ସାରା ଦୁନିଆରେ କାଲି ରାତି ଠାରୁ ଡାଉନ୍ ଅଛି ଫେସବୁକ୍ ! କମ୍ପାନୀ କହିଲା କୌଣସି ହ୍ୟାକର୍ସଙ୍କ ଏ କାମ ନୁହେଁ ।

860

ଗତ କିଛି ଘଣ୍ଟା ଧରି ସାରା ଦୁନିଆରେ ଫେସବୁକ୍ ଡାଉନ୍ ହୋଇଯାଇଛି । ଏହି ସମୟରେ ଫେସବୁକ୍ ୟୁଜର୍ସ ନା କମେଣ୍ଟ୍ କରି ପାରୁଛନ୍ତି ନା ଲାଇକ୍ ଉପରେ କ୍ଲିକ୍ କରିପାରୁଛନ୍ତି । ଫେସବୁକ୍ ରେ କୌଣସି ପୋଷ୍ଟ୍ ମଧ୍ୟ ହୋଇପାରୁନାହିଁ । କୁହାଯାଉଛି କି ରାତି ୯.୩୦ ସମୟରୁ ଫେସବୁକରେ ଏଭଳି ସମସ୍ୟା ଦେଖାଯାଉଛି । କିଛି ୟୁଜର୍ସ ଏଭଳି ଅଭିଯୋଗ ମଧ୍ୟ କରିଛନ୍ତି ଯେ ସେମାନେ କୌଣସି ପୋଷ୍ଟ ଉପରେ ଇମୋଜୀ ପଠାଇ ପାରୁନାହାନ୍ତି । ଟ୍ୱିଟରରେ ଫେସବୁକ୍ ୟୁଜର୍ସ କହିଛନ୍ତି ଯେ ସେମାନେ କୌଣସି ବି ଫଟୋ ଅପଲୋଡ୍ କରିପାରୁନାହାନ୍ତି । ନା ପ୍ରଥମରୁ ଫେସବୁକ୍ ରେ ଥିବା କୌଣସି ଫଟୋକୁ ପରିବର୍ତ୍ତନ କରିପାରୁଛନ୍ତି ।

ଫେସବୁକ୍ ଟେକ୍ନିକାଲ୍ ଗ୍ଲୀଚ୍ କୁ ନେଇ ଟ୍ୱିଟରରେ ବୟାନ୍ ଜାରୀ କରିଛି । ଫେସବୁକ୍ ତରଫରୁ କୁହାଯାଇଛି , ଆମେ ଶୀଘ୍ର ଆସିବାକୁ ଚେଷ୍ଟା କରୁଛୁ । ଏହା କୌଣସି ହ୍ୟାକର୍ସ କରିନାହାନ୍ତି । ତେବେ ଆପଣଙ୍କୁ ଏଠାରେ କହିରଖୁଛୁ କି ହ୍ୱାଟସଆପ୍ ଏବଂ ଇନଷ୍ଟାଗ୍ରାମ୍ ମଧ୍ୟ ଫେସବୁକ୍ ଅଧିନରେ ଆସୁଅଛି । କିଛି ୟୁଜର୍ସ ଏଭଳି ମଧ୍ୟ ଅଭିଯୋଗ କରିଛନ୍ତି କି ଉଭୟ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ୍ ଦୁଇଟି ଯାକ ଡାଉନ୍ ଅଛି । ଏହାସହ ଟ୍ୱିଟରର ପ୍ରଶଂସା କରି କିଛି ଲେଖିଛନ୍ତି ଯେ ସବୁ ଡାଉନ୍ ହେଲେ ମଧ୍ୟ ଟ୍ୱିଟର କେବେ ଡାଉନ୍ ହୋଇନଥାଏ ।