ଫେସବୁକ୍ ବ୍ୟବହାରକାରୀଙ୍କ ପାଇଁ ବଡ ଖବର ! ଜାରି ହେଲା ‘କ୍ଲିୟର ହିଷ୍ଟ୍ରି’ ବଟନ୍, ଆପଣଙ୍କୁ ମିଳିବ ଅନେକ ଫାଇଦା ।

610

କନକ ବ୍ୟୁରୋ : ଫେସବୁକ ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ୟୁଜର୍ସଙ୍କ ପ୍ରାଇଭେସିକୁ ଦୃଷ୍ଟିରେ ରଖି ବଡ ପଦକ୍ଷେପ ନେଇଛି ଫେସବୁକ । ଯଦି ଆପଣ ଫେସବୁକ ବ୍ୟବହାର କରୁଛନ୍ତି, ତେବେ ଏଣିକି ଆପଣ ଆପଣଙ୍କ ବ୍ରାଉଜିଙ୍ଗ ହିଷ୍ଟ୍ରି ଡିଲିଟ୍ କରିପାରିବେ । ଆଉ ଏଥିପାଇଁ ଆପଣଙ୍କୁ ଏକ ପ୍ରୋସେସ୍ ଅନୁକରଣ କରିବାକୁ ହେବ ।

ଏଣିକି ଫେସବୁକ ବ୍ୟବହାରକାରୀଙ୍କୁ ମିଳିବ ‘Off-Facebook Activity’  ଅପସନ୍ । ଆସନ୍ତୁ ଏଥିରୁ କଣ ମିଳିବ ଫାଇଦା ଏବଂ କେମିତି କରିବେ ଏହାର ବ୍ୟବହାର ।

ପ୍ରଥମେ ଫେସବୁକର ମୋବାଇଲ୍ ଆପ ଓପନ କରି ସେଟିଙ୍ଗ୍ସକୁ ଯାଆନ୍ତୁ । ଏଠାରେ ଆପଣଙ୍କୁ ଏକ ଲିଷ୍ଟ ଦେଖାଯିବ । ଏହି ଲିଷ୍ଟରେ ଆକାଉଣ୍ଟ ସେଟିଙ୍ଗ, ସିକ୍ୟୁରିଟି, ପ୍ରାଇଭେସି ଏବଂ ୟୋର ଫେସବୁକ ଇନଫର୍ମମେସନର କ୍ୟାଟାଗୋରୀ ରହିଛି ।

Your Facebook Information ଭିତରେ ‘Off-Facebook Activity’ ଅପସନ୍ ରହିଛି । ଆପଣଙ୍କୁ ଏହାକୁ ଟ୍ୟାପ୍ କରିବାକୁ ପଡିବ । ଏହାକୁ କ୍ଲିକ୍ କରିବା ପରେ ଆପଣଙ୍କୁ କେତେକ ଅପସନ୍ ମିଳିବ । ସବୁଠାରୁ ଉପରେ ସେହି ଆପର ଆଇକନ୍ ଦେଖାଯିବ, ଯାହାକି ଆପଣଙ୍କ କାର୍ଯ୍ୟକଳାପକୁ ଫେସବୁକ୍ ସହ ସେୟାର କରିଥାନ୍ତି । ଏଠାରେ ଯେତିକି ଆଇକନ୍ ଦେଖାଯିବ, ଆପଣ ଜାଣିବେ ଯେ, ଆପଣଙ୍କ ଡାଟା ଫେସବୁକ ସହ ସେୟାର କରାଯାଇଛି ।

ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ଅନଲାଇନ୍ ଷ୍ଟୋରରୁ ଡ୍ରେସ୍ କିଣୁଛନ୍ତି, ତେବେ ସେହି ଅନଲାଇନ୍ ରିଟେଲର ଆପଣଙ୍କ ଆକ୍ଟିଭିଟିକୁ ବିଜନେସ୍ ଟୁଲ ଜରିଆରେ, ଫେସବୁକ ସହ ସେୟାର କରିଥାଏ । ତେବେ ସବୁଠାରୁ ବଡ କଥା ହେଉଛି, ଏହା ଅଫ୍ ଫେସବୁକ୍ ଆକ୍ଟିଭିଟି ହୋଇଥାଏ, କାରଣ ଏହାକୁ ଆପଣ ଫେସବୁକରେ କରିନଥାନ୍ତି । ଆଉ ଯେତେବେଳେ ଇ-ରିଟେଲରରେ କୌଣସି ଅଫର ଆସିଥାଏ, ସେତେବେଳେ ଫେସବୁକରେ ଆପଣଙ୍କୁ ଏହାର ବିଜ୍ଞାପନ ଦେଖାଯାଇଥାଏ । ଆଉ ଏହି ପ୍ରକାର ହିଷ୍ଟ୍ରିକୁ ଡିଲିଟ୍ କରିବା ପାଇଁ ଏବଂ ଆପଣଙ୍କ ପାଖରେ ସହଜ ପ୍ରକ୍ରିୟା ରହିଛି ।
ଅଫ୍ ଫେସବୁକ୍ ଆକ୍ଟିଭିଟିରେ ଆପଣଙ୍କୁ କ୍ଲିୟର ହିଷ୍ଟ୍ରିର ଅପସନ୍ ମିଳିବ । ଏହାକୁ କ୍ଲିୟର କରିବା ପୂର୍ବରୁ ଯେକୌଣସି ଡାଟା ଫେସବୁକ ସହ ସେୟାର ହୋଇଥିବା, ସେଗୁଡିକ କ୍ଲିୟର ହୋଇଯିବ ।