କନକ ବ୍ୟୁରୋ: କିଛି ସମୟ ପାଇଁ ବନ୍ଦ ହୋଇଗଲା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ । ସୋମବାର ରାତି ପ୍ରାୟ ସାଢେ ୯ଟା ସମୟରେ ଦେଶର ବିଭିନ୍ନ ଅଞ୍ଚଳରେ ଏହି ସବୁ ସୋସିଆଲ୍ ମିଡିଆ ସର୍ଭର ଡାଉନ୍ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ୟୁଜର୍ସମାନେ ନିଜର ଅସନ୍ତୋଷ ଜାହିର କରିଛନ୍ତି । କେହି ବି ୟୁଜର୍ସ ସୋସିଆଲ୍ ମିଡିଆରେ ପୋଷ୍ଟ କରିନପାରିବା ସହିତ ମେସେଜ ମଧ୍ୟ ପଠାଇ ପାରୁନାହାଁନ୍ତି । ଅନ୍ୟପଟେ ଫେସବୁକ ୱେବସାଇଟ ଜରିଆରେ ଏନେଇ ସୂଚନା ଦେଇଛି । ଫେସବୁକ୍ ତରଫରୁ କୁହାଯାଇଛି ଯେ, କ୍ଷମା କରିବେ, କିଛି ଭୁଲ ହୋଇଯାଇଛି । ଆମେ ଏହା ଉପରେ କାମ କରୁଛୁ । ତୁରନ୍ତ ଏହି ସମସ୍ୟାର ସମାଧାନ ହେବ ।
ସୋସିଆଲ୍ ମିଡିଆ ସର୍ଭର ଡାଉନ୍ । କିଛି ସମୟ ପାଇଁ ବନ୍ଦ ହୋଇଗଲା ଫେସବୁକ୍, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ।
/kanak/media/post_attachments/wp-content/uploads/2021/10/down.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)