ପପୁଲାର୍ ସୋସିଆଲ୍ ସାଇଟ୍ ଫେସବୁକର ଭିଡିଓ ପ୍ଲାଟଫର୍ମ “ଫେସବୁକ ୱାଚ୍” କୁ ଲଞ୍ଚ୍ କରିଦିଆଯାଇଛି । ଫେସବୁକ ତରଫରୁ ଭିଡିଓ କଣ୍ଟେଣ୍ଟ ପାଇଁ ଏହା ଏକ ନୂତନ ପ୍ରଡକ୍ଟ । ତେବେ ଏହା ୟୁଟ୍ୟୁବ୍ ଭଳି କାମ କରିବ ଏଥିରେ କୌଣସି ସନ୍ଦେହ ନାହିଁ । ଏହାକୁ ସର୍ବପ୍ରଥମେ ଗତବର୍ଷ ଅଗଷ୍ଟ ମାସରେ ଆମେରିକାରେ ଲଞ୍ଚ୍ କରାଯାଇଥିଲା ।
ତେବେ ନିକଟରେ ଏହାକୁ ସବୁ ଦେଶରେ ଲଞ୍ଚ୍ କରାଯାଇଛି । ଫେସବୁକ୍ ୱାଚ୍ ଲଞ୍ଚ୍ ସମୟରେ ହିଁ କମ୍ପାନୀ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ସ୍ତରର ପବ୍ଲିସର ଏବଂ କ୍ରିଏଟରଙ୍କୁ ସାହାର୍ଯ୍ୟ କରିବା ପାଇଁ କୁହାଯାଇଥିଲା । ପ୍ରଥମେ ଫେସବୁକ୍ ଜରିଆରେ ସେମାନଙ୍କୁ ରୋଜଗାରକ୍ଷମ କରିବା ଏବଂ ଭିଡିଓ ତଥା କଣ୍ଟେଣ୍ଟ କୁ କିଭଳି ଭାବେ ଭଲ ପ୍ରଦର୍ଶନ କରିବା ଏନେଇ ମଧ୍ୟ କମ୍ପାନୀ ପକ୍ଷରୁ ବିବରଣୀ ମିଳିବ ।
ଜୁନ୍ ମାସରେ ଫେସବୁକ୍ ତରଫରୁ କମ୍ପାନୀ ୟୁଜର୍ସ ଏବଂ କ୍ରିଏଟର୍ସଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ ପାଇଁ ଘୋଷଣା କରାଯାଇଥିଲା । ଯେଉଁଥିରେ ପୋଲ୍ସ ଏବଂ କ୍ୱିଜ୍ ଭଳି ଫିଚର୍ସ ସ୍ଥାନ ପାଇବ । ଫେସବୁକ୍ ଅନୁସାରେ ସେବା ଇଂରାଜୀ କଣ୍ଟେଣ୍ଟ୍ ବ୍ୟତିତ ଅନ୍ୟ ଆଞ୍ଚଳିକ ଭାଷା ଏବଂ କଣ୍ଟେଣ୍ଟ ୍ ମଧ୍ୟ ସପୋର୍ଟ କରିବ । ତେବେ ଏଥିପାଇଁ ଫେସବୁକ୍ କିଛି ସର୍ତ୍ତ ମଧ୍ୟ ରଖିଛି । କ୍ୱାଲିଫାଇ କରିବା ପାଇଁ କ୍ରିଏଟର୍ସଙ୍କୁ ତିନି ମିନିଟର ଭିଡିଓ କରିବାକୁ ପଡିବ,ଯେଉଁଥିରେ ୧୦,୦୦୦ ଫଲୋଅର୍ସ ରହିବା ଆବଶ୍ୟକ । ୨ ମାସ ମଧ୍ୟରେ ୩୦,୦୦୦ ରୁ ଅଧିକ ଭ୍ୟୁଜ୍ ରହିବା ଆବଶ୍ୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/yhj.png)
/kanak/media/post_attachments/wp-content/uploads/2018/08/facebook_222_1535553338_618x347-300x168.jpeg)
/kanak/media/post_attachments/wp-content/uploads/2018/08/l..lp_-300x135.png)