ଫେସବୁକ୍ ଉପରେ ସବୁଠୁ ବଡ ଜୋରିମାନା ! ମାର୍କ ଜୁକରବର୍ଗ ଭରିବେ ୩୫ ହଜାର କୋଟି, ଜାଣନ୍ତୁ କ’ଣ ଥିଲା ଅଭିଯୋଗ ।

Advertisment
ଫେସବୁକକୁ ନେଇ ଭାରତୀୟ ରାଜନୀତିରେ ହଇଚଇ । ଆମେରିକା ଗଣମାଧ୍ୟମ ରିପୋର୍ଟକୁ ନେଇ ତଦନ୍ତ କରିବାକୁ ଫେସବୁକକୁ ଚିଠି ଲେଖିଲା କଂଗ୍ରେସ । ଫେକ୍ ନ୍ୟୁଜ୍, ହେଟ ସ୍ୱିଚ୍, ପକ୍ଷପାତ ଜରିଆରେ ଗଣତନ୍ତ୍ରକୁ କ୍ଷତି ହେବାକୁ ଦେବେନି ବୋଲି କହିଲେ ରାହୁଲ ଗାନ୍ଧୀ ।

କନକ ବ୍ୟୁରୋ : ବିଶ୍ୱର ଅନ୍ୟତମ ସବୁଠାରୁ ବଡ ସୋସିଆଲ୍ ମିଡିଆ ଫେସବୁକ୍ ଉପରେ ସବୁଠୁ ବଡ ଜୋରିମାନା । ଫେସବୁକ୍ ଉପରେ ଲାଗିଛି ୫ ବିଲିୟନ୍ ଡଲାରର ଜୋରିମାନା । ଫେଡେରାଲ୍ ଟ୍ରେଡ୍ କମିଶନ ବା ଏଫଟିସି ଏହି ଜୋରିମାନାକୁ ମଂଜୁରୀ ଦେଇଛନ୍ତି । ଫେସବୁକ୍ ଉପରେ ହୋଇଥିବା ଏହି ବଡଧରଣର ଜୋରିମାନା ବର୍ତମାନ ସୁଦ୍ଧା କୌଣସି ଜୋରିମାନାରେ ସର୍ବାଧିକ । ଏହି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ ୱାସିଂଟନ୍ ଅଫିସିଆଲ୍ ଖୁସି ନଥିବା ଏହି ଜୋରିମାନାରୁ ବି ସ୍ପଷ୍ଟ ହୋଇଯାଇଛି ।

ଫେସବୁକ୍ ୟୁଜର୍ସଙ୍କ ତଥ୍ୟ ତଥା ବ୍ୟକ୍ତିଗତ ତଥ୍ୟକୁ ବେଆଇନ୍ ଭାବେ ବ୍ୟବହାର କରିବାକୁ ନେଇ ଏହି ଜୋରିମାନା ଲାଗୁ ହୋଇଥିବା ଜଣାପଡିଛି । ଆମେରିକାର ଏହି ସର୍ବାଧୁନିକ ସୋସିଆଲ୍ ମିଡିଆ କମ୍ପାନୀ ଏହି ଜୋରିମାନା ନେଇ ବିଶେଷ କିଛି ଉତ୍ତର ରଖିନି । ତେବେ ଏଜେଂଟଙ୍କ ଜରିଆରେ ଏହାର ପରିମାଣ କମିବା ଆଶା ବି କମ୍ ରହିଛି । ଆସନ୍ତା ସପ୍ତାହରେ ଏହା ପୁରା ସ୍ପଷ୍ଟ ହୋଇଯିବ । କୌଣସି ଟେକ୍ନୋଲୋଜି କମ୍ପାନୀ ଉପରେ ଏତେ ବଡ ଧରଣର ଜୋରିମାନା ଆଗରୁ କେବେ ହୋଇନଥିଲା ।

୨୦୧୨ରେ ଗୁଗୁଲ୍ ଉପରେ ୨୨ ମିଲିୟନ୍ ଡଲାରର ଜୋରିମାନା ହୋଇଥିଲା । ବର୍ତମାନ ସୁଦ୍ଧା କେବଳ ୟୁରୋପରେ ହିଁ କେବଳ ଟେକ୍ନୋଲୋଜି କମ୍ପାନୀ ଉପରେ ଏପରି ବଡ ପରିମାଣର ଜୋରିମାନା ହୋଇଥାଏ । ଗତବର୍ଷ ମୋବାଇଲ୍ ଫୋନ୍ ଇଣ୍ଡଷ୍ଟ୍ରିରେ ତଥ୍ୟକୁ ବିନା ଅନୁମତିରେ ବ୍ୟବହାର ନେଇ ୫.୧ ବିଲିୟନ ଡଲାରର ଜୋରିମାନା ୟୁରୋପିଆନ୍ ୟୁନିୟନ ଗୁଗୁଲ ଉପରେ ଲଗାଇଥିଲା । ତେବେ ବର୍ତମାନ ଫେସବୁକ୍ କରିଥିବା ତ୍ରୁଟି ୨୦୧୧ର ଚୁକ୍ତିର ଉଲଂଘନ । ଏଥିପାଇଁ ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏହି ବଡ ପରିମାଣର ଜୋରିମାନା ଭରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe