ସୁନ୍ଦର ଦେଖାଯିବାକୁ କାହାର ବା ଇଚ୍ଛା ନଥାଏ । ଆଉ ଏହି ସୁନ୍ଦର ଦେଖାଯିବା ନିଶାରେ ପ୍ରାୟତଃ ମହିଳା ବିଭିନ୍ନ ପ୍ରକାରର କେମିକାଲ୍ ଜନିତ କ୍ରିମ୍ ବ୍ୟବହାର କରିଥାଆନ୍ତି । ଏଥିସହିତ ପାର୍ଲରକୁ ଯାଇ ଗୁଡ଼ାଏ ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି । ହେଲେ ଏହା ସେମାନଙ୍କ ପାଇଁ କେବେକେବେ କାଳ ମଧ୍ୟ ହୋଇଯାଏ। କାହିଁକିନା ଏଥିରେ କେମିକାଲ୍ ମିଶିଥିବାରୁ ଏହା ଚେହେରାକୁ ସୁନ୍ଦର କରିବା ପରିବର୍ତ୍ତେ ବିଗାଡ଼ି ଦେଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କ ଚେହେରାକୁ ସୁନ୍ଦର ଏବଂ ଚମକପ୍ରଦ ତ୍ୱଚା ପାଇବା ପାଇଁ ଏକ ପ୍ରାକୃତିକ ଫେସିଆଲ୍ ବିଷୟରେ ଜଣାଇବୁ। ଚାଲନ୍ତୁ ଜାଣିବା ଏହି ଫେସିଆଲ୍ ବିଷୟରେ
ଆବଶ୍ୟକୀୟ ସାମଗ୍ରୀ:
୧- ଟମାଟୋ
୨- କ୍ଷୀର
୩- ବେସନ
୪- ମହୁ
୫- ଚିନି
ପ୍ରଥମ ସୋପାନ : କ୍ଲିଂଜିଙ୍ଗ୍
ପ୍ରଥମେ ଆପଣ ଏକ ପାତ୍ରରେ ଗୋଟିଏ ଚାମଚ ଟମାଟୋ ରସ ସହିତ ଗୋଟାଏ ଚାମଚ କ୍ଷୀରକୁ ମିଶ୍ରଣ କରନ୍ତୁ । ଏହାପରେ ଏକ ତୁଳା ସାହାଯ୍ୟରେ ଏହି ମିଶ୍ରଣକୁ ନେଇ ନିଜର ଚେହେରାରେ ପ୍ରୟୋଗ କରି ୧୫ ମିନିଟ୍ ପରେ ଚେହେରାଟିକୁ ଧୋଇଦିଅନ୍ତୁ ।
ଦ୍ୱିତୀୟ ସୋପାନ : ସ୍କ୍ରବିଙ୍ଗ୍
ଆପଣ ଏକ ପାତ୍ରରେ ଏକ ଚାମଚ ବେସନ ରଖି ସେଥିରେ ଏକ ଚାମଚ ଚିନିକୁ ମିଶାନ୍ତୁ। ଏହାପରେ ଆପଣ ଏକ ଟମାଟୋରକୁ ଦୁଇଖଣ୍ଡ କରି କାଟି ଦିଅନ୍ତୁ। ଏଥିସହିତ କଟାଯାଇଥିବା ଉକ୍ତ ଟମାଟୋ ଖଣ୍ଡର ସହୟତାରେ ଉକ୍ତ ମିଶ୍ରଣକୁ ନେଇ ଆପଣଙ୍କ ଚେହେରାକୁ ୫ ମିନିଟ୍ ପର୍ଯ୍ୟନ୍ତ ସ୍କ୍ରବିଙ୍ଗ୍ କରନ୍ତୁ । ଏହାପରେ ଆପଣ ଆପଣଙ୍କ ଚେହେରାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ।
ସର୍ବଶେଷ ସୋପାନ: ଫେସପ୍ୟାକ୍
ତେବେ ସ୍କ୍ରବିଙ୍ଗ୍ କଲାପରେ ଅପଣ ସର୍ବଶେଷ ସୋପନରେ ଆପଣଙ୍କ ଚେହେରାରେ ଫେସ୍ପ୍ୟାକ୍ ଲଗାଇବାକୁ ଯେପରି ନଭୁଲନ୍ତି। ଆଉ ଏନେଇ ପ୍ରଥମେ ଆପଣଙ୍କୁ କିଛି ଟମାଟୋରକୁ ଛୋଟ ଛୋଟ ଖଣ୍ଡରେ କାଟି ତାହାର ଏକ ପେଷ୍ଟ୍ ପ୍ରସ୍ତୁତ କରିବାକୁ ହେବ। ଏହାପରେ ଆପଣ ଏହି ପେଷ୍ଟ୍ରେ ଗୋଟାଏ ଚାମଚ ଦହି, ଅଧା ଚାମଚ ମହୁ ଏବଂ ୩ ଚାମଚ ବେସନକୁ ମିଶ୍ରଣ କରିବା ପରେ ଏହା ଏକ ଫେସ୍ପ୍ୟାକ୍ ପ୍ରସ୍ତୁତ କରିବାକୁ ହେବ। ତେବେ ଆପଣଙ୍କୁ ଏହି ଫେସ୍ପ୍ୟାକ୍କୁ ଆପଣଣଙ୍କ ଚେହେରାରେ ପ୍ରୟୋଗ କରିବାର ୩୦ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇବାକୁ ପଡ଼ିବ । ଏହାପରେ ଆପଣ ନିଜେହିଁ ଅନୁଭବ କରିବେ ଯେ କିଭଳି ଏହା ଆପଣଙ୍କ ଚେହେରାର ସୌନ୍ଦର୍ଯ୍ୟକୁ ବଢ଼ାଇଦେଇଛି ।