କନକ ବ୍ୟୁରୋ : ସୁପ୍ରିମ କୋର୍ଟଙ୍କ ନିୟମ ଅନୁଯାୟୀ ଗତ ଏପ୍ରିଲ ମାସ ଶେଷ ସୁଦ୍ଧା ରାଜଧାନୀର ସମସ୍ତ ସରକାରୀ କୋଠାକୁ ଭିନ୍ନକ୍ଷମ ଯାତାୟତ ଉପଯୋଗୀ କରିବାକୁ କୁହାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ତାହା ହୋଇପାରିଲାନି। ତେଣୁ ଆସନ୍ତା ଡିସେମ୍ବର ସୁଦ୍ଧା ରାଜଧାନୀର ୫୦% ସରକାରୀ କୋଠାକୁ ଭିନ୍ନକ୍ଷମଙ୍କ ଯାତାୟତ ଉପଯୋଗୀ କରିବାକୁ କୁହାଯାଇଛି। ଏହାସହ କଟକ, ପୁରୀ, ବାଲେଶ୍ବର, ବାରିପଦା, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା, ବ୍ରହ୍ମପୁର, ଜୟପୁରରେ ୫୦% ସରକାରୀ କୋଠାକୁ ଡିସେମ୍ବର, ୨୦୧୯ ସୁଦ୍ଧା ଭିନ୍ନକ୍ଷମଙ୍କ ଯାତାୟତ ପାଇଁ ସୁଗମ କରିବାକୁ ମୁଖ୍ୟ ଶାସନ ସଚିବ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ପୂର୍ତ୍ତ ବିଭାଗ, ନଗର ଉନ୍ନୟନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗ ସ୍ବତନ୍ତ୍ର ଅର୍ଥ ବରାଦ କରିବାକୁ କୁହାଯାଇଛି।
କେଉଁ ବିଭାଗ ଅଧୀନରେ ଥିବା କେଉଁ କେଉଁ କାର୍ଯ୍ୟାଳୟ ଭିନ୍ନକ୍ଷମଙ୍କ ଯାତାୟତ ପାଇଁ ଉପଯୋଗୀ ହୋଇଛି ତାହାର ତାଲିକା କେନ୍ଦ୍ର ସରକାରଙ୍କୁ ଦେବାକୁ ଆଇଟି ବିଭାଗକୁ କୁହାଯାଇଛି। ସେହିପରି ଭିନ୍ନକ୍ଷମଙ୍କ ଓଡ଼ିଆ ଭାଷାରେ ଗାଇଡ୍ କରୁଥିବା ବାର୍ତ୍ତା ଦିଆଯିବ। ଏହାସହ ରାଜ୍ୟ ସରକାରଙ୍କ ୫୦% ୱେବସାଇଟ୍କୁ ଭିନ୍ନକ୍ଷମମାନେ ଯେପରି ସହଜରେ ବ୍ୟବହାର କରିପାରିବେ ସେଥିପାଇଁ ଆଇଟି ବିଭାଗ ଆବଶ୍ୟକୀୟ ବ୍ୟବସ୍ଥା କରିବ।
/kanak/media/post_attachments/wp-content/uploads/2018/10/images-2-1.jpg)
ସ୍ବାସ୍ଥ୍ୟ ବିଭାଗ ପ୍ରତ୍ୟେକ ଭିନ୍ନକ୍ଷମଙ୍କୁ ସ୍ବାସ୍ଥ୍ୟ ବୀମା ଯୋଗାଇବା ସହ ସମସ୍ତ ରୋଗର ପରୀକ୍ଷା ଏବଂ ଜଟିଳ ଅସ୍ତ୍ରୋପଚାର ମାଗଣାରେ କରିବ। ନଗର ଉନ୍ନୟନ ବିଭାଗ ସମସ୍ତ ବସ୍ତିରେ ଭିନ୍ନକ୍ଷମଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ସହ ସମସ୍ତ ସରକାରୀ କୋଠାକୁ ତୁରନ୍ତ ଭିନ୍ନକ୍ଷମଙ୍କ ଯାତାୟତ ଉପଯୋଗୀ କରିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ଶିକ୍ଷକଙ୍କୁ ସ୍କୁଲରେ ନିଯୁକ୍ତି ଦେବ, ଉଚ୍ଚଶିକ୍ଷା ବିଭାଗ ଭିନ୍ନକ୍ଷମଙ୍କ ପାଇଁ ସବୁଠି ୫% ସଂରକ୍ଷଣ ରଖିବାକୁ କୁହାଯାଇଛି।