ମୃତ୍ୟୁର ଖେଳ ‘ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ୍’ ଉପରେ ରୋକ୍ ଲଗାଇଲେ ସରକାର ! ସମସ୍ତ ସୋସିଆଲ୍ ମିଡିଆକୁ ଦେଲେ କଡା ନିର୍ଦ୍ଦେଶ

ମୃତ୍ୟୁର ଖେଳ କବଳରେ ଯୁବପୀଢି ! ବ୍ରହ୍ମପୁରରେ ନୀଳ ତିମି ପଂଝାରୁ ଉଦ୍ଧାର ହେଲେ ଇଂଜିନିୟରିଂ ଛାତ୍ର

Image Courtesy : http://gnomip.gr

କନକ ବ୍ୟୁରୋ : ଖୁନୀ ଖେଳ ବ୍ଲୁ ହ୍ୱେଲ୍ ଗେମ୍ ଉପରେ ରୋକ୍ ଲଗାଇଲେ ସରକାର । ଗୁଗୁଲ୍ ,ଫେସବୁକ୍ , ହ୍ୱାଟସଆପ୍, ଇନଷ୍ଟାଗ୍ରାମ୍ , ମାଇକ୍ରୋସଫ୍ଟ ଇଣ୍ଡିଆ, ୟାହୁ ଇଣ୍ଡିଆକୁ ଏହି ଗେମ୍ ଏବଂ ଏହି ପ୍ରକାର ଅନ୍ୟ ଗେମର ଲିଙ୍କ୍ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏହା ସହ ଯଦି କେହି ଏହାକୁ ସର୍ଚ୍ଚ କରୁଛି ତେବେ ତୁରନ୍ତ ତାକୁ ବନ୍ଦ କରାଯାଉ ବୋଲି କହିଛନ୍ତି ସରକାର । ସୂଚନା ଅନୁସାରେ, ବ୍ଲୁ-ହ୍ୱେଲକୁ ବନ୍ଦ କରାଇବାକୁ ନେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ନିକଟକୁ ଅଭିଯୋଗ ଆସିଥିଲା । ଏହାପରେ ଏପରି ନିର୍ଦ୍ଦେଶ ନେଇଛନ୍ତି ସରକାର ।

ଏହି ଖେଳରେ ବର୍ତ୍ତମାନ ସୁଦ୍ଧା ଋଷିଆର ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିସାରିଲେଣି । ଭାରତରେ ମଧ୍ୟ ଏହି ଗେମର ପ୍ରଭାବ ନିକଟରେ ଦେଖିବାକୁ ମିଳିଛି । ମୁମ୍ବାଇର ୧୪ବର୍ଷୀୟ ବାଳକ ମନପ୍ରିତ୍ ସାହାନ୍ସ ଏହି ଖେଳର ବସବର୍ତ୍ତି ହୋଇ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ସେହିପରି ପଶ୍ଚିମବଙ୍ଗର ଜଣେ ୧୫ ବର୍ଷିୟ ବାଳକ ମଧ୍ୟ ଏହି ହ୍ୱେଲ୍ ଚ୍ୟାଲେଞ୍ଜ ପାଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଇନ୍ଦୋରର ଜଣେ ଛାତ୍ର ନିଜର ସ୍କୁଲର ତିନି ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ । କିନ୍ତୁ କିଛି ଛାତ୍ର ତାଙ୍କୁ ଅଟକାଇ ଜୀବନ ବଂଚାଇଛନ୍ତି ।

