କେବଳ ମେ’ ମାସରେ ୧.୭୫ କୋଟି ପୋଷ୍ଟ ଉପରେ ଫେସବୁକ କରିଛି କାର୍ଯ୍ୟାନୁଷ୍ଠାନ। ଜାଣନ୍ତୁ ଟ୍ୱିଟର, ଇନଷ୍ଟାଗ୍ରାମ ଓ ହ୍ୱାଟସପ ମେ’ ମାସରେ କେତେ ଆକାଉଣ୍ଟ କରିଛି ବ୍ୟାନ

101

କନକ ବ୍ୟୁରୋ : ମେଟାର ମାଲିକାନାରେ ଥିବା ସୋସିଆଲ ମିଡିଆ ସାଇଟ ଫେସବୁକ ଭାରତରେ କେବଳ ମେ ମାସରେ ୧.୭୫ କୋଟି ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ଫେସବୁକ ତାର ମାସିକ ରିପୋର୍ଟରେ ପ୍ରକାଶ କରିଛି କି କମ୍ପାନୀ ଆଇଟି ନିୟମ ୨୦୨୧ ଆଧାରରେ ୧୩ ଟି ଉଲଙ୍ଘନ ଶ୍ରେଣୀ ପକ୍ଷଭୁକ୍ତ ଆଇନ ବଳରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ।

ରିପୋର୍ଟରେ କୁହାଯାଇଛି କି, ଯେଉଁ କଣ୍ଟେଣ୍ଟଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେଗୁଡିକ ଅନ୍ୟ ଉପରେ ଚାପ ପକାଇବା, ହିଂସାକୁ ଉସକାଇବା, ନଗ୍ନତା, ଯୌନ ଉତ୍ପୀଡନ, ପିଲାମାନଙ୍କ ପ୍ରତି ବିପଦ ଶ୍ରେଣୀରେ ଥିବା କଣ୍ଟେଣ୍ଟ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସେହିଭଳି ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମ ବି ପଛରେ ପଡିନାହିଁ । କମ୍ପାନୀ ତରଫରୁ ତାର ମାସିକ ରିପୋର୍ଟରେ କୁହାଯାଇଛି କି, ମେ ପହିଲାରୁ ମେ ୩୧ ତାରିଖ ମଧ୍ୟରେ ୪୧ ଲକ୍ଷ କଣ୍ଟେଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ।

ଅନ୍ୟପଟେ ଅନ୍ୟଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ବି ଆକ୍ସନ ମୋଡକୁ ଆସିଛି । ଏପ୍ରିଲ ୨୬ ୨୦୨୨ ରୁ ୨୫ ମେ ମଧ୍ୟରେ କମ୍ପାନୀ ତରଫରୁ ୪୬,୫୦୦ ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଇଛି । ଏହି ଅବଧି ମଧ୍ୟରେ କମ୍ପାନୀ ନିକଟକୁ ୧୫୦୦ ଅଭିଯୋଗ ଆସିଥିଲା । କମ୍ପାନୀ ତରଫରୁ କୁହାଯାଇଛି କି ସୋସିଆଲ ମିଡିଆ ଆଇନ ୨୦୨୧ କୁ ଉଲଙ୍ଘନ କରୁଥିବା ସମସ୍ତ ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଇଛି ।

କେବଳ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ନୁହେଁ ଭାରତରେ ବ୍ୟବହାର ହେଉଥିବା ସବୁଠାରୁ ଅଧିକ ମେସେଜିଂ ଆପ୍ ହ୍ୱାଟସପ ବି ପଛରେ ପଡିନାହିଁ । କମ୍ପାନୀ ତରଫରୁ କେବଳ ମେ ମାସରେ ୧୯ ଲକ୍ଷ ଆକାଉଣ୍ଟକୁ ସସ୍ପେଣ୍ଡ କରାଯାଇଛି ।