କିଏ ଏହି ସ୍ମାର୍ଟ ହରିରାମ କୁମାର ? ଯାହାଙ୍କୁ ଫେସବୁକ୍ ବ୍ୟବହାରକାରୀ ଢିଙ୍କ୍ ଚାକ୍ ପୂଜାଙ୍କ ମାଉସୀ ପୁଅ ଭାଇ କହୁଛନ୍ତି ।

54

ସୋସିଆଲ୍ ମିଡିଆର ଏକ ପ୍ଲାଟଫର୍ମ ହେଉଛି ୟୁଟ୍ୟୁବ୍ ଯେଉଁଥିରେ ବିଭିନ୍ନ ପ୍ରକାରର ଭିଡିଓ ଅପଲୋଡ୍ କରାଯାଏ । କିଛି ମନୋରଞ୍ଜନ ପାଇଁ ଥାଏ ତ ଆଉ କିଛି ଶିକ୍ଷଣୀୟ ଭିଡିଓ ଏହି ସାଇଟରେ ଆପଣଙ୍କୁ ଦେଖିବାକୁ ମିଳୁଥିବ । କିନ୍ତୁ ଏଭଳି କିଛି ଲୋକ ଅଛନ୍ତି ଯାହାଙ୍କ ଫଟୋ କିମ୍ବା ଭିଡିଓକୁ ଲୋକ ଏତେ ପସନ୍ଦ ବା ନାପସନ୍ଦ କରନ୍ତି ଯେ ଏହା ସୋସିଆଲ୍ ମିଡିଆ ସେନସେସନ୍ ହୋଇଯାଏ । ତେବେ ଏଭଳି ଏକ ସୋସିଆଲ୍ ମିଡିଆ ସେନସେସନଙ୍କ କଥା ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହାଙ୍କୁ ଲୋକ ଢିଙ୍କ୍ ଚାକ୍ ପୁଜାଙ୍କ ମାଉସୀ ପୁଅ ଭାଇ କହିବାକୁ ପଛାଉନାହାନ୍ତି ।ଯୁବକ ଜଣକ ହେଉଛନ୍ତି ପଟନାର ହରିରାମ୍ କୁମାର । ଯୁବକଙ୍କ ଫେସବୁକ୍ ଆଇଡି ନାଁ ସ୍ମାର୍ଟ ହରିରାମ କୁମାର ରହିଥିବା ବେଳେ ଟାଗ୍ ଲାଇନରେ ସିରିଏଲ୍ କିସର୍, ସେକ୍ସି ମୁଣ୍ଡା ଭଳି ନାଁ ରହିଛି । ତେବେ ଏହି ହରିରାମ୍ ନାମକ ଯୁବକ ଯେଭଳି ଫେସବୁକ୍ ଷ୍ଟାଟସ୍ ଦିଅନ୍ତି ତାହାକୁ ଦେଖି ଲୋକମାନେ ଥଟ୍ଟା କରିବା ସହ ଗାଳିଗୁଲଜ ମଧ୍ୟ କରନ୍ତି । ଢିଙ୍କ୍ ଚାକ୍ ପୂଜା,ବଙ୍ଗଳା ହିରୋ ଆଲୋମ୍ ଏବଂ ବର୍ତ୍ତମାନ ଏହି  ସ୍ମାର୍ଟ ହରିରାମ କୁମାର । ଲୋକମାନେ ଏହି ଯୁବକଙ୍କୁ ଟ୍ରୋଲ୍ କରି ଗାଳି କରିବାରେ ଲାଗି ପଡିଛନ୍ତି । ଯୁବକ ଜଣକ ମଧ୍ୟ ନିଜ ତରଫରୁ ଲୋକଙ୍କୁ ଗାଳି ନ କରିବାରେ ନେହୁରା ହୋଇଛନ୍ତି ।