କଣ ଏହି ବ୍ଲୁ ହ୍ୱେଲ୍ ଗେମ୍ :
ହି ବ୍ଲୁ-ହ୍ୱେଲ ଗେମ୍ ଲୋକଙ୍କୁ ଆତ୍ମହତ୍ୟା କରିବାକୁ ଚ୍ୟାଲେଞ୍ଜ କରିଥାଏ । ଏବଂ ଯିଏ ଏହି ଚ୍ୟାଲେଞ୍ଜ ଗ୍ରହଣ କରେ ସେ ଆତ୍ମହତ୍ୟା କରିଦିଏ । ଋଷିଆରୁ ଆରମ୍ଭ ହୋଇଥିବା ଏହି ଖେଳରେ ପ୍ରାୟ ୧୨ରୁ ୧୫ ବର୍ଷ ବୟସର ପିଲା ମାନେ ସାମିଲ୍ ଥାନ୍ତି । ଖେଳଟି କେବଳ ସୋସିଆଲ୍ ମିଡିଆରେ ଖେଳାଯାଏ । ଯାହାକୁ ନିୟନ୍ତ୍ରିତ କରିଥାଏ ଜଣେ ମାଷ୍ଟର୍ ବା ହ୍ୱାସସଆପ୍ ଗ୍ରୁପ୍ ଆଡମିନ୍ । ଏହି ମାଷ୍ଟରର ପରାମର୍ଶ ମାନିବାକୁ ଏକପ୍ରକାର ବାଧ୍ୟ ଖେଳାଳୀ ।

ମାଷ୍ଟର୍ ଯେଉଁ ଟ୍ୟାସ୍କ ଦେଇଥାଏ ତାକୁ ୫୦ ଦିନ ମଧ୍ୟରେ ଶେଷ କରିବାକୁ ପଡିଥାଏ । ଏହି ଖେଳ ମାନଙ୍କ ମଧ୍ୟରେ ଥାଏ ଭୂତ ସିନେମା ଦେଖିବା, ରାତି ରାତି ଅନିଦ୍ରା ରହିବା ଏବଂ ନିଜ ହାତକୁ କାଟି ବ୍ଲୁ ହ୍ୱେଲ୍ ଲେଖିବା । ଖେଳାଳୀ ଠିକ୍ ଭାବରେ ଏହାକୁ ମାନୁଛି ଏବଂ ଖେଳୁଛି କି ନାହିଁ ସେଥିପାଇଁ ଏକ ଫଟୋ ଉଠାଇ ସେୟାର୍ କରିବାକୁ ପଡିଥାଏ । ତେବେ ଏପରି ଭାବରେ ଆରମ୍ଭ ହୋଇଥିବା ଖେଳ ଧୀରେ ଧୀରେ କଠିନରୁ କଠିନତର ହୋଇଥାଏ । ଶେଷରେ ଖେଳ ଉକ୍ତ ଖେଳାଳୀର ମୃତ୍ୟୁରେ ଶେଷ ହୋଇଥାଏ ।

କିଏ ଏବଂ କେମିତି ଆରମ୍ଭ କରିଥିଲା ଏହି ଖେଳ :

ଅନଲାଇନରେ ଗେମ୍ ଖେଳି ଲୋକଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଉ ଥିଲେ ଜଣେ ଋଷୀୟ ଯୁବକ । ବିକୃତ ମାନସିକତା ହେଉ ଅବା ଅପରାଧିକ ଚିନ୍ତାଧାରା । ଋଷର ୨୨ ବର୍ଷିୟ ଯୁବକ ଫିଲିପ ବୁଡେଇକି ତିଆରି କରିଥଲା ମୃତ୍ୟୁର ଖେଳ ବ୍ଲୁ ହ୍ୱେଲ । ଇଂଟରନେଟ ଜରିଆରେ ସେ ବିଶ୍ୱର କୋଣ ଅନୁକୋଣରେ ଥିବା ଯୁବକ ଯୁବତୀଙ୍କୁ ଯୋଗାଯୋଗ କରୁଥିଲା । ତାପରେ ସ୍କାଏପି,ଭିଡିଓ ଚାଟ ଓ ସୋସିଆଲ ମିଡିଆ ଜରିଆରେ ଆରମ୍ଭ ହେଉଥିଲା କଥାବାର୍ତ୍ତା । ଆଉ ଅଜବ ଗଜବ କାରନାମା କରି ଅନଲାଇନରେ ଗେମ୍ ଖେଳିବାର ଅଫର୍ ଦେଉଥିଲା । ସାଧାରଣତଃ ଦୁର୍ବଳ ମାନସିକତା ଥିବା ଯୁବକ ଯୁବତୀଙ୍କୁ ଟାର୍ଗେଟ୍ କରୁଥିଲା ଫିଲିପ ।

