ହାଇଦ୍ରାବାଦରେ ଆରମ୍ଭ ହେଲା ୫ ଟଙ୍କିଆ ମୋବାଇଲ୍ କ୍ୟାଣ୍ଟିନ୍ : ୫ ଟଙ୍କାରେ ଗରମାଗରମ ପେଟପୁରା ଭୋଜନ ଖାଇବେ ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତି

609

ହାଇଦ୍ରାବାଦରେ ଅନ୍ନପୂର୍ଣ୍ଣା ମୋବାଇଲ୍ କ୍ୟାଣ୍ଟିନର ଶୁଭାରମ୍ଭ ହୋଇଛି । ଏହି ସୁବିଧା ଆରମ୍ଭ କରିଛନ୍ତି ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେଶନ (GHMC) । ମୁଖ୍ୟତଃ ଅସହାୟ ବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କ ପାଖରେ ଗରମ ଖାଦ୍ୟ ପହଞ୍ଚାଇବା ହେଉଛି ଏହାର ମୂଳ ଲକ୍ଷ୍ୟ । ହରେକୃଷ୍ଣା ମୁଭମେଣ୍ଟ ଚାରିଟେବୁଲ୍ ଫାଉଣ୍ଡେଶନ ସହଯୋଗରେ ଆରମ୍ଭ ହୋଇଥିବା ଏହି ମୋବାଇଲ୍ କ୍ୟାଣ୍ଟିନରେ ୫ ଟି ଗାଡ଼ିକୁ ସାମିଲ କରାଯାଇଛି ।

ମୋବାଇଲ୍ କ୍ୟାଣ୍ଟିନରେ ଖାଦ୍ୟ ହଟ୍ କେସରେ ରଖାଯାଇଥାଏ । ପ୍ରାଥମିକ ପର୍ଯ୍ୟାୟରେ ୫୦ ଲୋକଙ୍କ ପାଖକୁ ଗରମ ଖାଦ୍ୟ ପହଞ୍ଚାଯିବ । ପରେ ୧୨୦୦ ଲୋକଙ୍କୁ ଖାଦ୍ୟ ପରଷାଯିବ । ୬ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଅନ୍ନପୂର୍ଣ୍ଣା କ୍ୟାଣ୍ଟିନର ବର୍ତ୍ତମାନ ୧୫୦ ଟି ସେଣ୍ଟର ରହିଛି, ଯାହାକି ପ୍ରତିଦିନ ୩୫ ହଜାର ଲୋକଙ୍କ ପାଇଁ ଖାଦ୍ୟ ଉପଲବ୍ଧ କରାଉଛି ।