନାମକ ଏକ ମଡେଲର, ଯାହାର ଚେହେରା AI ଦ୍ୱାରା ସୋନାକ୍ଷୀ ସିହ୍ନାଙ୍କର ସମ୍ପାଦିତ ହୋଇଛି ।

ସତ୍ୟ କିପରି ଜଣାପଡ଼ିଲା ?

ଭିଡିଓର କୀ ଫ୍ରେମ ଗୁଡ଼ିକୁ ରିଭର୍ସ ସର୍ଚ୍ଚ  କରି ଆମେ ଭାଇରାଲ୍ କ୍ଲିପ୍ ପରି ଏକ ସମାନ ଭିଡିଓ ୟୁଟ୍ୟୁବ୍ ରୁ ପାଇଲୁ । ଯାହା ଜାନୁୟାରୀ ୧୭, ୨୦୨୪ ରେ ଅପଲୋଡ଼ ହୋଇଛି । ଏହି ଭିଡିଓରେ ଦେଖାଯାଉଥିବା ମଡେଲ ସୋନାକ୍ଷୀ ସିହ୍ନା ନୁହଁନ୍ତି । ସୂଚନାଯୋଗ୍ୟ ଯେ ଏହି ମଡେଲର ଚାଲି, ବିକିନି ଏବଂ ଭିଡିଓର ପୃଷ୍ଠଭୂମି ଭାଇରାଲ୍ କ୍ଲିପ୍ ସହିତ ସମ୍ପୂର୍ଣ୍ଣ ମେଳ ଖାଉଛି ।   ସେଠାରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ମଡେଲଙ୍କ ନାମ ହେଉଛି ‘ଆଲେଜାଣ୍ଡ୍ରା ଟଲେସ୍’ ।

ଇଣ୍ଟରନେଟରେ ଉପଲବ୍ଧ ସୂଚନା ଅନୁଯାୟୀ, ‘ଆଲେକଜାଣ୍ଡ୍ରା ଟଲେସ୍’ ଫ୍ଲୋରିଡାର ମିଆମି ସହରରେ ରହୁଥିବା ଜଣେ ମଡେଲ ଅଟନ୍ତି ।  ସେ ତାଙ୍କର ଅନେକ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।  ଯେଉଁଥିରେ ସେ ବିକିନି ପିନ୍ଧିଥିବାର ଦେଖାଯାଉଛି । ତାଙ୍କ ଫଟୋସୁଟ ଏବଂ ରାମ୍ପରେ ଚାଲିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଉପଲବ୍ଧ ।   ଏହା ପରେ ଆମେ ଭାଇରାଲ୍ ଭିଡିଓରୁ ଆଲେଜାଣ୍ଡ୍ରାଙ୍କ ରାମ୍ପ୍ ୱାକ୍ ର ଏକ ଲମ୍ବା ଭିଡିଓ ପାଇଲୁ ସେଠାରେ କୁହାଯାଇଛି ଯେ ୱାକ ମିଆମି ଆର୍ଟ ବେସେଲ୍ ୨୦୨୩  ନାମକ ଏକ ଶୋ’ରେ କରାଯାଇଥିଲା ।  ଏହି ଶୋ ’ଡିସେମ୍ବର ୨୦୨୩ ରେ ଫ୍ଲୋରିଡାରେ ଅବସ୍ଥିତ‘ ସେମିନୋଲ୍ ହାର୍ଡ ରକ୍ ହୋଟେଲ’ରେ ଆୟୋଜିତ ହୋଇଥିଲା । ତା’ପରେ ‘ଆଲେକଜାଣ୍ଡ୍ରା ଟଲେସ୍’ ଙ୍କ ବ୍ୟତୀତ ଅନ୍ୟ ଅନେକ ମଡେଲ ମଧ୍ୟ ଏଠାରେ ବିକିନି ପିନ୍ଧି ଚାଲିଥିଲେ ।

ସୋସିଆଲ ମିଡିଆରେ ଏହିପରି ସୋ ସମୟରେ ‘ଆଲେକଜାଣ୍ଡ୍ରା ଟଲେସ୍’ ରାମ୍ପରେ ଚାଲିବାର ଆହୁରି ଅନେକ ଭିଡିଓ ଅଛି ।

ଆମେ  ଏହି ଭିଡିଓକୁ  ‘Hive Moderation’ ନାମକ ଏକ ଡିପ ଫେକ ଚିହ୍ନଟ ଉପକରଣ ଉପରେ ଦ୍ଵାରା ଯାଞ୍ଚ କରିଥିଲୁ । ଯାହା ଏହାକୁ ୯୯.୩ ପ୍ରତିଶତ ‘AI’ ଦ୍ଵାରା ସମ୍ପାଦିତ ବୋଲି ଜଣାପଡିଛି ।

ନିଷ୍କର୍ଷ : ଏଆଇ ସହାୟତାରେ ସୋନାକ୍ଷୀ ସିହ୍ନାଙ୍କ ଚେହେରା ବିକିନି ପିନ୍ଧିଥିବା ଜଣେ ମଡେଲର ଭିଡିଓରେ ସୁପରମୁପ ହୋଇ ସୋସିଆଲ ମିଡିଆରେ ସେୟାର କରାଯାଉଛି।