ଯୁବକ ଯୁବତୀଙ୍କ ବ୍ରେନୱାସ୍ କରି ତାଙ୍କ ମାନସିକତାକୁ ପ୍ରଭାବିତ କରିବାରେ ମାହିର ଥିଲା ଫିଲିପ୍ । ଆଉ ନିଜର ବିକୃତ ଚିନ୍ତାଧାରା ଦ୍ୱାରା ଅନଲାଇନ ଗେମ୍ ଜରିଆରେ ରଚୁଥିଲା ମୃତ୍ୟୁର ଷଡଯନ୍ତ୍ର ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏଥିପାଇଁ ଅର୍ଥ ପ୍ରଲୋଭନ ଦେଖାଉ ନଥିଲା ଫିଲିପ । ବରଂ ଯୁବକ ଯୁବତୀଙ୍କ ବ୍ରେନ ୱାସ କରି ସେମାନଙ୍କୁ ଜୀବନର କିଛି ନିଆରା ଅନୁଭୂତି ତିଆରି କରିବାକୁ ପ୍ରବର୍ତ୍ତାଯାଉଥିଲା ।

ଫିଲିପର ଏହି ଅନଲାଇ୍ନ ଗେମରେ ୧୩୦ଜଣ ଆତ୍ମହତ୍ୟା କରିଥିବା ଜଣଶ ପଡିଛି । ଆଉ ଫିଲିପର କହିବା କଥା ୩୦ଜଣଙ୍କ ଆତ୍ମହତ୍ୟାର ଲାଇଭ୍ ଭିଡିଓ ସେ ଦେଖିଥିବା ବେଳେ ଏବେ ବି ୨୮ ଜଣ ଟାର୍ଗେଟ୍ ମେମ୍ବର ଜୀବିତ ଅଛନ୍ତି । ଏସବୁ ଭିତରେ ଇଂଟରକମ୍ ସହୟତାରେ ଋଷ ପୋଲିସ ତାକୁ ଗିରଫ କରିଥିବା ବେଳେ ୩ବର୍ଷ ଜେଗଲ ଦଣ୍ଡ ହୋଇଛି ।

ଏବେ ନଜର ପକାନ୍ତୁ ଏହି ଭୟଙ୍କର ‘ବ୍ଲୁ ହ୍ୱେଲ୍ ଗେମ୍’ରେ ୫୦ ଦିନରେ ଖେଳାଳୀଙ୍କ ପାଇଁ ରହିଥିବା ୫୦ଟି ଚ୍ୟାଲେଂଜ୍ ଉପରେ :

