କନକ ବ୍ୟୁରୋ: କାୟା ମେଲାଉଛି କରୋନା । ବିଶ୍ୱବ୍ୟାପି କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଟପିଯାଇଥିବା ବେଳେ ଏହି ଭୟଙ୍କର ଭାଇରସ୍ ବର୍ତ୍ତମାନ ୯୩ ଦେଶକୁ ନିଜ କବଳରେ କରିଦେଲାଣି । କରୋନାରେ ଆଜି ସୁଦ୍ଧା ୧ଲକ୍ଷ ୧୬୨ ଜଣ ସଂକ୍ରମିତ ହୋଇଥିବାବେଳେ ୩ହଜାର ୪୦୬ ଜଣଙ୍କ ମୃତ୍ୟୁ ହୋଇଛି । ତେବେ କେବଳ ଚୀନରେ ୩୦୪୨ ଜଣଙ୍କର ମୃତ୍ୟୁ ହୋଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନା ଭାଇରସର ପ୍ରଭାବ ଏବେ ବ୍ୟବସାୟ ଉପରେ ପରିଲକ୍ଷିତ ହୋଇଛି । କରୋନା ଡରରେ ଲୋକେ ଏବେ ବାହାରକୁ ଯିବାକୁ ବି ଭୟ କରୁଛନ୍ତି । ରଙ୍ଗଠାରୁ ଆରମ୍ଭ କରି ସେୟାର ବଜାର ପର୍ଯ୍ୟନ୍ତ ଚାରିଆଡେ କରୋନାକୁ ନେଇ ମାନ୍ଦାବସ୍ଥା ଉପୁଜିଛି । ତେବେ କରୋନା କବଳରୁ ବାଦ୍ ପଡିନି ସୋସିଆଲ ମିଡିଆ । ବିଶ୍ୱର ଲୋକପ୍ରିୟ ସୋସିଆଲ ମିଡିଳା ପ୍ଲାଟଫର୍ମ ଫେସବୁକରେ ଦେଖିବାକୁ ମିଳିଛି ଏହି ଚାଇନା ଭାଇରସର ପ୍ରଭାବ । ଅର୍ଥାତ୍ କରୋନା ଭାଇରସ କାରଣରୁ ବନ୍ଦ ହୋଇଯାଇଛି ଫେସବୁକର ତିନୋଟି କାର୍ଯ୍ୟାଳୟ ।
ସୂଚନା ଅନୁସାରେ, ଫେସବୁକର ଜଣେ କର୍ମଚାରୀ ନିକଟରେ ସିଙ୍ଗାପୁରରୁ ଲଣ୍ଡନର ଫ୍ରିଟଜୋଭିୟାସ୍ଥିତ ଅଫିସକୁ ଆସିଥିଲେ । ଏଠାରେ ଉକ୍ତ କର୍ମଚାରୀ ଜଣକ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ରହିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ ହେବା ପରେ ସୁରକ୍ଷା ଦୃଷ୍ଟିରୁ ଫେସବୁକ ତାର ତାର ଲଣ୍ଡନସ୍ଥିତ ସମସ୍ତ ଅଫିସଗୁଡିକକୁ ସୋମବାର ଯାଏଁ ବନ୍ଦ ରଖିଛି ।ଏବଂ ସେ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିବାକୁ ପରାମର୍ଶ ଦେବା ସହ ଉକ୍ତ ଅଫିସରେ କାମ କରିଥିବା ସମସ୍ତ ୩ ହଜାର କର୍ମଚାରୀଙ୍କୁ ନିଜ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛି । ଏପରିକି ଯଦି ସେମାନଙ୍କଠାରେ କରୋନାଜନିତ କୌଣସି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ପ୍ରଶାସନକୁ ସୂଚନା ଦେବାକୁ ମଧ୍ୟ କଂପାନୀ ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ଆମେରିକୀ ସହର ସିଏଟଲରେ ଆମାଜନ, ଫେସବୁକ, ଏବଂ ଗୁଗୁଲ ଭଳି କଂପାନୀ ନିଜ କର୍ମଚାରୀଙ୍କୁ ଅଫିସ ଆସିବାକୁ ମନା କରିବା ସହ ନିଜ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/FACEBOOK.jpg)
/kanak/media/post_attachments/wp-content/uploads/2020/03/vlcsnap-2020-03-01-21h28m51s173.png)
/kanak/media/post_attachments/wp-content/uploads/2020/03/facebook-300x169.jpg)