image courtesy : Malayalam UK
ତୃତୀୟ ପକ୍ଷକୁ ତାଙ୍କ କମ୍ପାନି ବ୍ୟବହାରକାରୀମାନଙ୍କ ତଥ୍ୟ ଦେଇଥିବା ଜନିତ ଭୁଲ ସ୍ୱୀକାର କରି ମଧ୍ୟ ବୁଧବାର ଦିନ ଫେସବୁକ ମୁଖ୍ୟ ମାର୍କ ଜୁକରବର୍ଗ କହିଛନ୍ତି ଯେ ଏହି ସାମାଜିକ ନେଟଓ୍ଵାର୍କର ନେତୃତ୍ୱ ନେବା ପାଇଁ ସେ ହିଁ ସର୍ବୋତ୍ତମ ବ୍ୟକ୍ତି । ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ଜୁକରବର୍ଗ କହିଛନ୍ତି ଯେ ବ୍ୟକ୍ତିଗତ ବ୍ୟବହାରକାରୀଙ୍କ ତଥ୍ୟ ଏବଂ ଅନ୍ୟାନ୍ୟ ଦୋଷଦୁର୍ବଳତା ଅପହରଣ ହୋଇଥିବା ଘଟଣାକୁ ସେ ଗ୍ରହଣ କରୁଛନ୍ତି। କିନ୍ତୁ, ଫେସବୁକ ନେତୃତ୍ୱ ନେବାକୁ ସର୍ବୋତ୍ତମ ବ୍ୟକ୍ତି ସିଏ କି, ବୋଲି ପଚରା ଯିବାରୁ ସେ ଉତ୍ତରରେ ‘ହଁ’ କହିଥିଲେ ।
କେମ୍ବ୍ରିଜ ଆନାଲିଟିକା ସ୍କାଣ୍ଡାଲ ପ୍ରସଙ୍ଗରେ ବୁଧବାର ଦିନ ଫେସବୁକ କହିଥିଲା କି, ୮୭ ନିୟୁତ ବ୍ୟକ୍ତିଙ୍କର ବିଶେଷ କରି ଆମେରିକୀୟମାନଙ୍କର ଡାଟା ବେଆଇନଭାବେ ସେୟାର ହୋଇଛି ।୨୦୦୪ରେ ପ୍ରତିଷ୍ଠିତ ଫେସବୁକର ଜୁକରବର୍ଗ ସହ ସଂସ୍ଥାପକ ତ୍ରୁଟି ସ୍ୱୀକାର କରିବା ସହ କମ୍ପାନିର ନେତୃତ୍ୱ ପାଇଁ ଆଉ ଏକ ସୁଯୋଗ ଚାହିଁଛନ୍ତି । ତଥ୍ୟ ଚୋରିର ନିନ୍ଦା ନିଜ ଉପରକୁ ନେଇ ସେ କହିଥିଲେ- ଏଇଟା ବଡ଼ ଭୁଲ । ଏଇଟା ମୋ ଭୁଲ । ହଁ, ଲୋକେ ଭୁଲ କରନ୍ତି, ସେଥିରୁ ଶିଖନ୍ତି ।
Follow Us