୧. ଭୋର୍ ୪.୨୦ରେ ଉଠି ଡରୁଆ କିମ୍ବା ଭୟାନକ ଭିଡିଓ ଦେଖିବା
୨. ହାତକୁ ବ୍ଲେଡରେ କାଟିବା
୩. ହାତର ଶିରାକୁ କାଟିବା (ଗଭୀର ନୁହେଁ)
୪. ଗୋଟିଏ ପେପରରେ ତିମି ମାଛର ଫଟୋ ତିଆରି କରିବା
୫. ଯଦି ତିମି ହେବା ପାଇଁ ପ୍ରସ୍ତୁତ ତେବେ ‘ହଁ’ ଲେଖି ଗୋଡକୁ ବ୍ଲେଡରେ କାଟିବା । ନଚେତ୍ ହାତର ଯେକୌଣସି ସ୍ଥାନକୁ କାଟିବା
୬. ଷ୍ଟାଟସରେ ଲେଖିବେ ‘ମୁଁ ହ୍ୱେଲ୍’
୭. ଭୋର୍ ୪.୨୦ରେ ଉଠି ଛାତକୁ ଯିବା
୮. ବ୍ଲେଡରେ କାଟି ହାତରେ ତିମିର ଚିତ୍ର କରିବା ବାଧ୍ୟତାମୂଳକ
୯. ସାରାଦିନ ଭୟାନକ ଭିଡିଓ ଦେଖିବା
୧୦. ମାଷ୍ଟର୍ ବା ଗ୍ରୁପ୍ ଆଡମିନ୍ ପଠାଇଥିବା ଗୀତ ଶୁଣିବା
୧୧. ଓଠକୁ କାଟିବା
୧୨. ହାତକୁ ଛୁଂଚିରେ କେଂଚିବା
୧୩. ନିଜକୁ କଷ୍ଟ ଦେବା
୧୪. ଛାତ ଉପରକୁ ଯାଇ ଧାରରେ ଛିଡା ହେବା
୧୫. ବ୍ରିଜ୍ ଚଢିବା
୧୬. କ୍ରେନ୍ ଚଢିବା
୧୭. ସ୍କାଏ ପି ଜରିଆରେ ହ୍ୱେଲ୍ ବା ତିମି ସହ କଥା ହେବା ବାଧ୍ୟତାମୂଳକ
୧୮. ବିଶ୍ୱସନୀୟତା ପରୀକ୍ଷା
୧୯. ଛାତ ଉପରକୁ ଯାଇ କେବଳ ପାଦ ଉପରେ ବସିବା
୨୦. ସିକ୍ରେଟ୍ ମିଶନ୍
୨୧. ତିମି ବା ହ୍ୱେଲକୁ ଦେଖା କରିବା
୨୨. ମୃତ୍ୟୁର ତାରିଖ କହିବେ ଏବଂ ଏହାକୁ ଗ୍ରହଣ କରିବାକୁ ବାଧ୍ୟ
୨୩. ପୁଣି କୋଡ ୱାଡରେ କାମ
୨୪. ଭୋର୍ ୪.୨୦ରେ ଉଠି ରେଳ ଲାଇନକୁ ଯିବା
୨୫. କାହା ସହ କଥା ନହେବା
୨୬. ଆପଣ ଜଣେ ହ୍ୱେଲ୍ ବୋଲି ଶପଥ ନେବା
୨୭. ଭୟକୁ ଦୂରାଇବା
୨୮. ଦେହ ହାତ କାଟିବା
୨୯. କୋଡ୍ ୱାଡରେ କଥା ହେବା

ଏହା ପରେ ୩୦ ରୁ ୪୯ ପର୍ଯ୍ୟନ୍ତ ୪.୨୦ରୁ ଉଠିବା , ଭିଡିଓ ଦେଖିବା , ଗୀତ ଶୁଣିବା ଏବଂ ପ୍ରତିଦିନ ନିଜ ହାତ ଏବଂ ହ୍ୱେଲ୍ ସହ କଥା ହେବା ।

ଆଉ ୫୦ ତମ ଦିନ ହେଉଛି ଖେଳ ଏବଂ ଜୀବନର ଶେଷ ଦିନ । ଏହି ଦିନଟିି ବିଭିନ୍ନ ଉପାୟରେ ଆତ୍ମହତ୍ୟା କରିବା । (ଫାଶୀ ଦେବା, ଟ୍ରେନ୍ ଆଗରେ ଶୋଇବା ଏବଂ ଛାତରୁ ଡେଇଁବା)

ତେବେ ଏହି ଖେଳରୁ ପିଲାମାନଙ୍କୁ ରକ୍ଷା କରିବା ପାଇଁ ପୁଲିସ୍ ସ୍କୁଲ୍ କର୍ତ୍ତୃପକ୍ଷ ଏବଂ ପିଲାଙ୍କ ବାପା ମାଙ୍କୁ ସେମାନଙ୍କ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe