ଫେସବୁକ ବୁଝିପାରେ ମଣିଷର ମାନସିକ ସ୍ଥିତି ! ସର୍ଭେରୁ ମିଳିଲା ରିପୋର୍ଟ

Advertisment
ଫେସବୁକର ଚେତାବନୀ ! ସାବଧାନ. . . .ପୁଣି ଲିକ ହୋଇପାରେ ଡାଟା

image courtesy-https://timedotcom.files.wordpress.com

ଦିନକୁ ଦିନ ଫେସବୁକର ୟୁଜର ସଂଖ୍ୟା ବୃଦ୍ଧି ପାଉଛି । ଅଧିକାଂଶ ଲୋକ ଏବେ ଅଧିକାଂଶ ସମୟ ଫେସବୁକରେ କାଟିବାକୁ ଭଲପାଉଛନ୍ତି । ମଣିଷର ଏକ ନିଶା ପାଲଟିଛି ଫେସବୁକ । ଅତ୍ୟଧିକ ସମୟ ଫେସବୁକ ସହ କାଟିବା ଶରୀର ପାଇଁ କ୍ଷତିକାରକ ବୋଲି ଅନେକ ଗବେଷଣାରେ ଜାଣିବାକୁ ମିଳିଛି । କିନ୍ତୁ ୟୁନିଭରସିଟି ଅଫ୍ କେମ୍ରେଜ ଆଣ୍ଡ୍ ଷ୍ଟାନଫୋର୍ଡ ବିଜିନେସ୍ ସ୍କୁଲ୍ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳଛି ଯେ ଆମେ ଫେସବୁକରେ କରୁଥିବା କାର୍ଯ୍ୟକଳାପରୁ ଆମର ମାନସିକ ସ୍ଥିତି ବିଷୟରେ ବେଶ ସହଜରେ ଜାଣିହୁଏ ।

facebook_eyeମଣିଷ ନିଜେ ନିଜର ମାନସିକ ସ୍ଥିତିକୁ ଯେତେ ଭଲ ଭାବେ ବୁଝି ନଥାଉ, ସେତେ ଭଲଭାବରେ ଫେସ୍ବୁକ ବୁଝିଥାଏ। ଆହୁରି ବି ସ୍ପଷ୍ଟ ଯେ ଜଣେ ମାନସିକ ବିଶେଷଜ୍ଞ ଯାହା କରି ପାରିନଥାଏ ତାହା ଫେସବୁକ୍ ପେଜ୍ କରିପାରେ। ଅର୍ଥାତ ଜଣେ ବ୍ୟକ୍ତିଙ୍କ ମନରେ କ’ଣ ଚାଲିଛି ତାଙ୍କ ଫେସବୁକକୁ ଯାଇ ବ୍ୟକ୍ତିଗତ ପୋଷ୍ଟ ଦେଖିବା ପରେ ଜଣା ପଡିଯାଇଥାଏ ।

ଫେସବୁକ୍ ବ୍ୟବହାରକାରୀର ଫଟୋ ଅପଲୋଡ ଏବଂ ତା’ର ମେସେଜର ଉତ୍ତରକୁ ଭିତ୍ତିକରି ସେ କେଉଁ ଭଳି ମାନସିକତା ଦେଇ ଗତି କରୁଛି ଜଣାଯାଇପାରେ। ଏହି ସର୍ଭେରୁ ମିଳୁଥିବା ତଥ୍ୟକୁ ଭଲ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ଗବେଷକମାନେ ମତ ଦେଇଛନ୍ତି। ଜଣେ ବ୍ୟକ୍ତି ଯଦି କୌଣସି କାରଣରୁ ମାନସିକ ବିଷାଦ ଦେଇ ଗତି କରୁଛନ୍ତି ତେବେ ପ୍ରାଥମିକ ସ୍ତରରୁ ତାଙ୍କର ଫେସବୁକ୍ କାର୍ଯ୍ୟକଳାପରୁ ଏ ସଂପର୍କରେ ଚିହ୍ନଟ କରାଯାଇ ପାରିବ।

ଗବେଷକମାନେ ମତ ଦେଇଛନ୍ତି ଯେ ଆଧୁନିକ ଜୀବନଶୈଳୀ ହେତୁ ମାନସିକ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି। ଏପରିକି ଅଧିକାଂଶ ସେଲିବ୍ରେଟି ମାନସିକ ରୋଗର ଶିକାର ହେଉଛନ୍ତି। ଅନେକ ମାନସିକ ରୋଗୀ ପ୍ରାଥମିକ ସ୍ତରରୁ ନିଜ ସଂପର୍କରେ ଅନ୍ୟକୁ ଜଣାଇ ନଥିବାରୁ ପରବର୍ତ୍ତୀ ମୁହୂର୍ତ୍ତରେ ଏହା ବଢ଼ିଯାଇ ଗୁରୁତର ହୋଇଥାଏ। ମାତ୍ର ଫେସବୁକ୍ ଜରିଆରେ ମାନସିକ ଅବସ୍ଥା ଜାଣିବାର ନୂତନ କୌଶଳ ଦ୍ୱାରା ସେ ସମସ୍ୟାକୁ ଦୂରେଇ ଦେଇହେବ। ଏପରିକି ଜଣେ କର୍ମଚାରୀର ବ୍ୟକ୍ତିଗତ ପୋଷ୍ଟରୁ ସେ କାମ କରିବାକୁ ଇଚ୍ଛୁକ କି ନୁହଁନ୍ତି ତାଙ୍କର ଉପରିସ୍ଥ ଅଧିକାରୀ ଜାଣିପାରିବେ। ଏଥିରେ ଟିକେ ବି ସନ୍ଦେହ ନାହିଁ ଯେ ଜଣକ ଫେସବୁକ୍ ପୋଷ୍ଟ୍ ଜରିଆରେ ତାର ଦୁର୍ବଳ ମାନସିକ ସ୍ଥିତି ସଂପର୍କରେ ଅବଗତ ହେଇ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe